ବଲାଙ୍ଗିର ସହର କଲେଜଛକଠାରେ ଟାଟା ଏସି ଧକ୍କାରେ କଲେଜ ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ଟାଟା ଏସି ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ବୁରୋମୁଣ୍ଡା ଗାଁର ନିର୍ମଳା ସୁନା ବଲାଙ୍ଗିର କନ୍ଧପାଲିପଡାର ସମ୍ପର୍କୀୟଙ୍କ ଘରେ ରହି ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି । ଆଜି ସାଇକେଲରେ କଲେଜ ଯିବା ସମୟରେ କଲେଜ ଛକ ନିକଟରେ ଏକ ଟାଟା ଏସି ଗାଡି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପୋଲିସ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଥିଲା । ଛାତ୍ରୀଙ୍କ ଇଣ୍ଟରନାଲ ଇନ୍‌ଜୁରି ହୋଇଥିବା ଡାକ୍ତର କହିଛନ୍ତି । ଟାଉନ ପୋଲିସ ଟାଟା ଏସି ଗାଡିକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.