ଉପରାଷ୍ଟ୍ରପତିଙ୍କୁ ଫୋନ କଲ କରି ପବିତ୍ର ସଂସଦ ପରିସରରେ କିଛି ସାଂସଦଙ୍କ ଘୃଣ୍ୟ ନାଟକୀୟତା ଉପରେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

● ମୁଁ ୨୦ ବର୍ଷ ଧରି ଏଭଳି ଅପମାନର ଶିକାର ହୋଇଛି – ପ୍ରଧାନମନ୍ତ୍ରୀ
● ଭାରତର ଉପରାଷ୍ଟ୍ରପତିଙ୍କ ଭଳି ସାମ୍ବିଧାନିକ ପଦବୀ ପ୍ରତି ଏଭଳି ଘଟିବା ଦୁର୍ଭାଗ୍ୟଜନକ-
ପ୍ରଧାନମନ୍ତ୍ରୀ
● କିଛି ଲୋକଙ୍କ କାର୍ଯ୍ୟକଳାପ ମୋତେ ମୋର କର୍ତ୍ତବ୍ୟ ପାଳନ କରିବାରେ ବାଧା ଦେଇପାରିବ
ନାହିଁ – ଉପରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍ ଯୋଗେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କ ସହ କଥା ହୋଇ ଗତକାଲି ପବିତ୍ର ସଂସଦ ପରିସରରେ କିଛି ସାଂସଦଙ୍କ ଘୃଣ୍ୟ ନାଟକୀୟତା ପାଇଁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ।
କଥା ହେବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ଧନଖଡ଼ଙ୍କୁ କହିଥିଲେ ଯେ ସେ ନିଜେ ୨୦ ବର୍ଷରୁ ଅଧିକ ସମୟ ଧରି ଏଭଳି ଅପମାନର ଶିକାର ହେଉଛନ୍ତି। କିନ୍ତୁ ଭାରତର ଉପରାଷ୍ଟ୍ରପତିଙ୍କ ଭଳି ସାମ୍ବିଧାନିକ ପଦବୀ ବିରୋଧରେ ଏବଂ ତାହା ମଧ୍ୟ ସଂସଦରେ ଘଟିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।
ଉପରାଷ୍ଟ୍ରପତି ଏହାର ଜବାବରେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ‘‘କିଛି ଲୋକଙ୍କ ଆଚରଣ ମୋତେ ମୋର କର୍ତ୍ତବ୍ୟ ପାଳନ କରିବା ଏବଂ ଆମ ସମ୍ବିଧାନରେ ଥିବା ନୀତିକୁ ବଜାୟ ରଖିବାରେ ବାଧା ଦେଇପାରିବ ନାହିଁ।’’
ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇ ଉପରାଷ୍ଟ୍ରପତି କହିଛନ୍ତି ଯେ ‘‘କୌଣସି ଅପମାନ ମୋତେ ମୋର ମାର୍ଗ ବଦଳାଇବାକୁ ବିବଶ କରିପାରିବ ନାହିଁ।’’

Leave A Reply

Your email address will not be published.