ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜ ସାମାଜିକ ସଶକ୍ତିକରଣ ଉପରେ ଆଧାରିତ ବିଭିନ୍ନ ସେବା କାର୍ୟ୍ୟରେ ସକ୍ରିୟ ଭାବରେ ଜଡିତ ଥିଲେ । ସଂସ୍କୃତି ଏବଂ ଆଧ୍ୟାତ୍ମିକ ଜଗତରେ ତାଙ୍କର ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ତାଙ୍କ ବିୟୋଗରେ ମୁଁ ବିଶେଷ ମର୍ମାହତ । ଓମ୍ ଶାନ୍ତି” ।

Leave A Reply

Your email address will not be published.