ଭାରତର ଅର୍ଥ ବ୍ୟବସ୍ଥା ଏହି ଚ୍ୟାଲେଞ୍ଜିଂ ସମୟରେ ଆଶାର କିରଣ ଭାବେ ଚମକିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଭାରତ ପାଇଁ ଆଶାବାଦୀ ହେବାର କାରଣ ସମ୍ପର୍କରେ ମନିକଣ୍ଟ୍ରୋଲ ୱେବସାଇଟ୍ ଦ୍ୱାରା ପ୍ରବନ୍ଧ ଏବଂ ଇନଫୋଗ୍ରାଫିକ୍ସ ସଂଗ୍ରହ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥନୀତିର ଦୃଢ଼ ଅଭିବୃଦ୍ଧି ଏବଂ ସ୍ଥିରତାକୁ ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟରରେ ପୋଷ୍ଟ କରିଛନ୍ତି –
‘‘ ଭାରତର ଅର୍ଥ ବ୍ୟବସ୍ଥା ଏହି ଚ୍ୟାଲେଞ୍ଜିଂ ସମୟରେ ଆଶାର କିରଣ ଭାବେ ଚମକିଛି । ଦୃଢ଼ ଅଭିବୃଦ୍ଧି ଏବଂ ଦୃଢ଼ ମନୋବଳ ସହିତ ଭବିଷ୍ୟତ ଆଶାଜନକ ଲାଗୁଛି। ଆସନ୍ତୁ ଏହି ଗତିକୁ ବଜାୟ ରଖିବା ଏବଂ ୧୪୦ କୋଟି ଭାରତୀୟଙ୍କ ପାଇଁ ସମୃଦ୍ଧି ସୁନିଶ୍ଚିତ କରିବା ।‘‘

Leave A Reply

Your email address will not be published.