ପାଟଣା : ମଦ ବ୍ୟବସାୟ ଛାଡ଼ିଲେ ମିଳିବ ୧ଲକ୍ଷ ସହାୟତା ରାଶି । ବିହାରର ନୀତିଶ ସରକାରଙ୍କ ଏହି ବଡ଼ ଘୋଷଣା ଏବେ ବିହାରରେ ବେଆଇନ ମଦକୁ ରୋକିବା ପାଇଁ ସକ୍ଷମ ହେବ ବୋଲି ଆଲୋଚନା ହେଉଛି । ଯିଏ ଏହି ବ୍ୟବସାୟରୁ ବାହାରକୁ ଆସି ଜୀବିକା ନିର୍ବାହ ପାଇଁ ନୂଆ ଜୀବିକା ଆରମ୍ଭ କରିବ, ସରକାର ତାଙ୍କୁ ଏକ ଲକ୍ଷ ଟଙ୍କା ସାହାଯ୍ୟ କରିବେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ନିଶା ମୁକ୍ତ ଦିବସରେ ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଘାଟନ କରି ସେ ଟ୍ୱିଟ୍ କରି ଲେଖିଛନ୍ତି । ଆମେ ବିହାରରେ ନିଷେଧାଦେଶକୁ କଡାକଡି ଭାବେ କାର୍ଯ୍ୟକାରୀ କରୁଛୁ । ସ୍ଥାୟୀ ଜୀବିକା ଯୋଜନା ଅଧୀନରେ, ମଦ ବ୍ୟବସାୟ ସହିତ ଜଡିତ ଲୋକଙ୍କୁ ଅନ୍ୟ କାମ ଆରମ୍ଭ କରିବାକୁ ସହାୟତା ଦିଆଯାଉଛି । ବହୁ ସଂଖ୍ୟକ ଲୋକ ଏହାର ସୁଯୋଗ ନେଇଛନ୍ତି । ଲୋକଙ୍କୁ ନିଷେଧାଦେଶ ବିଷୟରେ ଅବଗତ କରାଇବା ଆବଶ୍ୟକ । ସାମାଜିକ ସଂସ୍କାର ଅଭିଯାନକୁ ନିରନ୍ତର ଜାରି ରଖିବାକୁ ପଡିବ । ରାଜ୍ୟ ମଧ୍ୟ ଅଗ୍ରଗତି କରିବ ଓ ସମସ୍ତେ ଅଗ୍ରଗତି କରିବେ ।