ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀରେ ସାଂସଦଙ୍କ ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା

  • ଏହି ଦିନଟି ବିକଶିତ ଭାରତ ୨୦୪୭ ପାଇଁ ଏକ ମାଇଲଖୁଣ୍ଟ ଭାବେ ସ୍ମରଣୀୟ ହୋଇ ରହିବ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ
  • ଏହି ଶୋଭାଯାତ୍ରା ଆମ ଏକତା ଓ ଶକ୍ତିର ପ୍ରତୀକ : ଗଜେନ୍ଦ୍ର ସିଂହ ଶେଖାୱତ

ନୂଆଦିଲ୍ଲୀ, (ପିଆଇବି) : ଅଗଷ୍ଟ ୧୩ ତାରିଖରେ ଦିଲ୍ଲୀର ରାଜରାସ୍ତାରେ ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା ଗର୍ଜନ କରୁଥିବା ବେଳେ ଜାତୀୟ ଗୌରବ ଏବଂ ସାମୁହିକ ଭାବନାର ଏକ ଉତ୍ସାହଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସ୍ୱାଧୀନତା ଓ ଏକତାର ଭାବନାକୁ ପାଳନ କରିବା ପାଇଁ ଦେଶବ୍ୟାପୀ ଆୟୋଜିତ ଏହି ଶୋଭାଯାତ୍ରାରେ ଶତାଧିକ ଅଂଶଗ୍ରହଣକାରୀ ଦେଶପ୍ରେମ, ଏକତା ଏବଂ ଜାତୀୟ ପରିଚୟକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବେ ଦେଶର ଗୌରବ ବହନ କରିଥିଲେ । ଏହି ଶୋଭାଯାତ୍ରାକୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଶୁଭାରମ୍ଭ କରିଥିଲେ ଏବଂ ମୋଟର ସାଇକେଲ ଚାଳକଙ୍କୁ ପ୍ରେରଣା ଦେଇ କହିଥିଲେ ଯେ, ଆଜାଦି କା ଅମୃତ ମହୋତ୍ସବର ଅଂଶ ବିଶେଷ ଭାବରେ ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନ ଏକ ବ୍ୟାପକ ଆନ୍ଦୋଳନରେ ପରିଣତ ହୋଇଛି । ବର୍ଷ ବର୍ଷ ଧରି ଏହାର ସଫଳତା ପାଇଁ ‘ଜନଭାଗିଦାରୀ’ କିପରି ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ସେ ଆଲୋକପାତ କରିଥିଲେ । ଏହି ଦିନଟି ବିକଶିତ ଭାରତ ଅ୨୦୪୭ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ସ୍ମରଣୀୟ ରହିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଆଉ ଏକ ସାମର୍ଥ୍ୟ କିମ୍ବା ପ୍ରତିଶ୍ରୁତି ଥିବା ରାଷ୍ଟ୍ର ନୁହେଁ; ଆମେ ଆଜି ଏପରି ଏକ ରାଷ୍ଟ୍ର ଯାହାର ଉନ୍ନତିକୁ ରୋକିବା ଅସମ୍ଭବ । ୨୦୪୭ ସୁଦ୍ଧା ଆମେ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବା ବେଳକୁ ଆମର ଉତ୍ଥାନ ଆମକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି କାର୍ଯ୍ୟକ୍ରମ ସଂକ୍ରାନ୍ତରେ କହିଥିଲେ ଯେ, ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା କେବଳ ଆମ ଦେଶର ସ୍ୱାଧୀନତାର ଉତ୍ସବ ନୁହେଁ ବରଂ ଆମକୁ ଏକାଠି ବାନ୍ଧି ରଖିଥିବା ଏକତା ଏବଂ ଶକ୍ତିକୁ ମଧ୍ୟ ମନେ ପକାଇଥାଏ । ଏହି ଶୋଭାଯାତ୍ରା ଭାରତ ମଣ୍ଡପମରୁ ଆରମ୍ଭ ହୋଇଥିଲା ଯେଉଁଥିରେ ପ୍ରତିଯୋଗୀମାନେ ସେମାନଙ୍କର ଅଭିଯାନ ଆରମ୍ଭ କରିଥିଲେ ଏବଂ ନିଜ ମୋଟର ସାଇକେଲରେ ଗର୍ବର ସହ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟର ସାଇକେଲ ଆରୋହୀମାନେ ସହରର ପ୍ରମୁଖ ସ୍ଥାନ ଦେଇ ଯାଉଥିବା ବେଳେ ତ୍ରିରଙ୍ଗାକୁ ହଲାଇ ଏକ ଉତ୍ସାହଜନକ ଶୋଭାଯାତ୍ରା ପ୍ରଦର୍ଶନ କରିଥିଲେ । ଏହି ରାସ୍ତାକୁ ସାଜସଜ୍ଜା ଏବଂ ଦେଶାତ୍ମବୋଧକ ବାର୍ତ୍ତାରେ ଚିହ୍ନିତ କରାଯାଇ ଏକ ଆକର୍ଷଣୀୟ ବାତାବରଣ ସୃଷ୍ଟି କରାଯାଇଥିଲା । ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନ ନାଗରିକମାନଙ୍କୁ ନିଜ ଘରେ ଜାତୀୟ ପତାକା ପ୍ରଦର୍ଶନ କରିବା ଏବଂ ଦେଶର ଐତିହ୍ୟକୁ ପାଳନ କରୁଥିବା କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରେ । ଏହି ମୋଟର ସାଇକେଲ ଶୋଭାଯାତ୍ରା ଅଭିଯାନ ସଫଳତାର ପ୍ରମାଣ ଥିଲା, ଯାହା ନାଗରିକମାନଙ୍କ ମଧ୍ୟରେ ସମ୍ପ୍ରଦାୟ ଏବଂ ଦେଶପ୍ରେମର ଦୃଢ ଭାବନାକୁ ଆଲୋକପାତ କରିଥିଲା । ଉତ୍ସାହୀ ପ୍ରତିଯୋଗୀ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଦୂର ଦୂରାନ୍ତରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିଲେ ସେମାନେ ପତାକା ଉତ୍ତୋଳନ ଏବଂ ଉତ୍ସାହ ଉଦ୍ଦୀପନା ମାଧ୍ୟମରେ ନିଜର ଦେଶଭକ୍ତି ପ୍ରଦର୍ଶନ କରିଥିଲେ । ଲୋକସଭାର ପୂର୍ବତନ ସାଂସଦ ଶ୍ରୀମତୀ ମୀନାକ୍ଷୀ ଲେଖୀ, ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ ବ୍ୟାପାର କ୍ୟାବିନେଟ୍‌ ମନ୍ତ୍ରୀ କିରେନ ରିଜିଜୁ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ଏଲ୍ ମାଣ୍ଡଭିୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁଙ୍କ ସମେତ ବିଶିଷ୍ଟ ସାଂସଦମାନଙ୍କ ଉପସ୍ଥିତି ଏବଂ ସକ୍ରିୟ ଅଂଶଗ୍ରହଣ ଏହି ପଦକ୍ଷେପର ପ୍ରଭାବକୁ ବଢ଼ାଇଛି ଏବଂ ସମଗ୍ର ଦେଶରେ ଅଗଣିତ ବ୍ୟକ୍ତିଙ୍କୁ ପ୍ରେରଣା ଦେଇଛି । ଧ୍ୟାନଚାନ୍ଦ ଷ୍ଟାଡିୟମ୍‌ରେ ଏକ କ୍ଷୁଦ୍ର ସମାରୋହ ସହିତ ଶୋଭାଯାତ୍ରା ଶେଷ ହୋଇଥିଲା ଯେଉଁଠାରେ ଅଂଶଗ୍ରହଣକାରୀ ଏବଂ ନେତାମାନେ ଏହି କାର୍ଯ୍ୟକ୍ରମର ମହତ୍ତ୍ୱ ବିଷୟରେ ଚିନ୍ତା କରିବା ପାଇଁ ଏକତ୍ରିତ ହୋଇଥିଲେ । ସାଂସ୍କୃତିକ ସମାରୋହ, ଭାଷଣ ଏବଂ ସମାବେଶ ଦ୍ୱାରା ଦିନର କାର୍ଯ୍ୟକଳାପ ପରିପୂର୍ଣ୍ଣ ହୋଇଥିଲା, ଯାହା ଏକତାର ଭାବନାକୁ ଆହୁରି ସମୃଦ୍ଧ କରିଥିଲା । ସାଂସ୍କୃତିକ ସମ୍ବଳ ଓ ପ୍ରଶିକ୍ଷଣ କେନ୍ଦ୍ର (ସିସିଆର୍‌ଟି) ଏବଂ ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ବିଭିନ୍ନ ତ୍ରିରଙ୍ଗା ରାଲି ଜାତୀୟ ରାଜଧାନୀରେ ଅନୁଷ୍ଠିତ ହୋଇଥିଲା । ଏହାବ୍ୟତୀତ ତ୍ରିରଙ୍ଗା ରାଲି, ତ୍ରିରଙ୍ଗା କନ୍‌ସର୍ଟ, ତ୍ରିରଙ୍ଗା ରନ୍ ଓ ମାରାଥନ୍‌ ସହ ଅନ୍ୟାନ୍ୟ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ସାରା ଦେଶରେ ବେଶ୍ ଉତ୍ସାହର ସହ ଆୟୋଜନ କରାଯାଉଛି ।
ସାମୂହିକ ଉତ୍ସାହ ଏବଂ ନାଗରିକମାନଙ୍କ ସଂପୃକ୍ତି କିପରି ଜାତୀୟ ମୂଲ୍ୟବୋଧର ଅର୍ଥପୂର୍ଣ୍ଣ ଉତ୍ସବକୁ ପ୍ରୋତ୍ସାହିତ କରିପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା । ଦେଶର କୋଣ ଅନୁକୋଣ ଏହାର ଐତିହ୍ୟକୁ ସମ୍ମାନ ଦେଉଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଆମ ଦେଶର ଢାଞ୍ଚାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

Leave A Reply

Your email address will not be published.