ବାରିପଦାରେ ‘ବିଜୁଳି ମହୋତ୍ସବ’ ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ଭାରତର ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ‘ଆଜାଦି କା ଅମୃତ ମହୋତ୍ସବ’ର ଅଂଶସ୍ୱରୂପ ଶକ୍ତି ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ସହିତ ମିଶି ଉଜ୍ଜ୍ବଳ ଭାରତ ଉଜ୍ଜ୍ବଳ ଭବିଷ୍ୟ- ପାୱାର ଅ ୨୦୪୭ ଅନ୍ତର୍ଗତ ସହୀଦ ସ୍ମୃତି ଭବନ, ବାରିପଦା, ମୟୁରଭଞ୍ଜ ଜିଲ୍ଲା, ଓଡ଼ିଶାରେ ଗୁରୁବାର ୨୮ ଜୁଲାଇ ୨୦୨୨ ରେ ‘ବିଜୁଳି ମହୋତ୍ସବ’ ଆୟୋଜନ କରାଯାଇଛି । ଏହାକୁ ଇଆରଏଲ୍ଡିସି ପିଓଏସଓସିଓ, ଟିପିଏନ୍ଓଡିଏଲ୍ ଓ ଓପିଟିସିଏଲ୍ ଆୟୋଜନ କରିଛନ୍ତି ।
ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସହଭାଗୀତାକୁ ପାଳନ କରିବା ପାଇଁ ବିଜୁଳି ମହୋତ୍ସବକୁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରାଯାଉଛି । ୨୦୧୪ ରେ ଶକ୍ତି ଉତ୍ପାଦନ କ୍ଷମତା ୨୪୮୫୫୪ ମେଗାୱାଟ ଥିବା ବେଳେ ଆଜି ଏହା ୪,୦୦,୦୦୦ ମେଗାୱାଟରେ ପହଞ୍ଚିଛି ଯାହାକି ଚାହିଦାଠାରୁ ୧୮୫୦୦୦ ମେଗାୱାଟ ଅଧିକ । ଭାରତ ଏବେ ଏହାର ପଡ଼ୋଶୀ ଦେଶକୁ ବିଦ୍ୟୁତଶକ୍ତି ରପ୍ତାନୀ କରୁଛି । ୧୬୩୦୦୦ ସିକେଏମ୍ ଟ୍ରାନ୍ସମିସନ ଲାଇନକୁ ଯୋଗ କରାଯାଇଛି ଯାହାକି ସମଗ୍ର ଦେଶକୁ ଗୋଟିଏ ଗ୍ରିଡ଼ରେ ସଂଯୁକ୍ତ କରୁଛି । ଲଦାଖ ଠାରୁ କନ୍ୟାକୁମାରୀ ଓ କଛ ଠାରୁ ମିଆଁମାର ସୀମା ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହା ସର୍ବବୃହତ୍ ସମନ୍ୱିତ ଗ୍ରୀଡ୍ ହୋଇ ପାରିଛି ।

ଏହି ଗ୍ରୀଡ଼୍ ସହାୟତାରେ ଏବେ ଦେଶର ଗୋଟିଏ କୋଣରୁ ଅନ୍ୟ କୋଣକୁ ୧୧୨୦୦୦ ମେଗାୱାଟ ବିଦ୍ୟୁତ ଶକ୍ତି ପ୍ରେରଣ କରାଯାଇ ପାରୁଛି । ଭାରତ ସିଓପି୨୧ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହା ଅନ୍ତର୍ଗତ ୨୦୩୦ ସୁଦ୍ଧା ଆମର ୪୦% ଉତ୍ପାଦନ କ୍ଷମତା ନବୀକରଣୀୟ ଶକ୍ତି ଉତ୍ସରୁ ଗ୍ରହଣ କରାଯିବ । ଏହି ସଫଳତାକୁ ଆମେ ନିର୍ଦ୍ଧାରିତ ସମୟର ୯ ବର୍ଷ ପୂର୍ବରୁ ନଭେମ୍ବର ୨୦୨୧ ରେ ହାସଲ କରିପାରିଛୁ । ଆଜି ଭାରତ ନବୀକରଣୀୟ ଶକ୍ତି ଉତ୍ସରୁ ୧୬୩୦୦୦ ମେଗାୱାଟ ଶକ୍ତି ଉତ୍ପାଦନ କରୁଛୁ । ଏହା ସହିତ ଭାରତ ଦ୍ରୁତ ଗତିରେ ନବୀକରଣୀୟ ଶକ୍ତି କ୍ଷମତାର ସ୍ଥାପନ କରୁଛି । ଟ.୨୦୧,୭୨୨ କୋଟିର ପାଣ୍ଠି ସହିତ ଗତ ପାଞ୍ଚ ବର୍ଷରେ ଭାରତ ଆବଣ୍ଟନ ଭିତ୍ତିଭୂମିକୁ ଦୃଢ଼ୀଭୂତ କରିଛି । ଏଥିରେ ୨୯୨୧ ନୂତନ ସବଷ୍ଟେସନ ସ୍ଥାପନ କରାଯାଇଛି, ୩୯୨୬ ସବଷ୍ଟେସନର ଉନ୍ନତି କରାଯାଇଛି, ୬୦୪୪୬୫ ସିକେଏମ୍ ଏଲଟି ଲାଇନର ସ୍ଥାପନା କରାଯାଇଛି, ୨୬୮୮୩୮ ର ୧୧ କେଭି ଏଚଟି ଲାଇନ୍ ସ୍ଥାପନ ହୋଇଛି ଓ ଏହା ସହିତ ୧୨୨୧୨୩ ସିକେଏମ୍ କୃଷି ଫିଡରକୁ ସ୍ଥାପନ କରାଯାଛି ।
୨୦୧୫ ରେ ଗ୍ରାମୀଣ କ୍ଷେତ୍ରରେ ଶକ୍ତି ଯୋଗାଣର ହାରାହାରି ନିର୍ଘଣ୍ଟ ୧୨.୫ ଘଣ୍ଟା ରହିଥିଲା ଯାହା ବର୍ତ୍ତମାନ ବୃଦ୍ଧି ହୋଇ ୨୨.୫ ଘଣ୍ଟାରେ ପହଞ୍ଚିଛି । ସରକାର ବିଦ୍ୟୁତ (ଖାଉଟିଙ୍କ ଅଧିକାର) ନିୟମ, ୨୦୨୦ ଉପସ୍ଥାପନ କରିଛି ଯାହା ଅନ୍ତର୍ଗତ ଏକ ନୂତନ ସଂଯୋଗ ଲାଭ କରିବାର ସର୍ବାଧିକ ସମୟ ସୀମାକୁ ସୂଚୀତ କରାଯାଇଛି । ଗ୍ରାହକମାନେ ଏବେ ରୁଫ୍ ଟପ୍ ସୋଲାରର ମଧ୍ୟ ବ୍ୟବହାର କରିପାରିବେ । ମିଟର ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସମୟ ସୀମା ନିର୍ଦ୍ଧାରିତ କରାଯାଇଛି । ରାଜ୍ୟ ନିୟାମକ ପ୍ରାଧୀକରଣ ଅନ୍ୟ ସମସ୍ତ ସେବା ପାଇଁ ସମୟସୀମାକୁ ସୂଚୀତ କରିବେ । ଗ୍ରାହକଙ୍କ ଅଭିଯୋଗକୁ ନିବାରଣ କରିବା ପାଇଁ ଡିସକମ୍ ଗୁଡ଼ିକ ୨୪ଙ୍ଘ୭ କଲ ସେଣ୍ଟର ସ୍ଥାପନ କରିବେ ।

୨୦୧୮ ରେ ୯୮୭ ଦିନରେ ୧୦୦% ଗ୍ରାମ ବିଦ୍ୟୁତିକରଣ (୧୮୩୭୪)କୁ ହାସଲ କରାଯାଇ ପାରିଛି । ୧୮ ମାସରେ ୧୦୦% ଆବାସିକ ବିଦ୍ୟୁତିକରଣ (୨.୮୬ କୋଟି)କୁ ସୁନିଶ୍ଚିତ କରାଯାଇପାରିଛି ଯାହାକି ବିଶ୍ୱର ସର୍ବବୃହତ୍ ବିଦ୍ୟୁତକରଣ ଅଭିଯାନ ।

ସୌର ପମ୍ପ ଗ୍ରହଣ କରିବା ପାଇଁ ସ୍କିମର ଆରମ୍ଭ କରାଯାଇଛି ଯେଉଁଥିରେ କେନ୍ଦ୍ର ସରକାର ୩୦% ରିହାତି ପ୍ରଦାନ କରୁଛନ୍ତି ଓ ରାଜ୍ୟ ସରକାର ୩୦% ରିହାତି ପ୍ରଦାନ କରୁଛନ୍ତି । ଏହା ସହିତ ୩୦% ର ଋଣ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଉଜ୍ଜ୍ବଳ ଭାରତ ଉଜ୍ଜ୍ବଳ ଭବିଷ୍ୟ- ପାୱାର ଅ ୨୦୪୭ ଅନ୍ତର୍ଗତ ବିଜୁଳି ମହୋତ୍ସବ ସାରା ଦେଶରେ ପାଳନ କରାଯାଉଛି ଏବଂ ଏଥିରେ ବହୁ ସଂଖ୍ୟକ ଜନସାଧାରଣ ଅଂଶଗ୍ରହଣ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଭାରତୀ ହାଂସଦା, ସଭାପତି, ଜିଲ୍ଲା ପରିଷଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କୃଷ୍ଣାନନ୍ଦ ମହାନ୍ତି, ଚେୟାରମ୍ୟାନ, ବାରିପଦା ମ୍ୟୁନିସିପାଲିଟି ଓ ଅନ୍ୟ ସମ୍ମାନିତ ଅତିଥିମାନେ ଏହି ଅବସରରେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଗ୍ରାମ ଓ ଜିଲ୍ଲାରୁ ବହୁ ସଂଖ୍ୟକ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ସମ୍ମାନିତ ଅତିଥିମାନେ ଗତ କିଛି ବର୍ଷ ମଧ୍ୟରେ ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ବିକାଶ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ହିତାଧିକାରୀ ସେମାନଙ୍କର ଅନୁଭୂତିକୁ ବର୍ଣ୍ଣନା କରିଥିଲେ ।

ପରିଦର୍ଶକ ଓ ଅତିଥିମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ, ନୁକଡ଼ ନାଟକ ଓ ଶକ୍ତି କ୍ଷେତ୍ରରେ କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ କରାଯାଇଥିଲା । ଏହି ଅବସରରେ ସମସ୍ତ ପ୍ରକାର କୋଭିଡ୍ ସୁରକ୍ଷା ନିୟମାବଳୀର ଅନୁପାଳନ କରାଯାଇଥିଲା ଯାହା ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନ ଇତ୍ୟାଦିକୁ ସୁନିଶ୍ଚିତ କରାଯାଇଥିଲା । ଏହା ସହିତ ଉପସ୍ଥିତ ବ୍ୟକ୍ତିମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.