ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟକୁ ସରକାରୀ ଗସ୍ତ ସମୟରେ ୨୪ ଜୁନ୍ ୨୦୨୩ରେ ଭାରତୀୟ ସମୁଦାୟର ସଦସ୍ୟମାନଙ୍କ ସହିତ କଥା ହୋଇଛନ୍ତି । ଭାରତୀୟ ସମୁଦାୟ ସହିତ କଥା ହେବା ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଇଜିପ୍ଟ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀ, ପେସାଦାର, ବ୍ୟବସାୟୀଙ୍କୁ ନେଇ ଭାରତୀୟ ସମୁଦାୟର ୩୦୦ରୁ ଅଧିକ ସଦସ୍ୟ ଏହି ସମାରୋହରେ ଅଂଶଗ୍ରହଣ କରିଥିଲେ ।