ନିଜ ବାସଭନରେ ଜନ୍ମିତ ବାଛୁରୀର ନାମ ‘ଦୀପଜ୍ୟୋତି’ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ନବ ଜନ୍ମିତ ବାଛୁରୀକୁ ‘ଦୀପଜ୍ୟୋତି’ ଭାବେ ନାମକରଣ କରିଛନ୍ତି । ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି : ‘ଆମ ଶାସ୍ତ୍ରରେ କୁହାଯାଇଛି- ଗାବଃ ସର୍ବ ସୁଖପ୍ରଦାଃ’ । ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପରିବାରର ଏକ ନୂତନ ସଦସ୍ୟର ଆଗମନ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୋମାତା ଏକ ବାଛୁରୀକୁ ଜନ୍ମ ଦେଇଛନ୍ତି, ଯାହାର ମସ୍ତକରେ ଜ୍ୟୋତିର ଚିହ୍ନ ରହିଛି ।

Leave A Reply

Your email address will not be published.