ଇ-କମର୍ସ ୱେବ ସାଇଟରେ ନକଲି ରିଭ୍ୟୁ ଯାଞ୍ଚ କରିବାକୁ କେନ୍ଦ୍ର ଏକ ଢାଞ୍ଚା ବିକାଶ କରିବ

  • ନକଲି ଏବଂ ଜାଲିଆତିମୂଳକ ଅନ୍‌ଲାଇନ୍‌ ରିଭ୍ୟୁ କାରଣରୁ ଉପୁଜୁଥିବା ସମସ୍ୟା ଉପରେ ଆଲୋଚନା ପାଇଁ ଖାଉଟି ବ୍ୟାପାର ବିଭାଗ ହିତାଧିକାରୀମାନଙ୍କ ସହିତ ଏକ ବୈଠକ କରିଛି

ନୂଆଦିଲ୍ଲୀ, (ପିଆଇବି) : ଇ-କମର୍ସ ୱେବ ସାଇଟରେ ନକଲି ସମୀକ୍ଷା ଉପରେ ନଜର ରଖିବା ପାଇଁ କେନ୍ଦ୍ର ଏକ ଢ଼ାଞ୍ଚାର ବିକାଶ କରିବ । ଭାରତ ରେଇ-କର୍ମସ ସଂସ୍ଥା ଏବଂ ସର୍ବ ଭାରତୀୟସ୍ତରରେ ଉପଲବ୍ଧ ସର୍ବୋତ୍ତମ ଅଭ୍ୟାସକୁ ଅନୁସରଣକରିବା ପରେ ଖାଉଟି ବ୍ୟାପାର ବିଭାଗ (ଡିଓସିଏ) ଏହି ଢାଞ୍ଚା ବିକାଶ କରିବ । ଇ-କମର୍ସ ସଂସ୍ଥା, ଗ୍ରାହକଫୋରମ୍, ଆଇନ ବିଶ୍ୱବିଦ୍ୟାଳୟ, ଆଇନଜୀବୀ, ଏଫଆଇସିସିଆଇ, ସିଆଇଆଇ, ଖାଉଟି ଅଧିକାର କାର୍ୟ୍ୟକର୍ତ୍ତା ଏବଂ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ଓ ଅନ୍ୟମାନଙ୍କ ସହିତ ଡିଓଏସିଏ ମିଳିତ ଭାବରେ ଏକ ବୈଠକରେ ୱେବ ସାଇଟରେ ନକଲି ତଥ୍ୟ ସମୀକ୍ଷା ତଥା ଏହାର ପ୍ରକାର ଏବଂ ରୋଡ ମ୍ୟାପ୍ ଉପରେ ଆଲୋଚନା କରିଛନ୍ତି । ଯେହେତୁ ଉତ୍ପାଦକୁ ପ୍ରତ୍ୟକ୍ଷ ଭାବରେ ଦେଖିବା କିମ୍ବା ପରୀକ୍ଷଣ କରିବାର କୌଣସି ସୁଯୋଗବି ନାଇ-କମର୍ସରେ ଏକ ଭର୍ଚୁଆଲ୍ସ ପିଂ ଅଭିଜ୍ଞତା ଅନ୍ତର୍ଭୁକ୍ତ, ଉପଭୋକ୍ତାମାନେ ଭଲ କିମ୍ବା ସେବା କିଣିଥିବା ଉପଭୋକ୍ତାମାନଙ୍କ ମତ ଏବଂ ଅଭିଜ୍ଞତା ଦେଖିବା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିବା ରିଭ୍ୟୁ ଉପରେ ଅଧିକ ନିର୍ଭର କରନ୍ତି । ‘‘ସମୀକ୍ଷକଙ୍କ ସତ୍ୟତା ଏବଂ ପ୍ଲାଟଫର୍ମର ସଂପୃକ୍ତ ଦାୟିତ୍ବକୁ ସୁନିଶ୍ଚିତ କରିବା ଥିଲା ଏଠାରେ ଦୁଇଟି ମୁଖ୍ୟ ପ୍ରସଙ୍ଗ । ଆହୁରି ମଧ୍ୟ ଇ-କମର୍ସ ପ୍ଲେୟାରମାନେ ମଧ୍ୟ ନିରପେକ୍ଷ ଏବଂ ସ୍ୱଚ୍ଛ ଭାବରେ ପ୍ରଦର୍ଶନ ପାଇଁ “ସବୁଠାରୁ ପ୍ରାସଙ୍ଗିକ ସମୀକ୍ଷା”କିପରି ବାଛିବେ ସେ ବିଷୟରେ ପ୍ରକାଶ କରିବା ଆବଶ୍ୟକ ବୋଲି ରୋହିତ କୁମାର ସିଂ କହିଛନ୍ତି । ସମସ୍ତ ହିତାଧିକାରୀ ଏକ ମତ ହୋଇଥିଲେ ଯେ ଗ୍ରାହକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ସମସ୍ୟାର ସମାଧାନ ପାଇଁ ନକଲି ରିଭ୍ୟୁକୁ ନିୟନ୍ତ୍ରଣ କରୁଥିବା ଉପଯୁକ୍ତ ଡାଞ୍ଚା ବିକଶିତ ହୋଇପାରିବ ।
ଇ-କମର୍ସ କମ୍ପାନୀଗୁଡ଼ିକର ହିତାଧିକାରୀମାନେ ଦାବୀ କରିଛନ୍ତି ଯେ, ସେମାନଙ୍କର ଫ୍ରେମୱାର୍କ ଅଛି ଯେଉଁଥିରେ ସେମାନେ ନକଲି ସମୀକ୍ଷା ଉପରେ ନଜର ରଖନ୍ତି ଏବଂ ଏହି ପ୍ରସଙ୍ଗରେ ଏକ ଆଇନଗତ ଢାଞ୍ଚାର ବିକାଶରେ ଅଂଶଗ୍ରହଣ କରି ଖୁସି ହେବେ । ସଚିବ ଡିଓଏସିଏଙ୍କ ସହ ଅତିରିକ୍ତ ସଚିବ ଶ୍ରୀମତୀ ନିଧିଖାରେ ଏବଂ ଯୁଗ୍ମ ସଚିବ ଅନୁପମ ମିଶ୍ର ଏହି ସଭାରେ ଯୋଗଦେଇଥିଲେ । ନକଲି ତଥା ବିଭ୍ରାନ୍ତିକର ରିଭ୍ୟୁ ଏବଂ ଗ୍ରାହକଙ୍କ ସ୍ବାର୍ଥ ଉପରେ ଏହାର ପ୍ରଭାବ ସମ୍ପର୍କରେ ଏଏସସିଆଇରସିଇ ଓ ଶ୍ରୀମତୀ ମନୀଷା କପୁର ଆଲୋକପାତ କରିଥିଲେ । ପେଡ୍ରିଭ୍ୟୁ, ଯାଞ୍ଚ ଯୋଗ୍ୟ ରିଭ୍ୟୁ ଏବଂ ପ୍ରୋତ୍ସାହନମୂଳକ ରିଭ୍ୟୁ କ୍ଷେତ୍ରରେ ଡିସକ୍ଲୋଜର ଅନୁପସ୍ଥିତି ଯାହା ଗ୍ରାହକଙ୍କ ପାଇଁ ପ୍ରକୃତ ରିଭ୍ୟୁ ଲାଭ କରିବାରେ ଏକ ଆହ୍ବାନ ସୃଷ୍ଟି ହୋଇଥାଏ ।

Leave A Reply

Your email address will not be published.