ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା “ଜାତୀୟ ଆଡଭାନ୍ସଡ଼ କେମିଷ୍ଟ୍ରୀ ସେଲ୍ ବ୍ୟାଟେରୀ ଷ୍ଟୋରେଜ୍”କୁ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରୀ ଶିଳ୍ପ ବିଭାଗ ପକ୍ଷରୁ ଆଗତ – ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା “ଜାତୀୟ ଆଡଭାନ୍ସଡ଼ କେମିଷ୍ଟ୍ରୀ ସେଲ୍ (ଏସିସି) ବ୍ୟାଟେରୀ ଷ୍ଟୋରେଜ୍”ଯୋଜନାକୁ କାର୍ୟ୍ୟକାରୀ କରିବା ନିମନ୍ତେ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହା ଫଳରେ ଏସିସିର ପଚାଶ (୫୦) ଗିଗାୱାଟ ଘଣ୍ଟା(ଜିଡ଼ବ୍ଲୁଏଚ) ଏବଂ ଏସିସିର ପାଞ୍ଚ ଜିଡ଼୍ଲୁଏଚ “ନିଚି” ବ୍ୟାଟେରୀ ଉତ୍ପାଦନ ଆରମ୍ଭ କରାଯିବ ଏବଂ ଏଥିପାଇଁ ୧୮,୧୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବକୁ କ୍ୟାବିନେଟ ସ୍ୱୀକୃତି ଦେଇଛି ।
ଏସିସି ହେଉଛି ନୂତନ ପିଢ଼ିର ଅତ୍ୟାଧୁନିକ ସଂରକ୍ଷଣ ପ୍ରଯୁକ୍ତି ଯାହାକି ବିଜୁଳି ଶକ୍ତିକୁ ମଧ୍ୟ ଇଲେକ୍ଟ୍ରୋକେମିକାଲ କିମ୍ବା ରାସାୟନିକ ଶକ୍ତି ଭାବେ ସଂରକ୍ଷିତ କରି ରଖିପାରିବ ଯେତେବେଳେ ଆବଶ୍ୟକ ପଡ଼ିବ ପୁଣି ତାହାକୁ ବିଜୁଳି ଶକ୍ତିକୁ ପରିବର୍ତ୍ତିତ କରିପାରିବ । ଉପଭୋକ୍ତାମାନେ ବ୍ୟବହାର କରୁଥିବା ଇଲେକ୍ଟ୍ରୋନିକ୍ସ, ବିଦ୍ୟୁତ୍ଶକ୍ତି ଚାଳିତ ଯାନ, ଅତ୍ୟାଧୁନିକ ଇଲେକ୍ଟ୍ରିସିଟି ଗ୍ରୀଡ଼, ଛାତ ଉପରେ ଖଞ୍ଜାଯାଇଥିବା ସୌର ପାନେଲ ଇତ୍ୟାଦି ଯାହାକି ବ୍ୟାଟେରୀ ବ୍ୟବହାର ପ୍ରମୁଖ୍ୟ ଉପଭୋକ୍ତା କ୍ଷେତ୍ର ଏହା ଦ୍ୱାରା ଆଗାମୀ ବର୍ଷମାନଙ୍କରେ ବ୍ୟାପକ ଭାବେ ବୃଦ୍ଧି ପାଇପାରିବ । ଆଶା କରାଯାଉଛି ଯେ ଏଭଳି ପ୍ରଭାବୀ ବ୍ୟାଟେରୀ ପ୍ରଯୁକ୍ତି ବିଶ୍ୱର କେତେକ ବୃହତ୍ ବିକାଶଶୀଳ କ୍ଷେତ୍ରକୁ ଭବିଷ୍ୟତରେ ନିୟନ୍ତ୍ରଣ କରିବ ।
ବ୍ୟାଟେରୀ ପାର୍କରେ ଅନେକ କମ୍ପାନୀ ଏବେଠାରୁ ସେମାନଙ୍କର ନିବେଶ ଆରମ୍ଭ କରିଛନ୍ତି । ଯଦିଚ ଏହି ବ୍ୟବସ୍ଥାର କ୍ଷମତା ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରଙ୍କ ତୁଳନାରେ ଏବେ ଖୁବ୍ ସ୍ୱଳ୍ପ ରହିଛି, କିନ୍ତୁ ଏହି କ୍ଷେତ୍ରରେ ଏବେସୁଦ୍ଧା ନିବେଶର ମାତ୍ରା ମଧ୍ୟ ଅତି ନଗଣ୍ୟ ରହିଛି । ତେଣୁ ଏହାକୁ ଅଧିକ ମୂଲ୍ୟଯୁକ୍ତ କରାଯିବା ସହ ଏସିସି ଭାରତରେ ଏହି କ୍ଷେତ୍ରକୁ ଅଧିକ ସକ୍ରିୟ କରିବ । ଏସିସିର ସମସ୍ତ ପ୍ରକାର ସାମଗ୍ରୀ ଚାହିଦା ଏବେ ବିଦେଶରୁ ଭାରତକୁ ଆମଦାନୀ କରାଯାଇ ପୂରଣ ହେଉଛି । ତେଣୁ ଆଡଭାନ୍ସଡ଼ କେମିଷ୍ଟ୍ରୀ ସେଲ୍ (ଏସିସି) ବ୍ୟାଟେରୀ ଷ୍ଟୋରେଜ୍ ଜାତୀୟ କାର୍ୟ୍ୟକ୍ରମ ଆରମ୍ଭ ହେଲେ ବିଦେଶରୁ ସେହିସବୁ ଉପକରଣର ଆମଦାନି କମିବ ଓ ଅନ୍ୟ ରାଷ୍ଟ୍ରଙ୍କ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ । ଏହା ଆତ୍ମନିର୍ଭର ଭାରତ ପ୍ରୟାସକୁ ମଧ୍ୟ ଯଥେଷ୍ଟ ମାତ୍ରାରେ ସହାୟକ ହେବ । ଏସିସି ବ୍ୟାଟେରୀ ଷ୍ଟୋରେଜ୍ ନିର୍ମାତାମାନେ ପ୍ରତିଯୋଗିତାମୂଳକ ନିଲାମୀ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯିବେ । ଉତ୍ପାଦନ ବ୍ୟବସ୍ଥାକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ଆରମ୍ଭ କରାଯିବ । ଏହା ପରେ ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ସେହିସବୁ ଉତ୍ପାଦନକାରୀମାନଙ୍କୁ ପ୍ରୋତ୍ସାହନ ରାଶି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଇଛି ।
ବିଶିଷ୍ଟ ଶକ୍ତି ସଂସାଧନ ଏବଂ ସ୍ଥାନୀୟ ମୂଲ୍ୟ ମୂଲ୍ୟ ସମ୍ବର୍ଦ୍ଧନରେ ଅଭିବୃଦ୍ଧିକୁ ବିଚାରକୁ ନେଇ ପ୍ରୋତ୍ସାହନ ରାଶିକୁ ମଧ୍ୟ ସମୟ କ୍ରମେ ବୃଦ୍ଧି କରାଯିବ । ଏସିସି ଦ୍ୱାରା ଚୟନ କରାଯାଇଥିବା ପ୍ରତ୍ୟେକ ବ୍ୟାଟେରୀ ସଂରକ୍ଷକ ଉତ୍ପାଦନକାରୀ ସର୍ବନିମ୍ନ ପାଞ୍ଚ ଗିଗାୱାଟ କ୍ଷମତା ବିଶିଷ୍ଟ ଏକ ଏସିସି ଉତ୍ପାଦନ ବ୍ୟବସ୍ଥା ସ୍ଥାପନ କରିବାକୁ ପଡ଼ିବ ଏବଂ ତାହାକୁ ପ୍ରକଳ୍ପ ସ୍ତରରେ ପାଞ୍ଚବର୍ଷ ମଧ୍ୟରେ ସର୍ବନିମ୍ନ ୬୦ ପ୍ରତିଶକ୍ତ ମୂଲ୍ୟଯୁକ୍ତ କରିବାକୁ ବାଧ୍ୟ । ଅଧିକନ୍ତୁ, ହିତାଧିକାରୀ ଫାର୍ମ ଅନ୍ୟୁନ ୨୫ ପ୍ରତିଶତ ଘରୋଇ ମୂଲ୍ୟଯୁକ୍ତ ସଂଯୋଗ କରିଥିବା ଦରକାର ଏବଂ ନିଜ ଫାର୍ମରେ ଦୁଇବର୍ଷ ଭିତରେ (ମଦର୍ ୟୁନିଟ୍ ସ୍ତରରେ) ଅତି କମ୍ରେ ୨୨୫ କୋଟି ଟଙ୍କା ନିବେଶ/ଗିଗାୱାଟ୍ କରିଥିବା ବାଂଛନୀୟ । ସେହିଭଳି ପାଞ୍ଚବର୍ଷ ଭିତରେ ସେହି ମୂଲ୍ୟ ସଂଯୋଗର ମାତ୍ରା ମଦର ୟୁନିଟରେ ହୋଇଥାଉ କିମ୍ବା ଇଣ୍ଟିଗ୍ରେଟେଡ଼ ୟୁନିଟରେ କିମ୍ପା ପ୍ରକଳ୍ପ ସ୍ତରରେ ଯାହାକି “ହବ୍ ଏଣ୍ଡ ସ୍ପେକ୍” ଢାଞ୍ଚାର ହୋଇଥିବ, ତାହା ୬୦ ପ୍ରତିଶତ ଛୁଇଁବା ଆବଶ୍ୟକ ।
ଏହି ଯୋଜନାରୁ ନିମ୍ନଲିଖିତ ସୁଫଳ/ ପରିଣାମ ପ୍ରାପ୍ତ ହେବ:
୧.ଏହି କାର୍ୟ୍ୟକ୍ରମ ଅଧୀନରେ ଭାରତରେ ପୁନଃପୌନିକ ଆଧାରରେ ଏକ ୫୦ ଗିଗାୱାଟ କ୍ଷମତାବିଶିଷ୍ଟ ଏସିସି ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯିବ ।
୨. ଏସିସି ବ୍ୟାଟେରୀ ଷ୍ଟୋରେଜ୍ ଉତ୍ପାଦନ ୟୁନିଟମାନଙ୍କରେ ପ୍ରାୟ ୪୫,୦୦୦ କୋଟି ଟଙ୍କାର ପ୍ରତ୍ୟକ୍ଷ ଭାବେ ପୁଞ୍ଜିନିବେଶ କରାଯିବ ।
୩. ଭାରତରେ ବ୍ୟାଟେରୀ ଷ୍ଟୋରେଜ୍ ନିମନ୍ତେ ଚାହିଦା ବୃଦ୍ଧି ସୁବିଧା ସୃଷ୍ଟି କରାରିବ ।
୪.ଏହା ମେକ୍ ଇନ୍ ଇଣ୍ଡିଆକୁ ଅଧିକ ସୁବିଧା ଯୋଗାଇବ: ଘରୋଇ ମୂଲ୍ୟ-ସଂଗ୍ରହ ଉପରେ ଏହା ଗୁରୁତ୍ୱ ଆରୋପ କରିବ ଏବଂ ସେଥିପାଇଁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ।
୫. ତୈଳ ଆମଦାନୀ ବିଲ୍ରେ ଉପରୋକ୍ତ ଅବଧି ମଧ୍ୟରେ ଏହି କାର୍ୟ୍ୟକ୍ରମ ଯୋଗୁ ପ୍ରାୟ ୨,୦୦,୦୦୦ କୋଟିରୁ ୨,୫୦,୦୦୦ କୋଟି ପର୍ୟ୍ୟନ୍ତ ଟଙ୍କା ସଞ୍ଚୟ କରାଯାଇପାରିବ ଯାହାଫଳରେ ଏସିସି ବ୍ୟାଟେରୀ ବ୍ୟବହାର ଯୋଗୁ ବିଦ୍ୟୁତ୍ଚାଳିତ ଯାନ (ଇଭି) ବ୍ୟବସ୍ଥା ଗ୍ରହଣ ପାଇଁ ପ୍ରୋତ୍ସାହନ ମିଳିବ । ତେଣୁ ଦେଶରେ ବିଦ୍ୟୁତ୍ ଚାଳିତ ଯାନର ଚାହିଦା ବୃଦ୍ଧି ପାଇଁ ଏହି କାର୍ୟ୍ୟକ୍ରମ ସହାୟକ ହେବ ।
୬.ଏସିସି ଉତ୍ପାଦନ ଦ୍ୱାରା ବିଦ୍ୟୁତ୍ ଚାଳିତ ଯାନବାହନ ପାଇଁ ଯେତିକି ଚାହିଦା ବୃଦ୍ଧି ଘଟିବ, ତାହା ଦେଶରେ ପ୍ରଦୂଷଣର ମାତ୍ରାକୁ ମଧ୍ୟ ସେତିକି ମାତ୍ରାରେ କମାଇବ । ଯେହେତୁ ଭାରତ ଏବେ ଏକ ମହତ୍ତ୍ୱାକା„ୀ ଅକ୍ଷୟ ଶକ୍ତି ଯୋଜନା କାର୍ୟ୍ୟକାରୀ କରିବାକୁ ଯାଉଛି, ଏସିସି କାର୍ୟ୍ୟକ୍ରମ ଭାରତର ସବୁଜ ଗୃହ ବାଷ୍କ (ଜିଏଚଜି) ନିର୍ଗମନକୁ ପର୍ୟ୍ୟପ୍ତ ମାତ୍ରାରେ ହ୍ରାସ କରିବ ଯାହାକି ଭାରତର ଜଳବାୟୁ ପରିବର୍ତ୍ତନ ଜନିତ ପ୍ରତିବଦ୍ଧତା ଆଧାରିତ ହେବ ।
୭. ଏହି କାର୍ୟ୍ୟକ୍ରମ ଯୋଗୁ ବିଦେଶରୁ କରାଯାଉଥିବା ଆମଦାନିରୁ ପ୍ରତିବର୍ଷ ପ୍ରାୟ ୨୦,୦୦୦ କୋଟି ଟଙ୍କା ସଞô୍ଚତ ହୋଇପାରିବ ।
୮.ଏସିସି କ୍ଷେତ୍ରରେ ଉଚ୍ଚତର ବିଶିଷ୍ଟ ଶକ୍ତି ସଘନତା ହାସଲ ନିମନ୍ତେ ଗବେଷଣା ଓ ବିକାଶ କାର୍ୟ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହନ ମିଳିବ ।
୯.ଏହା ଦ୍ୱାରା ନୂତନ ଏବଂ ଅନୁକୂଳ ବ୍ୟାଟେରୀ ପ୍ରାଦ୍ଦ୍ୟୋଗିକୀକୁ ପ୍ରୋତ୍ସାହନ ମିଳିବ ।

Leave A Reply

Your email address will not be published.