ବିନା ସୁରକ୍ଷା ବ୍ୟବସ୍ଥାରେ ମହିଳା ବିଧାୟକ ସ୍କୁଟିରେ ଯାତ୍ରା କରୁଛନ୍ତି : ନିଜ ଦଳର ସରକାର, ତଥାପି ରାଜ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ

ରାୟପୁର : ଛତିଶଗଡରେ ଏକ କଂଗ୍ରେସ ସରକାର ଚାଲିଛି । ତଥାପି କଂଗ୍ରେସ ଦଳର ମହିଳା ବିଧାୟକ ନିଜ ସରକାରରେ ପୋଲିସର କାର୍ଯ୍ୟକଳାପ ଉପରେ ରାଗିଛନ୍ତି । ଏହି ମାମଲା ରାଜନନ୍ଦଗାଓଁର ଖୁଜ୍‌ଜୀର । ଏଠାରେ କଂଗ୍ରେସ ବିଧାୟକ ଛନ୍ନି ସାହୁ ତାଙ୍କ ସ୍ୱାମୀଙ୍କ ଗିରଫଦାରୀ ଉପରେ କ୍ରୋଧିତ ହୋଇ ତାଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ସରକାରୀ ଗାଡି ଫେରାଇ ଦେଇଛନ୍ତି । ଏହି ମହିଳା ବିଧାୟକ ବର୍ତ୍ତମାନ ତାଙ୍କ ସ୍କୁଟିରେ ଭ୍ରମଣ କରୁଛନ୍ତି ଏବଂ କାର୍ଯ୍ୟକ୍ରମ ଗୁଡ଼ିକରେ ଅଂଶଗ୍ରହଣ କରୁଛନ୍ତି ।

ସୂଚନା ଅନୁସାରେ ବିଜେପିର ଲୋକମାନେ ବିଧାୟକଙ୍କ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଏହା ପରେ ପୋଲିସ ଆଟ୍ରୋସିଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା । ମହିଳା ବିଧାୟକ ନିଜେ ସ୍ୱାମୀଙ୍କୁ ସ୍କୁଟିରେ ବସାଇ ଏସପି କାର୍ଯ୍ୟାଳୟରେ ପହଞ୍ଚି ମୋ ସ୍ୱାମୀଙ୍କୁ ଗିରଫ କର ବୋଲି କହିଥିଲେ । କଂଗ୍ରେସ ବିଧାୟକ ଛନ୍ନି ସାହୁ ତାଙ୍କ ସ୍ୱାମୀଙ୍କ ବିରୋଧରେ ରଜନନ୍ଦଗାଓଁ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନର ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅଭିଯୋଗ କରିଛନ୍ତି ଓ ସରକାରଙ୍କଠାରୁ ମିଳିଥିବା ସୁରକ୍ଷା ବ୍ୟବସ୍ଥା ଫେରସ୍ତ କରିଛନ୍ତି ।

Leave A Reply

Your email address will not be published.