ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣିର ନିଲାମୀ ନିମନ୍ତେ କୋଇଲା ମନ୍ତ୍ରଣାଳୟକୁ ମିଳିଲା ୩୮ଟି ବିଡ୍

  • ୨୮ ଜୁନ, ୨୦୨୨ରେ ଖୋଲାଯିବ ଅନଲାଇନ୍ ବିଡ୍
  • କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ ପଞ୍ଚଦଶ ପର୍ୟ୍ୟାୟ ନିଲାମୀ
  • ଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟନ୍ତ୍ରଣ) ଆଇନ, ୧୯୫୭ ଅଧୀନରେ ପଞ୍ଚମ ପର୍ୟ୍ୟାୟ ନିଲାମୀ ଏବଂ କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ ଚତୁର୍ଦ୍ଦଶ ପର୍ଯ୍ୟୟ ନିଲାମୀର ଦ୍ୱିତୀୟ ପ୍ରୟାସ
  • ଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟନ୍ତ୍ରଣ) ଆଇନ, ୧୯୫୭ ଅଧୀନରେ ଚତୁର୍ଥ ପର୍ୟ୍ୟାୟ ନିଲାମୀର ଦ୍ୱିତୀୟ ପ୍ରୟାସ
  • କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ ତ୍ରୟୋଦଶ ପର୍ୟ୍ୟାୟ ନିଲାମୀର ଦ୍ୱିତୀୟ ପ୍ରୟାସ
  • ଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟନ୍ତ୍ରଣ) ଆଇନ, ୧୯୫୭ ଅଧୀନରେ ତୃତୀୟ ପର୍ୟ୍ୟାୟ ନିଲାମୀର ଦ୍ୱିତୀୟ ପ୍ରୟାସ

ନୂଆଦିଲ୍ଲୀ, (ପିଆଇବି) : ବାଣିଜ୍ୟିକ କୋଇଲା ଖଣି ନିଲାମୀର ତିନୋଟି ପର୍ୟ୍ୟାୟରେ କୋଇଲା ମନ୍ତ୍ରଣାଳୟକୁ ମୋଟ୍‌ ୩୮ଟି ଅଫଲାଇନ୍‌ ବିଡ୍‌ ମିଳିଛି । ନିଲାମୀର ପଞ୍ଚମ ପର୍ୟ୍ୟାୟରେ, ୧୫ଟି କୋଇଲା ଖଣି ପାଇଁ ୨୮ଟି ଅଫଲାଇନ୍‌ ବିଡ୍‌ ହସ୍ତଗତ ହୋଇଛି । ଅନ୍ୟପକ୍ଷରେ ୮ଟି କୋଇଲା ଖଣି ପାଇଁ ୨ କିମ୍ବା ତତୋଧିକ ବିଡ୍‌ ପ୍ରାପ୍ତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ତୃତୀୟ ପର୍ୟ୍ୟାୟ ନିଲାମୀର ଦ୍ୱିତୀୟ ପ୍ରୟାସ ଅଧୀନରେ ମୋଟ ୯ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା । ଏଥିରେ ୬ଟି କୋଇଲା ଖଣି ପାଇଁ ୬ଟି ବିଡ୍‌ ମିଳିଛି । ଚତୁର୍ଥ ପର୍ୟ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ, ମୋଟ୍‌ ୪ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା । ୩ଟି କୋଇଲା ଖଣି ପାଇଁ ୪ଟି ବିଡ ହସ୍ତଗତ ହୋଇଛି ।
ବାଣିଜ୍ୟିକ କୋଇଲା ନିଲାମୀର ପଞ୍ଚମ ପର୍ୟ୍ୟାୟ, ଚତୁର୍ଥ ପର୍ୟ୍ୟାୟର ଦ୍ୱିତୀୟ ପ୍ରୟାସ ଏବଂ ତୃତୀୟ ପର୍ୟ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ କ୍ଷମତାପ୍ରାପ୍ତ ପ୍ରାଧିକରଣ ଭାବେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩୦ ମାର୍ଚ୍ଚ, ୨୦୨୨ରେ କୋଇଲା ଖଣି ନିଲାମ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ସବୁ କୋଇଲା ଖଣି ପାଇଁ ଅନଲାଇନ ବୈଷୟିକ ବିଡ୍‌ ଦାଖଲ କରିବାର ଶେଷ ତାରିଖ ୨୭ ଜୁନ୍ ୨୦୨୨, ଦିନ ୧୨ଟା ରଖାଯାଇଥିଲା । ସେହିପରି ଅଫଲାଇନ୍‌ ବିଡ୍‌ ଦାଖଲର ଶେଷ ତାରିଖ ଭାବେ ୨୭ ଜୁନ୍ ୨୦୨୨, ଅପରାହ୍ଣ ୪ଟା ନିର୍ଦ୍ଧାରଣ କରାଯାଇଥିଲା ।
ନିଲାମୀ ପ୍ରକ୍ରିୟାର ଅଂଶବିଶେଷ ସ୍ୱରୂପ ମିଳିଥିବା ଅନଲାଇନ ବିଡଗୁଡ଼ିକୁ ୨୮ ଜୁନ, ୨୦୨୨ ପୂର୍ବାହ୍ନ ୧୦ଟା ଠାରୁ ଖୋଲାଯିବ । ଆଗ୍ରହୀ ସମ୍ଭାବ୍ୟ ବିଡର୍ସଙ୍କ ଉପସ୍ଥିତିରେ ଟାଗୋର ଚାମ୍ବର୍ସ, ସ୍କୋପ କମ୍ପ୍ଲେକ୍ସ, ନୂଆଦିଲ୍ଲୀ – ୧୧୦୦୦୩ ଠାରେ ଅନଲାଇନ୍‌ ବିଡ୍‌ ଖୋଲାଯିବ ।

Leave A Reply

Your email address will not be published.