ନୋବେଲ୍‌ ବିଜେତା ମିଃ ଆଣ୍ଟୋନ ଜେଲିଙ୍ଗରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ୍‌ ବିଜେତା ତଥା ଅଷ୍ଟ୍ରିଆର ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ମିଃ ଆଣ୍ଟୋନ ଜେଲିଙ୍ଗରଙ୍କୁ ସାକ୍ଷାତ କରିଛନ୍ତି । ଜେଲିଙ୍ଗର କ୍ୱାଣ୍ଟମ ମେକାନିକ୍ସ ଉପରେ ତାଙ୍କ କାର୍ଯ୍ୟ ପାଇଁ ପ୍ରସିଦ୍ଧ ଏବଂ ୨୦୨୨ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ପାଇଥିଲେ । ପ୍ରଧାନମନ୍ତ୍ରୀ ଭାରତର ଜାତୀୟ କ୍ୱାଣ୍ଟମ ମିଶନ ଉପରେ ଏହି ବିଶିଷ୍ଟ ପଦାର୍ଥ ବିଜ୍ଞାନୀଙ୍କ ସହ ମତ ବିନିମୟ କରିଥିଲେ । ସମସାମୟିକ ସମାଜରେ କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ କ୍ୱାଣ୍ଟମ ପ୍ରଯୁକ୍ତିର ଭୂମିକା ଏବଂ ଭବିଷ୍ୟତ ପାଇଁ ଏହାର ପ୍ରତିଶ୍ରୁତି ଉପରେ ସେ ଓ ମିଃ ଜେଲିଙ୍ଗର ମତ ବିନିମୟ କରିଥିଲେ ।

Leave A Reply

Your email address will not be published.