କାବୁଲ : ଆଜି ୩୦ ମିନିଟ୍ରୁ କମ୍ ସମୟ ମଧ୍ୟରେ ଆଫଗାନିସ୍ତାନରେ ୨ଟି ଭୂମିକମ୍ପ ସଂଗଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି । ରାତି ୧୨.୨୮ରେ ଫୈଜାବାଦ୍ର ପୂର୍ବ ପ୍ରାନ୍ତକୁ ୧୦୦ କିଲୋମିଟର୍ ଦୂରରେ ପ୍ରଥମ ଭୂମିକମ୍ପ ସଂଗଠିତ ହୋଇଥିଲା ଏବଂ ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ଥିଲା ୪.୪ । ପୁଣି ରାତି ୧୨.୫୫ରେ ଫୈଜାବାଦର ପୂର୍ବ ଆଡ଼କୁ ୧୨୬ କିଲୋମିଟର୍ ଦୂରରେ ଦ୍ୱିତୀୟ ଭୂମିକମ୍ପ ସଂଘଠିତ ହୋଇଥିଲା । ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ଥିଲା ୪.୮ ।
Prev Post
Next Post