jayashree

ଦେଶର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଦାୟିତ୍ୱରେ ଥିବା ଆଇବିର ମଲ୍ଟି ଏଜେନ୍ସି ସେଣ୍ଟର (ଏମ୍ଏସି) କାର୍ଯ୍ୟର ସମୀକ୍ଷା କରିବା ପାଇଁ ଆଜି ନୂଆଦିଲ୍ଲୀରେ ବିଭିନ୍ନ ସୁରକ୍ଷା ମୁଖ୍ୟ ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଏମ୍‌ଏସି ଢାଞ୍ଚାର ବିସ୍ତାର ଏବଂ ଫଳପ୍ରଦତା ବୃଦ୍ଧି କରିବା ପାଇଁ ଏକ ବଡ଼ ବୈଷୟିକ ଓ ପରିଚାଳନାଗତ ସଂସ୍କାର ଦେଇ ଗତି କରିବାକୁ ଯାଉଛି
  • ଦେଶର ପରିବର୍ତ୍ତିତ ସୁରକ୍ଷା ବିପଦ ପରିସ୍ଥିତିର ମୁକାବିଲା ପାଇଁ ଆତଙ୍କବାଦୀ ନେଟ୍‌ୱର୍କ ଏବଂ ସେମାନଙ୍କ ସମର୍ଥକ ଇକୋ-ସିଷ୍ଟମକୁ ଧ୍ୱଂସ କରିବା ପାଇଁ ସମସ୍ତ ଏଜେନ୍ସି ମଧ୍ୟରେ ଅଧିକ ସମନ୍ୱୟ ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର ଗୃହମନ୍ତ୍ରୀ
  • ଶେଷ ମାଇଲ ପ୍ରତିକ୍ରିୟା ସମେତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ କ୍ରିୟାଶୀଳ ଗୁଇନ୍ଦା ସୂଚନାର ସକ୍ରିୟ ଓ ବାସ୍ତବ ସମୟରେ ପ୍ରସାର ପାଇଁ ଏକ ମଞ୍ଚ ଭାବରେ ଏମ୍‌ଏସି ୨୪ଙ୍ଘ୭ କାର୍ଯ୍ୟ ଜାରି ରଖିବା ଉଚିତ୍ ବୋଲି ଗୁରୁତ୍ୱାରୋପ କଲେ ଗୃହମନ୍ତ୍ରୀ
  • ବିଗ୍ ଡାଟା ଏବଂ ଏଆଇ/ଏମ୍‌ଏଲ୍ ପରିଚାଳିତ ବିଶ୍ଳେଷଣ ଏବଂ ଉନ୍ନତ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ଆତଙ୍କୀ ଇକୋସିଷ୍ଟମକୁ ଧ୍ୱଂସ କରିବା ପାଇଁ ଜାତୀୟ ନିରାପତ୍ତା ସହ ଜଡ଼ିତ ସମସ୍ତ ଏଜେନ୍ସିରୁ ଯୁବ, ବୈଷୟିକ ଦକ୍ଷ ଏବଂ ଉତ୍ସାହୀ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱାରୋପ କଲେ
  • ନୂତନ ଏବଂ ପରିବର୍ତ୍ତିତ ସୁରକ୍ଷା ଆହ୍ୱାନର ସମ୍ମୁଖୀନ ହେବା ପାଇଁ, ଆମକୁ ଆମର ପ୍ରତିକ୍ରିୟାରେ ସର୍ବଦା ଏକ ପାଦ ଆଗେଇ ରହିବା ଉଚିତ୍
  • ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସି ମୁଖ୍ୟ ଏବଂ ଅନ୍ୟ ଗୁଇନ୍ଦା ଓ ପ୍ରବର୍ତ୍ତନ ଏଜେନ୍ସିମାନଙ୍କୁ ଜାତୀୟ ନିରାପତ୍ତା ପ୍ରତି ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଗ୍ରହଣ କରିବାକୁ ଗୃହମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ, (ପିଆଇବି) : ଦେଶର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଦାୟିତ୍ୱରେ ଥିବା ଆଇବିର ମଲ୍ଟି ଏଜେନ୍ସି ସେଣ୍ଟର (ଏମ୍ଏସି) କାର୍ଯ୍ୟର ସମୀକ୍ଷା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ବିଭିନ୍ନ ସୁରକ୍ଷା ମୁଖ୍ୟ ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସି ମୁଖ୍ୟ ଏବଂ ଅନ୍ୟ ଗୁଇନ୍ଦା ଏବଂ ପ୍ରବର୍ତ୍ତନ ଏଜେନ୍ସିମାନଙ୍କୁ ଜାତୀୟ ନିରାପତ୍ତା ପ୍ରତି ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦେଶର ବିକଶିତ ସୁରକ୍ଷା ବିପଦ ପରିସ୍ଥିତିର ମୁକାବିଲା ପାଇଁ ଆତଙ୍କବାଦୀ ନେଟୱର୍କକୁ ଧ୍ୱଂସ କରିବା ଏବଂ ସେମାନଙ୍କ ସମର୍ଥକ ଇକୋ-ସିଷ୍ଟମକୁ ଧ୍ୱଂସ କରିବା ପାଇଁ ସମସ୍ତ ଏଜେନ୍ସି ମଧ୍ୟରେ ଅଧିକ ସମନ୍ୱୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦେଶର ସାମଗ୍ରିକ ଆଭ୍ୟନ୍ତରୀଣ ନିରାପତ୍ତା ସ୍ଥିତି ଓ ଆତଙ୍କବାଦ ବିରୋଧରେ ଲଢ଼େଇର ସମୀକ୍ଷା କରିବା ସମୟରେ; ମଲ୍ଟି ଏଜେନ୍ସି ସେଣ୍ଟରରେ ଯୋଗଦାନ ବଢ଼ାଇବା ଏବଂ ଏହାକୁ ଏକ ସମନ୍ୱିତ ପ୍ଲାଟଫର୍ମରେ ପରିଣତ କରିବା ପାଇଁ ଗୃହମନ୍ତ୍ରୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆହ୍ୱାନ ଦେଇଥିଲେ ଯାହା ନିର୍ଣ୍ଣାୟକ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି, ନିଶା ନିରୋଧୀ ଏଜେନ୍ସି, ସାଇବର ସୁରକ୍ଷା ଏବଂ ଗୁଇନ୍ଦା ଏଜେନ୍ସିମାନଙ୍କୁ ଏକାଠି କରିଥାଏ । ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏମ୍‌ଏସି ଏହାର ଅଂଶୀଦାରଙ୍କ ବିଶ୍ୱାସ ହାସଲ କରିଛି ଏବଂ ଏହା ଶେଷ ମାଇଲ ପ୍ରତିକ୍ରିୟା ସମେତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ କ୍ରିୟାଶୀଳ ଗୁଇନ୍ଦା ସୂଚନାର ସକ୍ରିୟ ଏବଂ ରିୟଲ ଟାଇମ୍ ଅଂଶୀଦାର ପାଇଁ ଏକ ପ୍ଲାଟଫର୍ମ ଭାବରେ 24×7 କାର୍ଯ୍ୟ ଜାରି ରଖିବା ଉଚିତ୍ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ବିଗ୍ ଡାଟା ଏବଂ ଏଆଇ/ଏମ୍‌ଏଲ୍ ପରିଚାଳିତ ବିଶ୍ଲେଷଣ ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଆତଙ୍କବାଦ ଇକୋସିଷ୍ଟମକୁ ଧ୍ୱଂସ କରିବା ପାଇଁ ଜାତୀୟ ନିରାପତ୍ତା ସହ ଜଡ଼ିତ ସମସ୍ତ ଏଜେନ୍ସିରୁ ଯୁବ, ବୈଷୟିକ ଦକ୍ଷ ଏବଂ ଉତ୍ସାହୀ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ନୂତନ ଓ ପରିବର୍ତ୍ତନଶୀଳ ସୁରକ୍ଷା ଆହ୍ୱାନର ସମ୍ମୁଖୀନ ହେବା ପାଇଁ, ପ୍ରତିକ୍ରିୟା ମୂଳକ କାର୍ଯ୍ୟାନୁଷ୍ଠାନରେ ଆମକୁ ସର୍ବଦା ଏକ ପାଦ ଆଗରେ ରହିବାକୁ ହେବ ବୋଲି ସେ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଏମ୍‌ଏସି ଫ୍ରେମୱାର୍କର ବିସ୍ତାର ଏବଂ ଫଳପ୍ରଦତା ବୃଦ୍ଧି କରିବା ପାଇଁ ଏକ ବଡ ବୈଷୟିକ ଓ ପରିଚାଳନାଗତ ସଂଶୋଧନ କରିବାକୁ ପ୍ରସ୍ତୁତ ବୋଲି ଗୃହମନ୍ତ୍ରୀ ସୂଚନା ଦେଇଥିଲେ । ତୁରନ୍ତ ପ୍ରତିକ୍ରିୟା ଏବଂ ସହଭାଗୀ ସୂଚନାର ଆକ୍ରମଣାତ୍ମକ ଅନୁସରଣ ମାଧ୍ୟମରେ ଏହି ପ୍ରୟାସକୁ ଆହୁରି ତ୍ୱରାନ୍ୱିତ କରିବାକୁ ସେ ସମସ୍ତ ଅଂଶୀଦାରମାନଙ୍କୁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.