oom

ଓଡ଼ିଶାରେ ବନାଗ୍ନିର ପ୍ରଭାବୀ ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ସମିତି ଗଠିତ

jsmm

• ସ୍ଥିତି ମୁକାବିଲାରେ ରାଜ୍ୟ ସରକାରଙ୍କୁ କରିବେ ସହାୟତା
• ଖୁବଶୀଘ୍ର ରାଜ୍ୟ ଗସ୍ତ କରିବ ବିଶେଷଜ୍ଞ ସମିତି
• ପରିସ୍ଥିତିକୁ ଗମ୍ଭୀରତାର ସହ ଅନୁଧ୍ୟାନ କରୁଛି କେନ୍ଦ୍ର

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାରେ ଦେଖାଦେଇଥିବା ଅପ୍ରତ୍ୟାଶିତ ବନାଗ୍ନି ଘଟଣାର ପ୍ରଭାବୀ ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କୁ ସହାୟତା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ତିନି ଜଣିଆ ବିଶେଷଜ୍ଞ ସମିତି ଗଠନ କରାଯାଇଛି। ଆଜି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଏହି ସୂଚନା ଦେଇଛନ୍ତି।

ଖୁବଶୀଘ୍ର ଏହି ଦଳ ଓଡ଼ିଶା ଗସ୍ତ କରିବ ଏବଂ ରାଜ୍ୟରେ ଦେଖାଦେଇଥିବା ଜଙ୍ଗଲ ନିଆଁର ଯଥାଶୀଘ୍ର ଏବଂ ପ୍ରଭାବୀ ପ୍ରଶମନ ଲାଗି ବିଶେଷଜ୍ଞ ବୈଷୟିକ ପରାମର୍ଶ ଏବଂ ସହାୟତା ଯୋଗାଇ ଦେବ। ଆଜି ଏକ ଟୁଇଟ୍ ଜରିଆରେ ଶ୍ରୀ ଜାଭଡ଼େକର ଏହି ସୂଚନା ଦେଇଥିଲେ।
କେନ୍ଦ୍ର ମନ୍ତ୍ରୀଙ୍କ ଆଦେଶକୁ ତୁରନ୍ତ କାର୍ୟ୍ୟକାରୀ କରି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଶେଷଜ୍ଞ ଦଳ ଗଠନ କରାଯାଇଛି ଏବଂ ଏଥିରେ :

୧. ଡ. ଅମିତ ମଲ୍ଲିକ, ଆଇଜିଏଫ, ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ, ନୂଆଦିଲ୍ଲୀ
୨. ଶ୍ରୀ ସୁବ୍ରତ୍ତ ମହାପାତ୍ର, ଡିଡିଜି, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ୟ୍ୟାଳୟ, ଭୁବନେଶ୍ୱର
୩. ଶ୍ରୀମତୀ ଆରତୀ ଚୌଧୁରୀ, ମୁଖ୍ୟ, ସିଲଭିକଲଚର-ଆଇସିଏଫଆରଇ(ଅଗ୍ନିଶମ ବିଶେଷଜ୍ଞ) ଙ୍କୁ ସାମିଲ କରାଯାଇଛି।
ପ୍ରାରମ୍ଭିକ ଭାବେ ଏହି ଦଳ :

  • ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ/ବିଶେଷ କରି ଜୈବମଣ୍ଡଳରେ ଦେଖାଦେଇଥିବା ଅଗ୍ନିକାଣ୍ଡର ସ୍ଥିତି ଅନୁଧ୍ୟାନ କରିବ।
  • ବନାଞ୍ଚଳରେ ଅଗ୍ନିକାଣ୍ଡର ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କୁ ବିଶେଷଜ୍ଞ ଏବଂ ବୈଷୟିକ ପରାମର୍ଶ ଦେବ।
  • ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ କ୍ଷୟକ୍ଷତିର ସ୍ଥିତି ଏବଂ ଶିକାର ସହିତ ଏହାର କିଛି ସମ୍ପର୍କ ଥିଲେ ତାହାର ଅନୁଧ୍ୟାନ କରିବ।
    ରାଜ୍ୟରେ ଦେଖାଦେଇଥିବା ବନାଗ୍ନି ଘଟଣା ସ୍ୱାଭାବିକ ସ୍ଥିତିକୁ ନଆସିବା ପର୍ୟ୍ୟନ୍ତ ଏହି ଦଳ ସେଠାରେ କାର୍ୟ୍ୟ କରିବ। ଏହି ଅବସରରେ ପରିବେଶ ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ମନ୍ତ୍ରଣାଳୟର ଦଳ ସହିତ ସେ ନିଜେ ସବୁଦିନ ଜଙ୍ଗଲ ନିଆଁ ଚିହ୍ନଟ କରୁଥିବା ଉପଗ୍ରହ ମାନଚିତ୍ର ଜରିଆରେ ସାରା ଓଡ଼ିଶାରେ ଏବଂ ଶିମିଳିପାଳ ବ୍ୟାଗ୍ର ଅଭୟାରଣ୍ୟ/ଜୈବ ମଣ୍ଡଳ ଦେଖାଦେଇଥିବା ବନାଗ୍ନି ଘଟଣା ଉପରେ ନିୟମିତ ଅନୁଧ୍ୟାନ କରିବେ।
jittmm
Leave A Reply

Your email address will not be published.