ଆସନ୍ତାକାଲି କଳା ଉତ୍ସବ ୨୦୨୨କୁ ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : କଳା ଉତ୍ସବ ୨୦୨୨ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଓ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ୩-୭ ଜାନୁୟାରୀ ୨୦୨୩ ପର୍ୟ୍ୟନ୍ତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ), ଭୁବନେଶ୍ବର ଠାରେ ଆୟୋଜିତ ହେବ। କଳା ଉତ୍ସବର ଉଦଘାଟନୀ ସମାରୋହ ୦୩ ଜାନୁୟାରୀ ୨୦୨୩ ଦିନ ସକାଳ ୧୦ ଟା ସମୟରେ ଅନୁଷ୍ଠିତ ହେବ। ଏହି ସମାରୋହକୁ ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ।
ଏହି ଉତ୍ସବରେ ସଚିବ, ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର, ଶ୍ରୀ ସଞ୍ଜୟ କୁମାର ଏବଂ ନିର୍ଦ୍ଦେଶକ, ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ, ପ୍ରଫେସର ଦୀନେଶ ପ୍ରସାଦ ସାକଲାନି ମଧ୍ୟ ଯୋଗଦେବେ ।
କଳା ଉତ୍ସବ ୨୦୨୨ ଯାହା ୩-୭ ଜାନୁୟାରୀ ୨୦୨୩ ମଧ୍ୟରେ ଅନୁଷ୍ଠିତ ହେବ, ଏଥିରେ ୧୦ ଟି କଳା କୁ ପ୍ରଦର୍ଶିତ କରାଯିବ ଯଥା – ୧. ଭୋକାଲ୍ ମ୍ୟୁଜିକ୍ – ଶାସ୍ତ୍ରୀୟ, ୨. ଭୋକାଲ୍ ମ୍ୟୁଜିକ୍ – ପାରମ୍ପରିକ, ୩. ବାଦ୍ୟଯନ୍ତ୍ର ସଂଗୀତ – ପରକ୍ୟୁସିଭ୍, ୪. ଇନଷ୍ଟ୍ରୁମେଣ୍ଟାଲ୍ ମ୍ୟୁଜିକ୍ – ମେଲୋଡିକ୍, ୫. ନୃତ୍ୟ – ଶାସ୍ତ୍ରୀୟ, ୬. ନୃତ୍ୟ – ଲୋକ, ୭. ଭିଜୁଆଲ୍ ଆର୍ଟସ (୨-ଡାଇମେନ୍ସନାଲ୍), ୮. ଭିଜୁଆଲ୍ ଆର୍ଟସ (୩-ଡାଇମେନ୍ସନାଲ୍), ୯. ସ୍ୱଦେଶୀ ଖେଳନା ଏବଂ ଖେଳ ଏବଂ ୧୦. ଡ୍ରାମା (ଏକକ ଅଭିନୟ)। ଛାତ୍ରମାନେ ଏହି ସମସ୍ତ ବର୍ଗରେ ସେମାନଙ୍କର କଳା ପ୍ରଦର୍ଶନ କରିବେ। କଳା ଉତ୍ସବ ୨୦୨୨ ଟି ୩୬ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତିରୁ ୭୧୪ ଟି ଏଣ୍ଟ୍ରି ଗ୍ରହଣ କରିଛନ୍ତି ଯେଉଁଥିରେ ୩୫୭ ବାଳିକା ଏବଂ ୩୫୭ ବାଳକ ୭ ଜଣ ଦିବ୍ୟାଙ୍ଗ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ୩, ୪ ଏବଂ ୫ ଜାନୁୟାରୀ ୨୦୨୩ ରେ ଅନୁଷ୍ଠିତ ହେବ ଯାହାକି ପ୍ରଖ୍ୟାତ କଳାକାରମାନଙ୍କ ଦ୍ୱାରା ବିଚାର କରାଯିବ।
ଉଦ୍ୟାପନୀ ଉତ୍ସବ ୭ ଜାନୁୟାରୀ ୨୦୨୩ ରେ ଅନୁଷ୍ଠିତ ହେବ। ଏହି କାର୍ୟ୍ୟ ପାଇଁ ମୁଖ୍ୟ ଅତିଥି ହେଉଛନ୍ତି ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର। ଡା. ସୁଭାଷ ସରକାର ଓ ଡା. ରାଜକୁମାର ରଞ୍ଜନ ସିଂ, ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେବେ।

Leave A Reply

Your email address will not be published.

error: Content is protected !!