ଇବ୍ ନଦୀରୁ ଯୁବକଙ୍କ ଶରୀରର ବିଭିନ୍ନ କଟା ଅଂଶ ଉଦ୍ଧାର

ସୁନ୍ଦରଗଡ଼ : ଇବ୍ ନଦୀରୁ ଯୁବକଙ୍କ ଶରୀରର ବିଭିନ୍ନ କଟା ଅଂଶ ଉଦ୍ଧାର ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ରାତିରେ ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲି ନିକଟ ଇବ୍ ନଦୀରୁ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଓ ଶରୀରର ଅନ୍ୟ କିଛି ଅଂଶ ମିଳିଥିବା ବେଳେ ଆଜି ସକାଳେ ପାଣି ଭିତରୁ ହାତର କିଛି ଅଂଶ ଓ ଆଉ ଏକ ଗୋଡ଼ ମିଳିଛି । ମୃତକ ଜଣକ ହେଲେ ତଳସରା ଥାନା ଅଞ୍ଚଳର ଦୁର୍ଗା ମାଝୀ(୩୧) । ସେ ଖତବଡେଗା ମଝାପଡ଼ାରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । କିଏ ଓ କାହିଁକି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କଲା, ତାହାର କାରଣ ଜଣାପଡ଼ି ନାହିଁ । ସୁନ୍ଦରଗଡ଼ ସଦର ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.