- “ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ପ୍ରଯୁକ୍ତି ବିଦ୍ୟା ନିଯୁକ୍ତି ପାଇଁ ମୁଖ୍ୟ ସଂଚାଳକ ହୋଇଛି ଓ ରହିବ”
- “ସ୍କିଲିଂ, ଅପ ସ୍କିଲିଂ ଓ ରି ସ୍କିଲିଂ ହେଉଛି ଭବିଷ୍ୟତ କାର୍ଯ୍ୟବଳର ମନ୍ତ୍ର”
- “ବିଶ୍ୱରେ ବୃହତ୍ତମ କୁଶଳୀ କାର୍ଯ୍ୟବଳ ନିମନ୍ତେ ଭାରତର ସାମର୍ଥ୍ୟ ରହିଛି”
- “ଆମକୁ ନିଶ୍ଚିତ ଭାବେ ପ୍ରତ୍ୟେକ ଦେଶର ଆର୍ଥିକ ସାମର୍ଥ୍ୟ ଓ ଆହ୍ୱାନ ଗୁଡିକୁ ବିଚାରକୁ ନେବାକୁ ପଡିବ, ଗୋଟିଏ ଧରଣର ପଦକ୍ଷେପ ସାମାଜିକ ନିରାପତ୍ତା ପାଇଁ ସ୍ଥାୟୀ ଓ ନିରନ୍ତର ବ୍ୟବସ୍ଥା ନୁହଁ”
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଆଭାସୀ ମାଧ୍ୟମରେ ଜି-୨୦ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସମୂହ ବୈଠକରେ ଉଦ୍ବୋଧନ ଦେଇଛନ୍ତି ।
ଗଣ୍ୟମାନ୍ୟ ଅତିଥିଙ୍କୁ ଇନ୍ଦୋରକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଐତିହାସିକ ଓ ଚଳଚଞ୍ଚଳ ନଗରୀ ଏହାର ସମୃଦ୍ଧ ପାକ ପ୍ରସ୍ତୁତି ପରମ୍ପରା ପାଇଁ ଗର୍ବିତ । ଅତିଥିଗଣ ନଗରୀକୁ ଉପଭୋଗ କରିବା ସହ ଏହାର ଭବ୍ୟ ରଙ୍ଗ ଓ ବାସ୍ନାକୁ ଭଲ ପାଇବେ ବୋଲି ସେ ଆଶା କରିଥିଲେ ।
ନିଯୁକ୍ତିକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ସାମାଜିକ ବିଷୟ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ବଡ ଆହ୍ୱାନର ସାମ୍ନା କରୁଛି । ଏ ପ୍ରକାର ଦ୍ରୁତ ଅବସ୍ଥାନ୍ତରର ମୁକାବିଲା କରିବା ନିମନ୍ତେ ଦକ୍ଷତାପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ନିଯୁକ୍ତି ପାଇଁ ପ୍ରଯୁକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି ଓ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଭାରତର ଅସଂଖ୍ୟ ବୈଷୟିକ ନିଯୁକ୍ତି ସାମର୍ଥ୍ୟ ରହିଛି ବୋଲି କହି ପ୍ରଧାନମନ୍ତ୍ରୀ ଗତ ପ୍ରଯୁକ୍ତିଗତ, ଅବସ୍ଥାନ୍ତର କାଳରେ ଏହା ହୋଇଛି ବୋଲି କହିଥିଲେ । ଆୟୋଜକ ଇନ୍ଦୋର ନଗରୀରେ ଅନେକ ଷ୍ଟାର୍ଟଅପ୍ ବିକଶିତ ହୋଇଛି ।
ଅତ୍ୟାଧୁନିକ ପ୍ରଯୁକ୍ତି ଓ ପଦ୍ଧତି ଦ୍ୱାରା କାର୍ଯ୍ୟ ବଳକୁ କୁଶଳୀ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି ଭବିଷ୍ୟତରେ କାର୍ଯ୍ୟବଳ ନିମନ୍ତେ ସ୍କିଲିଂ, ରିସ୍କିଲିଂ ଓ ଅପ ସ୍କିଲିଂ ମନ୍ତ୍ର ବୋଲି କହିଥିଲେ । ସେ ସ୍କିଲ ଇଣ୍ଡିଆ ମିଶନ” କିପରି ବାସ୍ତବତାରେ ପରିଣତ ହୋଇଛି ତା’ର ଉଦାହରଣ ଦେବା ସହ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭାରତରେ ୧୨.୫ ନିୟୁତରୁ ଅଧିକ ଯୁବାଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରିଛି ବୋଲି କହିଥିଲେ । ଶିଳ୍ପର ‘ଚାରିଟି ଓ’ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଏହି କ୍ଷେତ୍ରଗୁଡିକ ହେଲ କୃତ୍ରିମ ବୃଦ୍ଧିମତା, ରୋବୋଟିକ୍ସ, ଇଣ୍ଟରନେଟ ଅଫ ଥିଙ୍ଗସ ଓ ଡ୍ରୋନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
କୋଭିଡ ବେଳେ ଭାରତରେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସମ୍ମୁଖ ଯୋଦ୍ଧାମାନଙ୍କ କୌଶଳ ଓ ଉତ୍ସର୍ଗ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଏହା ଭାରତୀୟ ସଂସ୍କୃତି ସେବା ମନୋଭାବ ଓ ଦୟାର ପ୍ରତିଫଳନ ବୋଲି କହିଥିଲେ । ଭାରତରେ ବିଶ୍ୱର ସବୁଠାରୁ ବୃହତ୍ତମ କୁଶଳୀ କାର୍ଯ୍ୟବଳ ଦେବାର ସାମର୍ଥ୍ୟ ରହିଛି ଓ ଭବିଷ୍ୟତରେ ଏକ ଭ୍ରାମ୍ୟମାଣ ବୈଶ୍ୱିକ କାର୍ଯ୍ୟବଳ ଏକ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ଜି-୨୦ର ଭୂମିକା ବୈଶ୍ୱିକ ବିକାଶ ଓ କୌଶଳ ଭାଗିଦାରିତା ହେବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ସଦସ୍ୟ ରାଷ୍ଟ୍ରଗୁଡିକ କୌଶଳ ଓ ଯୋଗ୍ୟତା ଆବଶ୍ୟକତା ଅନୁସାରେ ଆନ୍ତର୍ଜାତିକ ସ୍ତରରେ ବିଚାର ପାଇଁ ପଠାଇବା କାର୍ଯ୍ୟକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ଏଥିରେ ଆନ୍ତର୍ଜାତିକ ସହଯୋଗ, ସମନ୍ୱୟ ପ୍ରବାସ ଓ ଭ୍ରାମ୍ୟମାଣ ଅବସ୍ଥା ପାଇଁ ନୂତନ ମଡେଲ ଆବଶ୍ୟକ । ପରିସଂଖ୍ୟନ ଭାଗିଦାରୀ, ନିଯୁକ୍ତିଦାତା ଓ ଶ୍ରମିକ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ଦ୍ୱାରା ବିଶ୍ୱବ୍ୟାପୀ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ଆବଶ୍ୟକ । ଏହା ଦ୍ୱାରା ଉନ୍ନତ କୌଶଳ ବିକାଶ, କାର୍ଯ୍ୟବଳ ଯୋଜନା ଓ ଲାଭଜନକ ନିଯୁକ୍ତି ମିଳିପାରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅବସ୍ଥାନ୍ତର ପରିବର୍ତ୍ତନ ହେଉଛି ଏକ ନୂତନ ଶ୍ରେଣୀର କର୍ମଜୀବୀଙ୍କ ଉତ୍ପତ୍ତି ଯାହା ବୈଶ୍ୱିକ ମହାମାରୀ କାଳରେ ଗିଗ୍ ଓ ପ୍ଲାଟଫର୍ମ ଅର୍ଥ ବ୍ୟବସ୍ଥାକୁ ଜନ୍ମ ଦେଇଥିଲା । ଏହା ନମନୀୟ କାର୍ଯ୍ୟ ବ୍ୟବସ୍ଥା ଓ ଆୟର ବାଟ ଦେଖାଏ । ଏହାର ଲାଭଜନକ ନିଯୁକ୍ତି ବିଶେଷକରି ଯୁବାଗୋଷ୍ଠୀ ଓ ମହିଳାଙ୍କ ସଶକ୍ତିକରଣ ନିମନ୍ତେ ଏକ ପରିବର୍ତ୍ତନଶୀଳ ଉପକରଣ ଭାବେ କାର୍ଯ୍ୟ କରିଥାଏ । ଏହି ନୂତନ ଯୁଗର କର୍ମଜୀବୀମାନଙ୍କ ନିମନ୍ତେ ନୂତନ ଯୁଗର ନୀତି ମଧ୍ୟ ନିର୍ଦ୍ଧାରଣ କରିବା ଦରକାର । ନିୟମିତ କାର୍ଯ୍ୟ ନିମନ୍ତେ ସ୍ଥାୟୀ ଓ ନିରନ୍ତର ସମାଧାନ ପନ୍ଥା ନିର୍ଦ୍ଧାରଣ ସହ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ ନିରାପତ୍ତା ନିମନ୍ତେ ନୂତନ ମଡେଲ ବିକଶିତ ପାଇଁ ଶ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀ ଭାରତର ‘ଇ -ଶ୍ରମ’ ପୋର୍ଟାଲ ଉପରେ ଆଲୋକପାତ କରିଥିଲେ । ଏହି ପୋର୍ଟାଲ ଜରିଆରେ ୨୮୦ ନିୟୁତ ପଞ୍ଜୀକରଣ ଶ୍ରମିକମାନଙ୍କ ନିମନ୍ତେ ହୋଇଛି । କାର୍ଯ୍ୟଗୁଡିକ ଦେଶ ବାହାରେ ରହୁଥିବାରୁ ଅନ୍ୟାନ୍ୟ ଦେଶ ମଧ୍ୟ ସେଭଳି ସମାଧାନ ପନ୍ଥା ବାହାର କରିବାର ଦରକାର ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ସାମାଜିକ ସୁରକ୍ଷା ଜନସାଧାରଣଙ୍କୁ ଦେବା ୨୦୩୦ର ଏକ ପ୍ରମୁଖ ବିଷୟ ବର୍ତ୍ତମାନର କାର୍ଯ୍ୟଶୈଳୀ ଆପଣାଇଥିବା ଆନ୍ତର୍ଜାତିକ ସଂଗଠନ କେବଳ ସୁବିଧା ଦେଖୁଛନ୍ତି । ଅବଶ୍ୟ ସେଥିରେ ଅନେକ ବିଷୟ ଏଥିରେ ଅନ୍ତର୍ଭୁକ୍ତ ହୋଇନାହିଁ । ଭାରତରେ ସାମାଜିକ ସୁରକ୍ଷା ପରିଧି ମଧ୍ୟରେ ଥିବା ସାର୍ବଜନୀନ ଜନସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ବୀମା ଓ ପେନ୍ସନ୍ କାର୍ଯ୍ୟକ୍ରମକୁ ନିଶ୍ଚିତଭାବେ ଗ୍ରହଣ କରିବା ଉଚିତ ।
ଉଦ୍ବୋଧନ ଶେଷରେ ପ୍ରଧାନମନ୍ତ୍ରୀ ଏହି ବୈଠକ ବିଶ୍ୱବ୍ୟାପୀ କର୍ମଜୀବୀଙ୍କ କଲ୍ୟାଣ ପାଇଁ ଏକ ଶକ୍ତିଶାଳୀ ସନ୍ଦେଶ ଦେବ ବୋଲି ଆସ୍ଥା ପ୍ରକଟ କରିଥିଲେ । ଏ କ୍ଷେତ୍ରରେ ଅଧିକାଂଶ ପ୍ରତିନିଧି ଅନେକ ଜରୁରୀ ବିଷୟ ଉପରେ ଧ୍ୟାନ ଦେଉଥିବାରୁ ସେ ତାହାର ପ୍ରଶଂସା କରିଥିଲେ ।