ପ୍ରତିରକ୍ଷା କ୍ଷେତ୍ରରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭରତା’ ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ୨୦୨୦ରେ ସଂଶୋଧନ

• କ୍ରୟର ପ୍ରକୃତି ନିର୍ବିଶେଷରେ, ତିନି ସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀର ସମସ୍ତ ଆଧୁନିକୀକରଣ ଆବଶ୍ୟକତା ସ୍ବଦେଶୀ ଉତ୍ସରୁ ପୂରଣ କରାଯିବ
• ଘରୋଇ ଉଦ୍ୟୋଗ ଉପରେ ଆର୍ଥିକ ବୋଝ ହ୍ରାସ କରିବା ଲାଗି ବିଶ୍ବସନିୟତା ରାଜିନାମା ବ୍ୟାଙ୍କ ଗ୍ୟାରେଣ୍ଟି ଆବଶ୍ୟକତା ଉଚ୍ଛେଦ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ପକ୍ଷରୁ ମିଳିଥିବା ଅନୁମୋଦନ ଆଧାରରେ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି) ୨୦୨୦ରେ ସଂଶୋଧନ କରାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଇଜ ଅଫ୍‌ ଡୁଇଂ ବିଜନେସକୁ ପ୍ରୋତ୍ସାହନ ଦେବା ଏବଂ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭରତା’କୁ ବଢ଼ାଇବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
• କ୍ରୟର ପ୍ରକୃତି ନିର୍ବିଶେଷରେ, ତିନି ସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀର ସମସ୍ତ ଆଧୁନିକୀକରଣ ଆବଶ୍ୟକତା ସ୍ବଦେଶୀ ଉତ୍ସରୁ ପୂରଣ କରାଯିବ । ପୁଞ୍ଜି ଅଧିଗ୍ରହଣର ବିଦେଶୀ ଉଦ୍ୟୋଗରୁ ପ୍ରତିରକ୍ଷା ଉପକରଣ/ସୋର୍ସିଂର ଆମଦାନୀ କେବଳ ଏକ ବ୍ୟତିକ୍ରମ ଭାବେ ଗ୍ରହଣ କରାଯିବ ଏବଂ ଏଥିପାଇଁ ଡିଏସି/ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁମୋଦନ ଆବଶ୍ୟକ ହେବ ।
• ଅର୍ଥ ମନ୍ତ୍ରଣାଳୟର ପରାମର୍ଶ ଏବଂ ଘରୋଇ ଉଦ୍ୟୋଗ ଉପରେ ଆର୍ଥିକ ବୋଝ ହ୍ରାସ କରିବା ଲାଗି ବିଶ୍ବସନୀୟତା ରାଜିନାମା ବ୍ୟାଙ୍କ ଗ୍ୟାରେଣ୍ଟି (ଆଇପିବିଜି) ଆବଶ୍ୟକତା ଉଚ୍ଛେଦ କରାଯାଇଛି । ଏହା ପରିବର୍ତ୍ତେ, ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆବଶ୍ୟକତାର ଗ୍ରହଣୀୟତା (ଏଓଏନ) ସହିତ ସବୁ ଅଧିଗ୍ରହଣ ମାମଲା ପାଇଁ ଅମାନତ ଜମା ରାଶି (ଇଏମଡି)କୁ ବିଡ୍‌ ସିକ୍ୟୁରିଟୀ ଭାବେ ଗ୍ରହଣ କରାଯିବ । ଚୁକ୍ତିନାମା ସ୍ବାକ୍ଷରିତ ହେବା ପର୍ୟ୍ୟନ୍ତ ଏହି ଇଏମଡି ବଛା ବଛା ବିକ୍ରେତା (ଭେଣ୍ଡର)ଙ୍କ ପାଇଁ ପ୍ରଯୁଜ୍ୟ ହେବ ଏବଂ ଚୟନ ପ୍ରକ୍ରିୟା ଘୋଷଣା ପରେ ଅବଶିଷ୍ଟ ଭେଣ୍ଡରଙ୍କୁ ଫେରାଇ ଦିଆଯିବ । ଚୁକ୍ତିନାମା ପରେ, ବିଶ୍ବସନୀୟତା ରାଜିନାମାକୁ ପ୍ରଦର୍ଶନ ତଥା ୱାରେଣ୍ଟି ବ୍ୟାଙ୍କ ଗ୍ୟାରେଣ୍ଟୀ (ପିଡବ୍ଲୁବିଜି) ଜରିଆରେ କଭର କରାଯିବ । ଆହୁରି, ଭାରତର ସରକାରଙ୍କ ବର୍ତ୍ତମାନର ନୀତି ଅନୁଯାୟୀ, ସୂକ୍ଷ୍ମ ଏବଂ ଲଘୁ ଉଦ୍ୟୋଗ (ଏମଏସଇ) ପାଇଁ କୌଣସି ଇଏମଡି ଆବଶ୍ୟକ ହେବ ନାହିଁ ।
• ଦେଶରେ ବ୍ୟାପକ ଭାଗିଦାରୀ ଏବଂ ବ୍ୟାପକ ଆଧାରିତ ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି, ଅଧିଗ୍ରହଣ ମାମଲାରେ ମୋଟ୍‌ ଅର୍ଡର ପରିମାଣକୁ ଯେଉଁଠି ପ୍ରଯୁଜ୍ୟ ହୋଇଥିବ, ବଛା ହୋଇଥିବା ବିକ୍ରେତାମାନଙ୍କ ମଧ୍ୟରେ ବିଭାଜିତ କରାଯିବ । ଏହାବ୍ୟତୀତ, ଅନ୍ୟ ବୈଷୟିକ ଭାବେ ଯୋଗ୍ୟ ନିଲାମ ଡକାଳୀ (ବିଡର) ଯେଉଁମାନଙ୍କୁ ଚୁକ୍ତିନାମା ମିଳିବ ନାହିଁ, ସେମାନଙ୍କୁ ସେବା ଦ୍ବାରା ଏକ ପ୍ରମାଣପତ୍ର ଜାରି କରାଯିବ । ଏଥିରେ ଦର୍ଶାଯିବ ଯେ ଉତ୍ପାଦର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଫଳରେ ଏପରି ବିକ୍ରେତାମାନେ ଅନ୍ୟ ବଜାର ଠାବ କରି ନିଜ ଉତ୍ପାଦ ବିକ୍ରି କରିବା ପାଇଁ ସୁବିଧା ପାଇପାରିବେ ।
• ନବୋନ୍ମେଷକୁ ପ୍ରୋତ୍ସାହିତ କରିବା ଲାଗି ଏକ ଇକୋସିଷ୍ଟମ ବିକଶିତ କରିବା ଏବଂ ଗବେଷଣା ଓ ବିକାଶ ସଂଗଠନ, ଶିକ୍ଷାବିତ୍‌, ଉଦ୍ୟୋଗ, ଷ୍ଟାର୍ଟଅପ ଏବଂ ବ୍ୟକ୍ତିଗତ ନବପ୍ରବର୍ତ୍ତକଙ୍କୁ ସାମିଲ କରି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୦୧୮ ଆଇଡିଇଏକ୍ସ ଫ୍ରେମୱାର୍କର ଶୁଭାରମ୍ଭ କରିଥିଲେ । ଡିଏପି ୨୦୨୦ରେ ବର୍ତ୍ତମାନ ଥିବା ବ୍ୟବସ୍ଥାରେ କର୍ମଚାରୀ ମୂଲ୍ୟାୟନ, ଆଇଡିଇଏକ୍ସ କ୍ରୟ ପାଇଁ କଣ୍ଟ୍ରାକ୍ଟ ସିଏନସି ଓ ଆୱାର୍ଡ ପ୍ରକ୍ରିୟା ଠାରୁ ଆରମ୍ଭ କରି ‘ବାଏ (ଭାରତୀୟ-ଆଇଡିଡିଏମ) ପ୍ରକ୍ରିୟା ଆଦି ପରସ୍ପର ସହ ଯୋଡ଼ି ହୋଇ ରହିଛି । ଏଥିରେ କୌଣସି ଅର୍ଡର ଦେବା ପୂର୍ବରୁ ଦୁଇ ବର୍ଷର ଲମ୍ବା ଅବଧି ପର୍ୟ୍ୟନ୍ତ ପ୍ରତୀକ୍ଷା କରିବାକୁ ହୋଇଥାଏ । ଆତ୍ମନିର୍ଭରଶୀଳତା ଏବଂ ସ୍ବଦେଶୀକରଣର ଦ୍ବୈତ ମନ୍ତ୍ରକୁ କାର୍ୟ୍ୟକାରୀ କରିବାକୁ ଯାଇ ଦେଶର ଉଦୀୟମାନ ଷ୍ଟାର୍ଟଅପ୍‌ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଡିଏପି ୨୦୨୦ର ଆଇଡିଇଏକ୍ସ ପଦ୍ଧତି ଅଧୀନରେ କ୍ରୟ ପ୍ରକ୍ରିୟାକୁ ଆହୁରି ସରଳ କରାଯାଇଛି । ଏହି ସରଳୀକରଣ ଫଳରେ, ଏଓଏନକୁ ଅନୁମତି ଦେବା ଠାରୁ ଆରମ୍ଭ କରି ଚୁକ୍ତିନାମା ସ୍ବାକ୍ଷର କରିବାର ସମୟ ୨୨ ସପ୍ତାହକୁ ହ୍ରାସ ପାଇବ ।
• ଡିଏପି-୨୦୨୦ର ମେକ୍‌-।। ପ୍ରକ୍ରିୟାରେ ପ୍ରୋଟୋଟାଇପ୍‌ ବିକାଶ ପର୍ୟ୍ୟାୟରେ ଉଦ୍ୟୋଗ ଦ୍ବାରା ପାଣ୍ଠି ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପ୍ରତିରକ୍ଷା ଉପକରଣର ସ୍ବଦେଶୀକରଣ ସାମିଲ ରହିଛି । ଏହି ପ୍ରକ୍ରିୟାକୁ ସରଳ କରାଯାଇଛି । ପ୍ରୋଟୋଟାଇପର ଏକକ ପର୍ୟ୍ୟାୟରେ ସାମଗ୍ରିକ ପରୀକ୍ଷଣକୁ ସାମିଲ କରିବା ଏବଂ ନିୟୋଜିତ ମାମଲାରେ ପ୍ରାରମ୍ଭିକ କ୍ରୟ ପାଇଁ ପରିମାଣର ଯାଞ୍ଚ ଏବଂ ସ୍କେଲିଂ ସହିତ ବିତରଣ କରିବା ଜରିଆରେ ଏହା କରାଯାଇଛି । ସରଳୀକରଣ ପରେ, ମେକ୍‌-।। ପ୍ରକ୍ରିୟାର ସମୟ ଅବଧି ବର୍ତ୍ତମାନର ୧୨୨-୧୮୦ ସପ୍ତାହରୁ ୧୦୧-୧୦୯ ସପ୍ତାହକୁ ହ୍ରାସ ପାଇଛି ।

Leave A Reply

Your email address will not be published.