- ୨୦୨୪-୨୫ ମସିହାରେ ଉତ୍ପାଦନ ୧୧.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି
- ଏକ ଦଶନ୍ଧି ମଧ୍ୟରେ ଛଅ ଗୁଣରୁ ଅଧିକବଢ଼ିଲା
ମୁଖ୍ୟାଂଶ
- ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୨୦୧୪–୧୫ରେ ୧.୯ ଲକ୍ଷ କୋଟିଟଙ୍କାରୁ ପ୍ରାୟ ଛଅ ଗୁଣ ବୃଦ୍ଧି ପାଇ ୨୦୨୪–୨୫ରେ ୧୧.୩ ଲକ୍ଷ କୋଟିରେ ପହଞ୍ଚିଛି
- ମୋବାଇଲ୍ ଫୋନ୍ ରପ୍ତାନି ୨୦୧୪–୧୫ରେ ୧,୫୦୦ କୋଟିଟଙ୍କାରୁ ୧୨୭ ଗୁଣ ବୃଦ୍ଧି ପାଇ ୨୦୨୪-୨୫ରେ ୨ ଲକ୍ଷ କୋଟିରେ ପହଞ୍ଚିଛି
- ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ନିର୍ମାତା
- ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଗତ ୧୦ ବର୍ଷରେ ୨୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି
ନୂଆଦିଲ୍ଲୀ, (ପିଆଇବି) : ଭାରତ ଦ୍ରୁତ ଗତିରେ ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇଛି, ଗତ ଦଶନ୍ଧି ମଧ୍ୟରେ ଉତ୍ପାଦନରେ ପ୍ରାୟ ଛଅ ଗୁଣ ବୃଦ୍ଧି ପାଇଛି । ଏହି କ୍ଷେତ୍ର କେବଳ ଏହାର ଶିଳ୍ପ ଭିତ୍ତିଭୂମିକୁ ବିସ୍ତାର କରିନାହିଁ ବରଂ ଗତ ୧୦ ବର୍ଷ ମଧ୍ୟରେ ୨୫ ଲକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି କରିଛି । ୨୦୩୦-୩୧ ସୁଦ୍ଧା ୫୦୦ ବିଲିୟନ ଡଲାରର ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମ ଗଠନର ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣ ସହିତଭାରତ ବିଶ୍ୱ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀରାଷ୍ଟ୍ର ଭାବରେ ଉଭା ହେବାକୁ ପ୍ରସ୍ତୁତ ରହିଛି । ଏହାଦେଶରେ ବିପୁଳ ସୁଯୋଗ ସୃଷ୍ଟି କରିବା ସହିତ ବିଶ୍ୱ ପାଇଁ ମଧ୍ୟନବସୃଜନ କରିବ ।
ଇଲେକ୍ଟ୍ରୋନିକ୍ସଉତ୍ପାଦନଏବଂରପ୍ତାନିପରିଦୃଶ୍ୟ
ଆତ୍ମନିର୍ଭର ଭାରତ ଏବଂମେକ୍ ଇନ୍ ଇଣ୍ଡିଆ ଭଳି ଯୋଜନା ଦେଶରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଏବଂ ରପ୍ତାନିକୁ ତ୍ୱରାନ୍ୱିତ କରିଛି । ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୨୦୧୪–୧୫ରେ ୧.୯ ଲକ୍ଷ କୋଟି ଟଙ୍କାରୁ ପ୍ରାୟ ଛଅ ଗୁଣ ବୃଦ୍ଧି ପାଇ ୨୦୨୪–୨୫ରେ ୧୧.୩ ଲକ୍ଷ କୋଟିରେ ପହଞ୍ଚିଛି । ସେହି ସମୟ ମଧ୍ୟରେ ରପ୍ତାନି ୩୮,୦୦୦ କୋଟିଟଙ୍କାରୁ ଆଠ ଗୁଣ ବୃଦ୍ଧି ପାଇ ୩.୨୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଗତ ୧୦ ବର୍ଷ ମଧ୍ୟରେ, ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୨୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି । ଭାରତ ଆର୍ଥିକ ବର୍ଷ ୨୦୨୦-୨୧ଠାରୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ୪ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଏଫଡିଆଇପ୍ରବାହ ଆକର୍ଷିତ କରିଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତୀୟ ଇଲେକ୍ଟ୍ରୋନିକ୍ ସାମଗ୍ରୀର ଶ୍ରେଷ୍ଠ ୫ଟି ରପ୍ତାନି ଗନ୍ତବ୍ୟସ୍ଥଳ ହେଉଛି ଯୁକ୍ତରାଷ୍ଟ୍ରଆମେରିକା, ୟୁଏଇ, ନେଦରଲ୍ୟାଣ୍ଡସ, ବ୍ରିଟେନଏବଂ ଇଟାଲୀ ।
ଉତ୍ପାଦନ ଆଧାରିତପ୍ରୋତ୍ସାହନ (ପିଏଲଆଇ)ଯୋଜନା ଏବଂ ବ୍ୟବସାୟ କରିବାର ସହଜତାରେ ଉନ୍ନତି ଭଳି ସହାୟକ ପଦକ୍ଷେପ ଉତ୍ପାଦନ ଏବଂ ରପ୍ତାନିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି । ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ଦ୍ରୁତ ଅଭିବୃଦ୍ଧି ଦେଶବ୍ୟାପୀ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବାବେଳେ ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ବିଶ୍ୱ ଯୋଗାଣ ଶୃଙ୍ଖଳରେ ଗଭୀର ଭାବରେ ସଂଲଗ୍ନ ହୋଇଛି, ପ୍ରତିଦ୍ୱନ୍ଦ୍ବିତା ବୃଦ୍ଧି କରିଛି ଏବଂ ବିଦେଶୀ ନିବେଶକୁ ଆକର୍ଷିତ କରିଛି ।
ମୋବାଇଲଉତ୍ପାଦନ ଓ ରପ୍ତାନି
ଭାରତର ମୋବାଇଲ୍ ଫୋନ୍ ବିପ୍ଳବ ଜୀବନ ଏବଂ ଜୀବିକାକୁ ପୁନଃଆକାର ଦେଉଛି । ୮୫ ପ୍ରତିଶତରୁ ଅଧିକ ଭାରତୀୟ ପରିବାର ଅତି କମରେ ଗୋଟିଏ ସ୍ମାର୍ଟଫୋନ୍ ମାଲିକ ହୋଇଥିବାରୁଏହି ଡିଭାଇସ୍ ଆଜି ବ୍ୟାଙ୍କିଙ୍ଗ, ଶିକ୍ଷା, ମନୋରଞ୍ଜନ ଏବଂ ସରକାରୀ ସେବା ପାଇଁ ଏକ ଉପକରଣ ଭାବରେ କାର୍ଯ୍ୟ କରେ । ମୋବାଇଲ ମଧ୍ୟ ଭାରତରେ ଆର୍ଥିକ ସଶକ୍ତିକରଣର ମାଧ୍ୟମ ପାଲଟିଛି । ମୋବାଇଲ୍ ଫୋନ୍ ଉତ୍ପାଦନ ୨୦୧୪–୧୫ରେ ୧୮ ହଜାର କୋଟି ଟଙ୍କାରୁ ୨୦୨୪–୨୫ରେ ୨୮ ଗୁଣ ବୃଦ୍ଧି ପାଇ ୫.୪୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ନିର୍ମାତା ହୋଇପାରିଛି । ଭାରତର ମୋବାଇଲ୍ ନିର୍ମାଣ ଶିଳ୍ପ ଦ୍ରୁତ ଗତିରେ ବୃଦ୍ଧି ପାଇଛି – ୨୦୧୪ରେ ମାତ୍ର ୨ଟି ୟୁନିଟ୍ ଥିବା ବେଳେ ଆଜି ଏହା ୩୦୦ରୁ ଅଧିକ ୟୁନିଟ୍ରେ ପହଞ୍ଚିଛି । ଦେଶବ୍ୟାପୀ ପ୍ରାୟ ୧୦୦ କୋଟି ମୋବାଇଲର ସକ୍ରିୟ ବ୍ୟବହାର ସହିତ ବାର୍ଷିକ ପ୍ରାୟ ୩୩୦ ନିୟୁତ ମୋବାଇଲ୍ ଫୋନ୍ ଉତ୍ପାଦିତ ହେଉଛି । ରପ୍ତାନି ୧୨୭ ଗୁଣ ବୃଦ୍ଧି ପାଇଛି, ୨୦୧୪-୧୫ରେ ୧,୫୦୦ କୋଟି ଟଙ୍କାରୁ ୨୦୨୪-୨୫ରେ ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଭାରତ ମୋବାଇଲ୍ ଉତ୍ପାଦନରେ ପ୍ରାୟ ଆତ୍ମନିର୍ଭରଶୀଳତା ହାସଲ କରିଛି । ୨୦୧୪-୧୫ରେ ଏହାର ଆବଶ୍ୟକତାଗୁଡ଼ିକର ୭୮ ପ୍ରତିଶତ ଆମଦାନୀ କରିବା ଠାରୁ ଆରମ୍ଭ କରି ଆଜି ପ୍ରାୟ ସମସ୍ତ ଉପକରଣ ଘରୋଇ ଭାବରେ ଉତ୍ପାଦନ କରିବା ପର୍ଯ୍ୟନ୍ତ ଭାରତ ସ୍ୱଦେଶୀ ମୋବାଇଲ ଉତ୍ପାଦନରେ ସଫଳତା ହାସଲ କରିଛି । ନିକଟରେ ଭାରତରେ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ । ଏଥିରେ ୧୫୦ରୁ ଅଧିକଦେଶରୁ ୧.୫ ଲକ୍ଷରୁ ଅଧିକ ପରିଦର୍ଶନ ସାମିଲ ହୋଇଥିଲେ । ସେହିପରି ୭ହଜାରରୁ ଅଧିକପ୍ରତିନିଧି, ୮୦୦ରୁ ଅଧିକବକ୍ତାଏବଂ ୪୦୦ କମ୍ପାନୀ ସାମିଲ ହୋଇଥିଲେ । ଏଥିରେ ୧୬୦୦ରୁ ଅଧିକ ମୋବାଇଲ ପ୍ରଯୁକ୍ତି, ୫ଜି, ୬ଜି, ଏଆଇ, ସ୍ମାର୍ଟମୋବିଲିଟି, ସାଇବର ସୁରକ୍ଷା, କ୍ୱାଣ୍ଟମ କମ୍ପ୍ୟୁଟିଂ, ସବୁଜ ପ୍ରଯୁକ୍ତି ଆଦି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ପ୍ରଦର୍ଶନୀ, ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଇଲେକ୍ଟ୍ରୋନିକ୍ସ ଏବେ ଆଧୁନିକ ଶିଳ୍ପର ମେରୁଦଣ୍ଡ ପାଲଟିଛି । ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଇଲେକ୍ଟ୍ରୋନିକ୍ସ ଉପକରଣର ବ୍ୟବହାର ବଢ଼ୁଛି । ଟିଭି ଠାରୁ ଆରମ୍ଭ କରି ୱାଶିଂମେସିନ ପର୍ଯ୍ୟନ୍ତ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସର ଚାହିଦା ମଧ୍ୟ ବଢ଼ିଛି । ଇଲେକ୍ଟ୍ରୋନିକ୍ସ ଉପକରଣ, ଅଟୋମେଟିଭ୍ ଇଲେକ୍ଟ୍ରୋନିକ୍ସ, ମେଡ଼ିକାଲ ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ଉତ୍ପାଦନ ଏବଂ ରପ୍ତାନି ବୃଦ୍ଧି ଉପରେ ଭାରତ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ହାର୍ଡୱେର ସମେତ ୧୪ଟି ପ୍ରମୁଖ କ୍ଷେତ୍ରରେ ପିଏଲ୍ଆଇ ଯୋଜନା କାର୍ଯ୍ୟକାରୀ କରାଯାଇଛି । ବୃହତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଏବଂ ଆଇଟି କ୍ଷେତ୍ରରେ ପିଏଲ୍ଆଇ ଯୋଜନା ଦ୍ୱାରା ୧୩୧୦୭ କୋଟି ଟଙ୍କାର ନିବେଶ ଆସିଛି । ୮.୫୬ ଲକ୍ଷକୋଟି ଟଙ୍କାର ଉତ୍ପାଦନ, ୪.୬୫ ଲକ୍ଷ କୋଟି ଟଙ୍କାର ରପ୍ତାନି ଏବଂ ୧.୩୫ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି । ଇଲେକ୍ଟ୍ରୋନିକ୍ସ ଉପକରଣ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ଲାଗି ସ୍ପେକ୍ସ ଯୋଜନା କାର୍ଯ୍ୟକାରୀ କରାଯାଇ ୨୫ ପ୍ରତିଶତ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ସେହିପରି ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା ଇସିଏମ୍ଏସ୍ରେ ୨୨,୯୧୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାରେ ୨୪୯ଟି ଆବେଦନ ମିଳିବା ସହିତ ଲକ୍ଷ୍ୟ ଠାରୁ ପ୍ରାୟ ଦୁଇ ଗୁଣଅଧିକ ୧,୧୫,୩୫୧ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ଏହାଦ୍ୱାରା ପ୍ରାୟ ୧,୪୨,୦୦୦ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତିର ଲକ୍ଷ୍ୟ ହେଉଛି ଭାରତକୁ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଏବଂ ଉତ୍ପାଦନ (ଇଏସଡିଏମ) ପାଇଁ ଏକ ବିଶ୍ୱ କେନ୍ଦ୍ର ଭାବରେ ସ୍ଥାନିତ କରିବା । ୨୦୨୫ ସୁଦ୍ଧା ଇଏସଡିଏମରୁ ୪୦୦ ବିଲିୟନ ଡଲାର ରାଜସ୍ୱ ହାସଲ କରିବାର ଯୋଜନା ରହିଛି । ନିରନ୍ତର ନବସୃଜନ ଏବଂ ନୀତିଗତ ସମର୍ଥନ ସହିତ, ଦେଶ ୨୦୩୦-୩୧ ସୁଦ୍ଧା ୫୦୦ ବିଲିୟନ ଡଲାରର ଘରୋଇ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ ହାସଲ କରିବାକୁ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ପ୍ରଯୁକ୍ତିବିଦ୍ୟାରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରରେ ପରିଣତ ହେବା ଲାଗି ଭାରତ ଲକ୍ଷ୍ୟ ରଖିଛି ।