ପ୍ରେମିକ ତ’ ଦୁଷ୍କର୍ମ କଲା, ପ୍ରେମିକର ବାପା ବି ଦୁଷ୍କର୍ମ କଲା : ପୋଲିସ ପାଖରେ ଅଭିଯୋଗ କଲା ପ୍ରେମିକା

ଭୋପାଳ : ପ୍ରେମିକ ତ’ ଦୁଷ୍କର୍ମ କଲା, ପ୍ରେମିକର ବାପା ବି ଦୁଷ୍କର୍ମ କଲା । ପୋଲିସ ପାଖରେ ଅଭିଯୋଗ କରିଛି ପ୍ରେମିକା । ସୂଚନା ଅନୁସାରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ପ୍ରେମିକା ତା’ ପ୍ରେମିକ ଓ ପ୍ରେମିକର ପିତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ପୋଲିସ ମାମଲା ରୁଜୁ କରିଛି । ପ୍ରେମିକା ଜଣକ ଅଭିଯୋଗ କରିଛନ୍ତି ଯେ, ପ୍ରେମିକ ଜଣକ ପ୍ରଥମେ ବିବାହର ବାହାନା କରି ଦୁଷ୍କର୍ମ କରିଥିଲା ଓ ପରେ ତା’ର ପିତା ମଧ୍ୟ ତାଙ୍କୁ ବିବାହ କରାଇ ଦେବାକୁ କହି ଶାରୀରିକ ସମ୍ପର୍କ ରଖିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ହେଉଛି ରାଜଧାନୀର ନିଶାପୁରା ପୋଲିସ ଷ୍ଟେସନ ଅଞ୍ଚଳର ଘଟଣା । ଦାୟିତ୍ୱରେ ଥିବା ନିଶାପୁରା ପୋଲିସର ସୂଚନାନୁସାରେ, ପୀଡିତା ଝିଅ ପୋଲିସ ଷ୍ଟେସନକୁ ଆସି ବୟାନ ଦେଇଛି କି ସେ ଚୋଲା ଅଞ୍ଚଳର ଏକ ପ୍ରସାଧନ ଦୋକାନରେ କାମ କରେ । ଏଠାରେ କାମ କରୁଥିବା ଯୁବକ ସହ ପ୍ରଥମେ ତାଙ୍କର ବନ୍ଧୁତା ହୋଇଥିଲା, ଆଉ ପରେ ସେ ପ୍ରେମରେ ପଡି ଯାଇଥିଲେ ।

Leave A Reply

Your email address will not be published.