ସଙ୍ଗରୋଧରେ ଥିବା ରୋଗୀଙ୍କ ଠାରେ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍‌ ୨ ଏମ୍‌ପକ୍ସ ଭୂତାଣୁ ଥିବା ସ୍ପଷ୍ଟ

  • କ୍ଲାଡ୍‌ ୨ ବର୍ତ୍ତମାନ ସର୍ବସାଧାରଣ ଜରୁରି ପରିସ୍ଥିତିର ଅଂଶବିଶେଷ ନୁହେଁ
  • ରୋଗୀଙ୍କ ଅବସ୍ଥା ସ୍ଥିର, ଜନସାଧାରଣଙ୍କୁ କୌଣସି ତତ୍କାଳ ବିପଦ ନାହିଁ

ନୂଆଦିଲ୍ଲୀ, (ପିଆଇବି) : ପ୍ରଥମ ସନ୍ଦିଗ୍ଧ ମଙ୍କୀପକ୍ସ (ଏମ୍‌ପକ୍ସ) ସଂକ୍ରମିତ ବୋଲି କୁହାଯାଉଥିବା ରୋଗୀଙ୍କ ଠାରେ ଯାତ୍ରା ସହ ଜଡ଼ିତ ସଂକ୍ରମଣ ଥିବା ପ୍ରମାଣିତ ହୋଇଛି । ପରୀକ୍ଷାଗାର ପରୀକ୍ଷଣରେ ରୋଗୀଙ୍କ ଠାରେ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍‌ ୨ ଏମ୍‌ ପକ୍ସ ଭୂତାଣୁ (ନିର୍ଦ୍ଦିଷ୍ଟ ଶ୍ରେଣୀର ଭୂତାଣୁ) ଥିବା ସ୍ପଷ୍ଟ ହୋଇଛି । ଏହି ମାମଲା ଜୁଲାଇ ୨୦୨୨ ଠାରୁ ଭାରତରେ ରିପୋର୍ଟ ହୋଇଥିବା ପୂର୍ବର ୩୦ଟି ମାମଲା ଭଳି ଅଟେ ଏବଂ ଏହା ବର୍ତ୍ତମାନର ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି (ଡବ୍ଲୁଏଚ୍‌ଓ ଦ୍ୱାରା ରିପୋର୍ଟ କରାଯାଇଛି)ର ଅଂଶବିଶେଷ ନୁହେଁ ଯାହା ଏମ୍‌ ପକ୍ସ କ୍ଲାଡ୍‌ ୧ ପାଇଁ ଜାରି କରାଯାଇଛି । ଯୁବକ ଜଣକ ନିକଟରେ ଏକ ଏମ୍‌ପକ୍ସ ପ୍ରଭାବିତ ଦେଶକୁ ଯାତ୍ରା କରିଥିଲେ । ତାଙ୍କୁ ବର୍ତ୍ତମାନ ଏକ ନିର୍ଦ୍ଦିଷ୍ଟ ସଂଗରୋଧ ଚିକିତ୍ସା ସୁବିଧା ସହ ରଖାଯାଇଛି । ରୋଗୀ ଜଣଙ୍କ ବର୍ତ୍ତମାନ ସ୍ଥିର ଅଛନ୍ତି ଏବଂ ତାଙ୍କର କୌଣସି ପୂର୍ବ ବ୍ୟାଧି ନାହିଁ । ଏହି ମାମଲା ପୂର୍ବର ବିପଦ ଆକଳନ ଅନୁରୂପ ଅଟେ ଏବଂ ରୋଗୀଙ୍କର ଧାର୍ଯ୍ୟ ପ୍ରୋଟୋକଲ୍‌ ଅନୁସାରେ ତାଙ୍କର ଚିକିତ୍ସା କରାଯାଉଛି । ସ୍ଥିତି ଉପରେ ନିୟନ୍ତ୍ରଣ କରିବା ଲାଗି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ଅନୁଧ୍ୟାନ ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ଉପାୟ ଲାଗୁ କରାଯାଇଛି । ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ପାଇଁ କୌଣସି ବିପଦର ସଂକେତ ନାହିଁ ।

Leave A Reply

Your email address will not be published.