ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ଇତିହାସ ସୃଷ୍ଟି କରିଛି : ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ପାଇଁ ପ୍ରଶଂସା କରିଛନ୍ତି ଏବଂ ସମର୍ଥନ ଓ ସହଯୋଗ ପାଇଁ ଜି-୨୦ର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ନୂଆଦିଲ୍ଲୀ ନେତାଙ୍କ ଘୋଷଣାପତ୍ରର ଡିଜିଟାଲ କପି ସେୟାର କରି ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
‘‘ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାକୁ ଗ୍ରହଣ କରିବା ଇତିହାସ ସୃଷ୍ଟି କରିଛି। ସହମତି ଓ ଭାବନାରେ ଏକାଠି ହୋଇ ଆମେ ଏକ ଉନ୍ନତ, ଅଧିକ ସମୃଦ୍ଧ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭବିଷ୍ୟତ ପାଇଁ ମିଳିତ ଭାବରେ କାର୍ୟ୍ୟ କରିବାକୁ ପ୍ରତିଶ୍ରୁତି ଦେଉଛୁ । ସମର୍ଥନ ଓ ସହଯୋଗ ପାଇଁ ଜି-୨୦ର ସମସ୍ତ ସଦସ୍ୟଙ୍କୁ ମୁଁ କୃତଜ୍ଞତା ଜଣାଉଛି।‘‘

Leave A Reply

Your email address will not be published.