ସ୍ୱଚ୍ଛତା ହିଁ ସେବା (ଏସ୍‌ଏଚ୍‌ଏସ୍‌) ୨୦୨୪ ଅଭିଯାନ ଅଧୀନରେ ଖଣି ମନ୍ତ୍ରଣାଳୟ ସଫଳତାର ସହ ୫୧୦ଟି କାର୍ଯ୍ୟକ୍ରମ ଆୟୋଜନ

ନୂଆଦିଲ୍ଲୀ, (ପିଆଇବି) : ଖଣି ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ସହାୟତାରେ ସ୍ୱଚ୍ଛତା ହିଁ ସେବା (ଏସ୍‌ଏଚ୍‌ଏସ୍‌) ୨୦୨୪ ଅଭିଯାନରେ ସକ୍ରିୟତାର ସହ ଅଂଶ ଗ୍ରହଣ କରିଛନ୍ତି । ସେମାନେ ସରକାରଙ୍କ ସମସ୍ତ ଆଭିମୁଖ୍ୟକୁ ଗ୍ରହଣ କରିବା ସହ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା, କ୍ଲିନ୍‌ଲିନେସ୍ ଟାର୍ଗେଟ ୟୁନିଟସ(ସିଟିୟୁ) ଗୁଡ଼ିକୁ ରୂପାନ୍ତର କରିବା ଏବଂ ସଫେଇ ମିତ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଚିହ୍ନଟ କରିବା ଆଦିରେ ବେଶ୍ ସଫଳ ହୋଇଛନ୍ତି । ମୋଟ୍‌ ୫୧୦ଟି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇପାରିଛି । ୫୧ଟି ସିଟିୟୁର ରୂପାନ୍ତର କରାଯାଇପାରିଛି ଯେଉଁଠାରେ କି ଅବହେଳିତ ଗାର୍ବେଜ ପଏଣ୍ଟ ଗୁଡ଼ିକୁ ସ୍ୱଚ୍ଛ କରି ରୂପାନ୍ତର କରାଯାଇଛି । ମନ୍ତ୍ରଣାଳୟର ସମସ୍ତ କାର୍ଯ୍ୟାଳୟରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଦିଗରେ ଥିବା ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି । ଉତ୍ସର୍ଗୀକୃତ ମନୋଭାବରେ ଏସ୍‌ଏଚ୍‌ଏସ୍‌ ୨୦୨୪ ଅଭିଯାନରେ ସାମିଲ ହେବା ଉଦ୍ଦେଶ୍ୟରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ, ସଚିବ (ଖଣି) ଏବଂ ଅନ୍ୟ ଅଧିକାରୀମାନେ ଦେଶବ୍ୟାପୀ ଭୂ-ଐତିହ୍ୟ ଓ ଭୂ-ପର୍ଯ୍ୟଟନ ସ୍ଥଳକୁ ଗସ୍ତ କରିଛନ୍ତି । ‘ସ୍ୱଚ୍ଛତାର ଭାଗିଦାରୀ’ ଅଭିଯାନରେ ରଚନାତ୍ମକ ଅପଶିଷ୍ଟକୁ ନେଇ କଳାକ୍ଷେତ୍ରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହାଦ୍ୱାରା ଅନେକ ସୁନ୍ଦର ମୂର୍ତ୍ତି ତିଆରି ହୋଇପାରିଛି, ଯେଉଁଥିରେ କି ଜେଏନ୍‌ଏଆର୍‌ଡିଡିସି ଦ୍ୱାରା ଆଲୁମିନିୟମ ସ୍କ୍ରାପରେ ନିର୍ମିତ ଉତ୍କୃଷ୍ଟ କଳାକୃତି ମଧ୍ୟ ରହିଛି । ସଫେଇ ମିତ୍ରମାନଙ୍କୁ ଅଧିକ ସହାୟତା କରିବା ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ସେମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପିପିଇ କିଟ୍ ଏବଂ ଅନ୍ୟାନ୍ୟ ସୁରକ୍ଷର ସରଞ୍ଜାମ ବିତରଣ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ମିଶି ଖଣି ମନ୍ତ୍ରଣାଳୟ ୨୬ ସେପ୍ଟେମ୍ବର ୨୦୨୪ରେ ଶାସ୍ତ୍ରୀ ଭବନରେ ଏବଂ ନାଗପୁରରେ ଆଇବିଏମ୍ ଓ ଜେଏନ୍‌ଆର୍‌ଡିଡିସି କାର୍ଯ୍ୟାଳୟରେ ସଫେଇ ମିତ୍ର ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିବି ଚିହ୍ନଟ ଶିବିର ଆୟୋଜନ କରାଯାଇଥିଲା । ସ୍ଥାୟିତ୍ୱ ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇ ମନ୍ତ୍ରଣାଳୟ ‘ମା’ଙ୍କ ନାମରେ ଏକ ଗଛ’ ମିଶନରେ ବୃକ୍ଷରୋପଣ ଅଭିଯାନ କରିଛି । ସ୍ୱଚ୍ଛତା ପ୍ରତିଜ୍ଞା, ଆଦର୍ଶ ବାକ୍ୟ ଲିଖନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ମାଧ୍ୟମରେ ଅଭିଯାନ ସହ ଜନଭାଗିଦାରୀକୁ ବୃଦ୍ଧି କରାଯାଇଛି । ଏଥିସହ ପର୍ଯ୍ୟାବରଣ ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ୬ଟି ପୁନଃପ୍ରାପ୍ତ ଖଣି ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରାଯାଇଛି । ମନ୍ତ୍ରଣାଳୟର ସମସ୍ତ କାର୍ଯ୍ୟକ୍ରମରେ ୨ ଅକ୍ଟୋବରରେ ସ୍ୱଚ୍ଛ ଭାରତ ଦିବସ ପାଳନ କରାଯିବା ସହ ଅଭିଯାନ ଉଦ୍‌ଯାପିତ ହୋଇଥିଲା । ଏହି ଅବସରରେ ଶାସ୍ତ୍ରୀ ଭବନରେ ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୟ ଲୋହିଆଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ଶ୍ରମଦାନ କାର୍ଯ୍ୟକ୍ରମରେ ଭାଗ ନେବା, ସ୍ୱଚ୍ଛତା ଓ ଜନସେବା ଦିଗରେ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି । ଖଣି ମନ୍ତ୍ରଣାଳୟର ତାର ପ୍ରଭାବଶାଳୀ ପ୍ରଚେଷ୍ଟା ମାଧ୍ୟମରେ ସ୍ୱଚ୍ଛତା ହିଁ ସେବା ୨୦୨୪ ଅଭିଯାନର ଉଦ୍ଦେଶ୍ୟ ପୂରଣ କରିବା ଦିଗରେ ଅବଦାନ ରଖିଛି, ଯଦ୍ୱାରାକି ସମସ୍ତଙ୍କୁ ସ୍ୱଚ୍ଛ ଓ ସବୁଜ ବାତାବରଣର ସୁଯୋଗ ମିଳିପାରିବ ।

Leave A Reply

Your email address will not be published.

error: Content is protected !!