ମୋଦୀଙ୍କ ଅଭୂତ ପୂର୍ବ କୂଟନୀତି : ଛଅଟି ଜିସିସି ରାଷ୍ଟ୍ର ମଧ୍ୟରୁ ୫ଟି ଦେଶ ସେମାନଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରିଛନ୍ତି ସମ୍ମାନିତ
ନୂଆଦିଲ୍ଲୀ, (ପିଆଇବି) : ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତ ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି । ୨୦୧୪ ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି ଭାରତ-ଉପସାଗରୀୟ ସମ୍ପର୍କ ଇତିହାସରେ ଅତୁଳନୀୟ । ଏହି ସହଭାଗୀତା ହାଇଡ୍ରୋକାର୍ବନ ଏବଂ ଭାରତୀୟ ଶ୍ରମ ଶକ୍ତି ଉପରେ ପୂର୍ବ ନିର୍ଭରଶୀଳତା ଠାରୁ ଢେର ଆଗକୁ ବଢ଼ିଛି । ଏହା ଏକ ଅଧିକ ବିଶ୍ୱସ ନୀୟ, ଢାଞ୍ଚାଗତ ଏବଂ ରାଜନୈତିକ ଭାବରେ ଆତ୍ମ ବିଶ୍ୱାସୀ ସମ୍ପର୍କରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିସିସି (ଗଲ୍ଫକର୍ପୋରେସନକାଉନସିଲ) ଦେଶ ଗୁଡ଼ିକୁ ୧୫ ଥର ଗସ୍ତ, ଯେକୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବାଧିକ । ଏପରି ଏକ ସଦ୍ଭାବନା ପୂର୍ଣ୍ଣ ପ୍ରୟାସ ଏଭଳି ପରିଚିତି ସୃଷ୍ଟି କରିଛି ଯାହା ପୂର୍ବ ସରକାରମାନେ କେବେ କରିପାରି ନଥିଲେ । ଛଅଟି ଆରବ ରାଷ୍ଟ୍ରକୁ ନେଇ ଗଠିତ ଜିସିସି ସବୁଠାରୁ ପ୍ରଭାବଶାଳୀ ଆଞ୍ଚଳିକ ରାଷ୍ଟ୍ର ଗୋଷ୍ଠୀ ମଧ୍ୟରୁ ଅନ୍ୟତମ । ଏହା ପଶ୍ଚିମ ଏସିଆର ଆର୍ଥିକ ଏବଂ ରାଜନୈତିକ ଧାରାକୁ ଆକାର ଦେଇଥାଏ ।
ଭାରତ ସହ ସମ୍ପର୍କରେ ଏହି ନୂତନ ଆତ୍ମ ବିଶ୍ୱାସର ସଦ୍ୟତମ ପ୍ରତିଫଳନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ନାଗରିକ ସମ୍ମାନ ରୂପରେ ଦେଖିବାକୁ ମିଳିଛି । ଛଅଟି ଉପସାଗରୀୟ ରାଷ୍ଟ୍ର ମଧ୍ୟରୁ ପାଞ୍ଚଟି ରାଷ୍ଟ୍ର ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେମାନଙ୍କର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରି ସାରିଛନ୍ତି । ଗତ ସପ୍ତାହରେ ଓମାନ ସରକାର ତାଙ୍କର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ଓ ମାନ ପ୍ରଦାନକରି ଏହି ତାଲିକାରେ ସାମିଲ ହୋଇଛନ୍ତି ।
ଏଥି ପୂର୍ବରୁ ୨୦୧୯ ରେ ୟୁଏଇର ଅର୍ଡର ଅଫ୍ଜାଏଦ, ୨୦୧୬ରେ ସାଉଦି ଆରବର କିଙ୍ଗ ଅବଦୁଲା ଜିଜ୍ସାସ୍, ୨୦୧୯ରେ ବାହାରି ନରକିଙ୍ଗ ହମାଦ୍ଅର୍ଡର ଅଫ୍ଦିରେନେସାଁ (ପ୍ରଥମଶ୍ରେଣୀ) ଏବଂ ୨୦୨୪ ରେ କୁଏତର ମୁବାରକ୍ଅଲ୍-କବୀରଙ୍କ ଅର୍ଡର ଅଫ୍ଦିରେନେସାଁ ପୁରସ୍କାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିଲା । ଆନୁଷ୍ଠାନିକ ପ୍ରତୀକ ଠାରୁ ଊର୍ଦ୍ଧ୍ୱରେ ଥିବା ବିଶ୍ୱାସ
ଗୁରୁତ୍ୱପୂର୍ଣ୍ଣ କଥାହେଉଛି, ଏହି ସମ୍ମାନ ଗୁଡ଼ିକ କେବଳ ଆନୁଷ୍ଠାନିକ ପ୍ରତୀକ ନୁହେଁ । ସମ୍ପୃକ୍ତ ଅଞ୍ଚଳରେ ଏପରି ସମ୍ମାନ କେବଳ ବିଶ୍ୱସନୀୟ, ନିର୍ଭର ଯୋଗ୍ୟ ଏବଂ ରଣନୀତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିବା ନେତାମାନଙ୍କ ପାଇଁ ସଂରକ୍ଷିତ ରହିଥାଏ । ସେଠାରେ ଏହି ସମ୍ମାନ ଗୁଡ଼ିକ ବିଶ୍ୱାସର ଏକ ବିରଳ ଗଭୀରତାକୁ ସୂଚିତକରେ ।
ପ୍ରଧାନମନ୍ତ୍ରୀମୋଦୀ ପ୍ରଥମ ବିଶ୍ୱ ନେତା ଯିଏ ପାଞ୍ଚଟି ଜିସିସି ଦେଶରୁ ଶ୍ରେଷ୍ଠ ସମ୍ମାନ ପାଇଛନ୍ତି । ଏହା ଏକ ରାଜନୈତିକ ବାର୍ତ୍ତା ଯାହା ପ୍ରତୀକାତ୍ମକ ସୀମାଠାରୁ ଊର୍ଦ୍ଧ୍ୱରେ ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ଭାରତର ପ୍ରଗତିଶୀଳ ପ୍ରତିଷ୍ଠା ପ୍ରତି ଉପସାଗରୀୟ ଦେଶ ଗୁଡ଼ିକର ଦୀର୍ଘ କାଳୀନ ବିଶ୍ୱାସକୁ ପ୍ରତିଫଳିତ କରେ ।
୨୦୧୪ ପୂର୍ବରୁ ରହିଥିବା ଆଶାକୁ ଦୃଷ୍ଟିରେ ରଖି ଏହି ମୁହୂର୍ତ୍ତଟି ବିଶେଷ ଗୁରୁତ୍ୱପୂର୍ଣ୍ଣ । ଅନେକ ବିଶେଷଜ୍ଞ ବିଶ୍ୱାସ କରୁଥିଲେ ଯେ ପଶ୍ଚିମ ଏସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ କଷ୍ଟକର କ୍ଷେତ୍ରଭାବରେ ଉଭା ହୋଇପାରେ । ଏହି ଅଞ୍ଚଳର ଆଭ୍ୟନ୍ତରୀଣ ପ୍ରତିଦ୍ୱନ୍ଦ୍ୱିତା ଏବଂ ଏହାର ରାଜ ନୈତିକ ପରିବେଶର ଜଟିଳତାକୁ ସେମାନେ ଉଲ୍ଲେଖ କରିଥିଲେ ।
କିନ୍ତୁ ଏହାର ସମ୍ପୂର୍ଣ୍ଣ ବିପରୀତ ଶ୍ରୀ ମୋଦୀ ପ୍ରତ୍ୟେକ ଉପସାଗରୀୟ ଦେଶର ରାଜଧାନୀରେ ବ୍ୟକ୍ତିଗତ ସମୀକରଣ ତିଆରି କରିଥିଲେ । ଏହା ତାଙ୍କୁ ଏକ କୂଟନୀତିକ ସଫଳତା ଦେଇଥିଲା ଯାହା ଅତୀତରେ ଅନ୍ୟ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ହାସଲ କରି ପାରି ନଥିଲେ । ୟୁଏଇ ରାଷ୍ଟ୍ରପତି ଶେଖ୍ମହମ୍ମଦ ବିନ୍ଜାଏ ଦ୍ଅଲ୍ନାହ୍ୟାନ୍ଙ୍କ ସହ ତାଙ୍କର ସମ୍ପର୍କକୁ ପ୍ରାୟତଃ ଅସାଧାରଣ ଭାବରେ ଘନିଷ୍ଠ ଏବଂ ବ୍ୟକ୍ତିଗତ ବିଶ୍ୱାସ ଉପରେ ଆଧାରିତ ବୋଲି ବିବେଚନା କରାଯାଏ । ସାଉଦୀ ରାଜା ସଲମାନ୍ୱିନ୍ୱ ଅବଦୁଲା ଜିଜ୍ଙ୍କ ସହ ତାଙ୍କର ସମ୍ପର୍କ ରଣନୀତିକ ସମନ୍ୱୟର ଏକ ପର୍ଯ୍ୟାୟକୁ ସହଜ କରିଥିଲା । ବାହାରିନ୍ରାଜା ହମାଦ୍ବିନ୍ଇସା ଅଲ୍ଖଲିଫା, କୁଏତର ଆମିର ଶେଖ୍ମଶାଲ୍ଅଲ୍-ଅହମ୍ମଦ୍ଅଲ୍-ଜାବେର୍ଅଲ୍-ସବା, ଓମାନର ସୁଲତାନ୍ହାଇ ଥାମ୍ବିନ୍ତାରିକ ଏବଂ କତର ଆମିର ଶେଖମିମ୍ବିନ୍ହମା ଦ୍ଅଲ୍ଥାନି, ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଖୋଲା ମନୋଭାବ ଓ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହା କ୍ୱଚିତ କୌଣସି ବିଦେଶୀ ନେତାଙ୍କୁ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ ସଫଳତା
ସମ୍ପୂର୍ଣ୍ଣ ଉପସାଗର ଅଞ୍ଚଳରେ ଏହାର ସାମଗ୍ରିକ ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଥାଏ : ପ୍ରଧାନମନ୍ତ୍ରୀ ମୋଦୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି । ସର୍ବୋଚ୍ଚ ନାଗରିକ ପୁରସ୍କାର କେବଳ ଏହି କ୍ଷେତ୍ରର କୂଟ ନୀତିକ ସ୍ଥିତିରେ ପୂର୍ବରୁ ଦୃଶ୍ୟମାନ ଏକ ପରିବର୍ତ୍ତନକୁ ଆନୁଷ୍ଠାନିକ କରିଥାଏ । ଉପସାଗରର ଦୀର୍ଘ କାଳୀନ ରଣନୀତିକ ମୂଲ୍ୟାଙ୍କନରେ ଭାରତକୁ ଏକ ସ୍ଥିର, ବିଶ୍ୱସନୀୟ ଏବଂ ଅପରିହାର୍ୟ୍ୟ ଅଂଶୀଦାର ଭାବରେ ଦେଖାଯାଉଛି । ବିଶେଷ କରି ଯେତେବେଳେ ଏହି କ୍ଷେତ୍ର ଆର୍ଥିକ ବିବିଧତା, ଡିଜିଟାଲ୍ସମନ୍ୱୟ, ଅକ୍ଷୟ ଶକ୍ତି ସହଯୋଗ ଏବଂଭୂ-ରାଜନୈତିକ ସନ୍ତୁଳନର ନୂତନ ରୂପ ଖୋଜୁଛି ସେହି ସମୟରେ ଭାରତର ସହଯୋଗ ଅଧିକ ଉପଯୋଗୀ ହୋଇପଡ଼ିଛି ।
ଏହା ସଦ୍ଭାବନାର ଏକ ଅସ୍ଥାୟୀ ମୁହୂର୍ତ୍ତ ନୁହେଁ ବରଂ ସମ୍ପର୍କର ଏକ ଢାଞ୍ଚାଗତ ପୁନର୍ଗଠନ । ଉପସାଗରୀୟ ରାଷ୍ଟ୍ର ଗୁଡ଼ିକ ପୂର୍ବ ଦିଗକୁ ଦୃଷ୍ଟି ପକାଇବା ଦ୍ୱାରା ଏହା ସାବ୍ୟସ୍ତ ହେଉଛି ଯେ ଭାରତ ଏବେ ଆଉ ସାଧାରଣ ରାଷ୍ଟ୍ର ନୁହେଁ ବରଂ ସେମାନଙ୍କର ଦୀର୍ଘକାଳୀନ ଚିନ୍ତାଧାରାର କେନ୍ଦ୍ରରେ ଅଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧୀନରେ, ଭାରତ ଏକ ବାଣିଜ୍ୟିକ ଅଂଶୀଦାର ହେବାଠାରୁ ଊର୍ଦ୍ଧ୍ୱରେ ଏହି ଅଞ୍ଚଳର ରଣନୀତିକ ଭବିଷ୍ୟତର ଏକ ଗଠନକାରୀ ଶକ୍ତି ପାଲଟିଛି । ବାସ୍ତବରେ ପଶ୍ଚିମ ଏସିଆ ସହିତ ଭାରତର ସମ୍ପର୍କର କୌଣସି ପଟାନ୍ତର ନାହିଁ ।