କୋଭିଡ ୧୯-ଓମିକ୍ରନ୍ ସୂଚନା

- ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକାରେ ସଂଶୋଧନ ଆଣିଲେ କେନ୍ଦ୍ର ସରକାର

ଭାରତକୁ ଆସୁଥିବା ସମସ୍ତ ଯାତ୍ରୀ ୭ଦିନ ପର୍ୟ୍ୟନ୍ତ ଗୃହ ସଙ୍ଗରୋଧରେ ରହିବେ
● ଭାରତରେ ପହଞ୍ଚିବାର ଅଷ୍ଟମ ଦିନରେ ଆରଟି-ପିସିଆର ପରୀକ୍ଷା କରାଇବେ
● ୧୧ ଜାନୁଆରୀ ୨୦୨୨ (ରାତି ୧୨ଟା ୦୧) ଠାରୁ ଲାଗୁ ହେବ ସଂଶୋଧିତ ମାର୍ଗଦର୍ଶିକା

ନୂଆଦିଲ୍ଲୀ, (ପିଆଇବି) : କୋଭିଡ ୧୯ ଭୂତାଣୁର ସ୍ୱଭାବରେ ପରିବର୍ତ୍ତନ ହେଉଛି । ସାର୍ସ-କୋଭ୍-୨ର ନୂଆ ଚିନ୍ତାଜନକ ଭାରିଆଣ୍ଟ (ଭିଓସି) ଭାବେ ଓମିକ୍ରନ୍‌ର ଉଦ୍ଭବ ଏବଂ ବିଶ୍‌ଅ ବ୍ୟାପୀ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ୬ ଜାନୁଆରୀ ୨୦୨୨ଠାରୁ ମାର୍ଗଦର୍ଶିକାରେ ସଂଶୋଧନ କରାଯାଇଛି । ଏହିସବୁ ମାର୍ଗଦର୍ଶିକା ୧୧ ଜାନୁଆରୀ ୨୦୨୨ (ରାତି ୧୨ଟା ୦୧ ମିନିଟ୍) ଠାରୁ ଲାଗୁ ହେବ ।
ଶେଷଥର ପାଇଁ ୩୦ ନଭେମ୍ବର ୨୦୨୧ରେ ଏଥିରେ ସଂଶୋଧନ କରାଯାଇଥିଲା ।
ସଂଶୋଧିତ ମାର୍ଗଦର୍ଶିକା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ –
https://www.mohfw.gov.in/pdf/RevisedGuidelinesforInternationalArrivalsdated7thJanuary2022.pdf ରେ ଉପଲବ୍ଧ ରହିଛି।
ପୂର୍ବରୁ ଜାରି କରାଯାଇଥିବା ମାର୍ଗଦର୍ଶିକା (୩୦ ନଭେମ୍ବର ୨୦୨୧) ତୁଳନାରେ ୬ ଜାନୁଆରୀ ୨୦୨୨ରେ ଜାରି ହୋଇଥିବା ସଂଶୋଧିତ ମାର୍ଗଦର୍ଶିକାରେ ନିମ୍ନ ପରିବର୍ତ୍ତନ କରାଯାଇଛି :

● ସମସ୍ତ ଯାତ୍ରୀ (ଆଗମନ ସମୟରେ ରେଣ୍ଡମ୍ ପରୀକ୍ଷଣ ପାଇଁ ଚୟନ କରାଯାଇଥିବା ୨% ଯାତ୍ରୀ ଏବଂ ନେଗେଟିଭ୍ ଚିହ୍ନଟ ହୋଇଥିବା ଯାତ୍ରୀଙ୍କ ସମେତ)ଙ୍କୁ ୭ ଦିନ ପର୍ୟ୍ୟନ୍ତ ଗୃହ ସଙ୍ଗରୋଧରେ ରହିବାକୁ ପଡ଼ିବ । ଭାରତରେ ପହଞ୍ଚିବାର ଅଷ୍ଟମ ଦିନରେ ସେମାନଙ୍କୁ ଆରଟି-ପିସିଆର ପରୀକ୍ଷା କରାଇବାକୁ ପଡ଼ିବ ।
● ଅଷ୍ଟମ ଦିନରେ କରାଯାଇଥିବା କୋଭିଡ-୧୯ର ଆରଟି-ପିସିଆର ପରୀକ୍ଷା ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଯାତ୍ରୀମାନଙ୍କୁ ମଧ୍ୟ ଅପଲୋଡ୍ କରିବାକୁ ପଡ଼ିବ । ଏହି ପୋର୍ଟାଲ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ଦ୍ୱାରା ଅନୁଧ୍ୟାନ କରାଯିବ ।
● ଆଗମନ ସମୟରେ ଯେଉଁ ଯାତ୍ରୀମାନେ ପରୀକ୍ଷା କରାଇବା ଆବଶ୍ୟକ, ସେମାନଙ୍କୁ ଟେଷ୍ଟିଂ ପାଇଁ ଆଗୁଆ ଏୟାର ସୁବିଧା ପୋର୍ଟାଲରେ ଅନଲାଇନ ବୁକିଂ କରିବାକୁ ପଡ଼ିବ । ଫଳରେ ସେମାନେ ଠିକ ସମୟରେ ପରୀକ୍ଷା କରାଇପାରିବେ ଏବଂ ଅସୁବିଧା ଦୂର କରିପାରିବେ ।

Leave A Reply

Your email address will not be published.