ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଯାତ୍ରାରେ ତାଙ୍କର ସ୍ଲୋଗାନ ଏବଂ ବକ୍ତବ୍ୟ କେବଳ ବାକ୍ୟାଂଶ ନୁହେଁ, ବରଂ ଜନ ଜାଗରଣ, ଜାତୀୟ ଗୌରବ ଏବଂ ସାଂସ୍କୃତିକ ପ୍ରତୀକ ପାଇଁ ଏକ ଉପକରଣ ।
ସରଳତା ସହିତ ଗଭୀରତାର ମିଶ୍ରଣ କରି ସେ ଭାରତୀୟ ରାଜନୈତିକ ମତ ବିନିମୟକୁ ପୁନଃପରିଭାଷିତ କରିଛନ୍ତି। ଗୁଜରାଟର ତୃଣମୂଳ ସ୍ତରର ସୃଜନଶୀଳତା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଭାବେ ବିଶ୍ୱସ୍ତରୀୟ ଅଭିଯାନ ପର୍ଯ୍ୟନ୍ତ, ଶ୍ରୀ ମୋଦୀଙ୍କ ଶବ୍ଦରେ ଜଣେ ନେତାଙ୍କ କାହାଣୀ ରହିଛି, ଯିଏ ଭାଷାକୁ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି।
ଶ୍ରୀ ମୋଦୀଙ୍କ ଶୈଳୀର ସ୍ୱତନ୍ତ୍ର କେବଳ ବିଷୟ ବସ୍ତୁରେ ନଥାଏ, ବରଂ ତାହା ଛନ୍ଦ, କ୍ଷୁଦ୍ର ବାକ୍ୟ, ସ୍ମରଣୀୟ ପ୍ରତିଛବି ଏବଂ ଆଧୁନିକ ଆବଶ୍ୟକତା ସହିତ ପରମ୍ପରାର ମିଶ୍ରଣ ଆଧାରିତ ହୋଇଥାଏ। ସେ ସନ୍ଥମାନଙ୍କୁ ଉଦ୍ଧୃତ କରିବା ଠାରୁ ଆରମ୍ଭ କରି ଏସଇଜେଡର ପ୍ରତିଶ୍ରୁତି ଦେବା ପର୍ଯ୍ୟନ୍ତ, ମାଆମାନଙ୍କୁ ଆହ୍ୱାନ କରିବା ଠାରୁ ଆରମ୍ଭ କରି ଆତଙ୍କବାଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପର୍ଯ୍ୟନ୍ତ କାର୍ଯ୍ୟ ନିଜର ବକ୍ତବ୍ୟ ମାଧ୍ୟମରେ କରିପାରିବେ। ପ୍ରତ୍ୟେକ ବାକ୍ୟାଂଶ ଉଭୟ ଏକ ବ୍ୟକ୍ତିଗତ ଦୃଢ଼ ବିଶ୍ୱାସ ଏବଂ ଏକ ସାମୂହିକ ମିଶନ ପରି ଅନୁଭବ କରାଇଥାଏ।
ତାଙ୍କର ସ୍ଲୋଗାନ ଏବଂ ଉକ୍ତି ଦର୍ଶାଇଥାଏ ଯେ କିପରି ଜଣେ ନେତା ଭାଷାକୁ ପ୍ରଶାସନରେ ପରିଣତ କରିଛନ୍ତି, ଲକ୍ଷ ଲକ୍ଷ ଲୋକଙ୍କୁ ସରଳ ଶବ୍ଦ ଜରିଆରେ ଏକତ୍ରିତ କରିପାରିଛନ୍ତି । ତାଙ୍କର ଭାଷା ଏକ ସଂକଳ୍ପକୁ ବ୍ୟକ୍ତ କରିଥାଏ।
ମାନବତା ଏବଂ ସେବା
ତାଙ୍କ ସାର୍ବଜନୀନ ଜୀବନର ପ୍ରାରମ୍ଭରୁ, ନରେନ୍ଦ୍ର ମୋଦୀ ଜଣେ ଶାସକ ଭାବରେ ନୁହେଁ ବରଂ ଲୋକଙ୍କ ସେବକ ଭାବରେ ନିଜର ପରିଚୟ ଗଢ଼ିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ସେ ଗୁଜରାଟୀମାନଙ୍କୁ ମନେ ପକାଇ ଦେଇଥିଲେ ଯେ ତାଙ୍କ କାର୍ଯ୍ୟକାଳ ବ୍ୟକ୍ତିଗତ ଅଭିଳାଷ କାରଣରୁ ନୁହେଁ, ବରଂ ଲୋକଙ୍କ ଆଶୀର୍ବାଦ କାରଣରୁ ଥିଲା। ସେ କ୍ଷମତାକୁ ସେବା ଭାବେ ଏବଂ ନିଜକୁ ଏହାର ତତ୍ତ୍ୱାବଧାରକ ଭାବେ ପ୍ରସ୍ତୁତ କରିଥିଲେ।
“यह तीन हजार दिन तक सेवा करने का अवसर नरेन्द्र मोदी के कारण नहीं है… यह जनता-जनार्दन के आशीर्वाद के कारण है।”
(“ତିନି ହଜାର ଦିନ ସେବା କରିବାର ଏହି ସୁଯୋଗ ନରେନ୍ଦ୍ର ମୋଦୀ ଯୋଗୁଁ ନୁହେଁ… ଏହା ଲୋକଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି।”)
(ଗରିବ କଲ୍ୟାଣ ମେଳା, ଜାମନଗର, 2010)
ଯେତେବେଳେ ସେ 2014 ରେ ପ୍ରଧାନମନ୍ତ୍ରୀ ହୋଇଥିଲେ, ଏହି ବିଷୟବସ୍ତୁ ଜାରି ରହିଥିଲା। ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଭାଷଣରେ, ସେ ପ୍ରଧାନମନ୍ତ୍ରୀ ସ୍ଥାନରେ ପ୍ରଧାନ ସେବକ ଶବ୍ଦଟି ଉଲ୍ଲେଖ କରିଥିଲେ, ଯାହା ତାଙ୍କ ବିଚାରର ସଙ୍କେତ ଦେଇଥିଲା ‘‘ନେତୃତ୍ୱର ଅର୍ଥ ହେଉଛି ପ୍ରତ୍ୟେକ ନାଗରିକଙ୍କ ସେବା କରିବା।’’
“मैं प्रधान मंत्री नहीं, प्रधान सेवक हूँ।”
(ମୁଁ ପ୍ରଧାନମନ୍ତ୍ରୀ ନୁହେଁ, ପ୍ରଧାନ ସେବକ)
(ଲାଲ କିଲ୍ଲା, 2014)
ଭାଷଣ ପରିବର୍ତ୍ତେ ପଦକ୍ଷେପ ଗ୍ରହଣ
ବଡ଼ ଘୋଷଣା ଉପରେ ନିର୍ଭର କରୁଥିବା ଅନେକ ରାଜନୈତିକ ନେତାଙ୍କ ବିପରୀତ, ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ ସେ କେବଳ ତାହା ହିଁ କହିବେ ଯାହା ସଂକଳ୍ପ ଉପରେ ଆଧାରିତ ହେବ । ଗୁଜରାଟରେ, ସେ ପ୍ରାୟତଃ ଲୋକମାନଙ୍କୁ କହୁଥିଲେ ଯେ, ଯାହା ସେ ପ୍ରଦାନ କରିପାରିବେ ନାହିଁ ସେ ବିଷୟରେ କେବେ କହି ନାହାଁନ୍ତି, ଏବଂ ସେ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ ପୂରଣ କରିବେ।
“जो काम नहीं कर सकता उसके बारे में बोलता नहीं हूँ, और जिसके बारे में बोलता हूँ तो वो काम पूरा किए बिना रुकता नहीं हूँ।”
‘‘(ଯେଉଁ କାମ ମୁଁ କରିପାରିବି ନାହିଁ ସେ ବିଷୟରେ ମୁଁ କହିବି ନାହିଁ, ଆଉ ଯାହା ମୁଁ କହିଥାଏ ସେ କାମ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଅଟକି ଯାଏ ନାହିଁ)’’
(ଭଲସାଡ଼, 2010)
ଦିଲ୍ଲୀରେ ମଧ୍ୟ ଏହି ସମାନ ଆଭିମୁଖ୍ୟକୁ ବ୍ୟାପକ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଭାବରେ, ସେ ଦେଶକୁ ସ୍ମରଣ କରାଇ ଦେଇଥିଲେ ଯେ ଘୋଷଣାପତ୍ରର ପ୍ରତ୍ୟେକ ପ୍ରତିଶ୍ରୁତିକୁ ଦୃଢ଼ତାର ସହିତ ପୂରଣ କରାଯାଇଛି । ତାଙ୍କ ଭାଷଣକୁ ବିତରଣ ସହିତ ଯୋଡ଼ା ଯାଇଛି। ତାଙ୍କ କଥାର ବିଶ୍ୱସନୀୟତାକୁ ସରକାରଙ୍କ ବିଶ୍ୱସନୀୟତାରେ ପରିଣତ କରିବା ଉପରେ ସର୍ବଦା ଗୁରୁତ୍ୱ ଦିଆଯାଇଛି।
“हमारे हर वचन को हमने कर्म से सिद्ध करने का प्रयास किया है।”
(ଆମର ପ୍ରତ୍ୟେକ ପ୍ରତିଶ୍ରୁତିକୁ ଆମେ କାମ ଜରିଆରେ ପ୍ରମାଣିତ କରିବାର ପ୍ରୟାସ କରିଛୁ।)
(ସଂସଦ, 2025)
ସମାଜର ଏକୀକରଣ
ଶ୍ରୀ ମୋଦୀଙ୍କର ଏକ ପ୍ରମୁଖ ଯୋଗାଯୋଗ ରଣନୀତି ହେଉଛି ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ଜନ ଆନ୍ଦୋଳନରେ ପରିଣତ କରିବା। ମୁଖ୍ୟମନ୍ତ୍ରୀ ଭାବରେ, ତାଙ୍କର ଗରିବ କଲ୍ୟାଣ ମେଳା କେବଳ ଲାଭ ବଣ୍ଟନ କରିନଥିଲା। ସେଗୁଡ଼ିକ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିଥିଲା। ସେ ‘‘ସେବା ପ୍ରତିଦ୍ୱନ୍ଦ୍ୱିତା’’ ଆରମ୍ଭ କରିଥିଲେ ଯାହା ପ୍ରଭାବକୁ ବହୁଗୁଣିତ କରିଥିଲା।
“गरीब कल्याण मेला ने सेवा की स्पर्धा का वातावरण बना दिया है।”
‘‘ଗରିବ କଲ୍ୟାଣ ମେଳା ସେବା ପାଇଁ ପ୍ରତିଯୋଗିତାର ପରିବେଶ ସୃଷ୍ଟି କରିଛି।’’
(ରାଧନପୁର, 2010)
ପ୍ରଧାନମନ୍ତ୍ରୀ ଭାବରେ, ସେ ଏହାକୁ ଏକ ଜାତୀୟ ଦର୍ଶନରେ ବିସ୍ତାର କରିଥିଲେ। ସ୍ୱଚ୍ଛ ଭାରତ ଅଭିଯାନକୁ କେବଳ ଏକ ସରକାରୀ ଯୋଜନା ଭାବରେ ଉପସ୍ଥାପିତ କରାଯାଇ ନଥିଲା। ଏହାକୁ ଏକ ସାମୂହିକ କର୍ତ୍ତବ୍ୟ ଭାବରେ ଉପସ୍ଥାପନ କରାଯାଇଥିଲା ଯେଉଁଥିରେ ପ୍ରତ୍ୟେକ ପରିବାର ଅଂଶଗ୍ରହଣ କରିପାରିବେ। ତାଙ୍କର ଆହ୍ୱାନ ସ୍ୱଚ୍ଛତାକୁ ଏକ ନୀତିରୁ ଏକ ବ୍ୟକ୍ତିଗତ ପ୍ରତିଜ୍ଞାରେ ପରିଣତ କରିଥିଲା।
“स्वच्छ भारत अभियान सरकार का कार्यक्रम नहीं है, यह जन आंदोलन है।”
‘‘ସ୍ୱଚ୍ଛ ଭାରତ ଅଭିଯାନ କୌଣସି ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଜନ ଆନ୍ଦୋଳନ।’’
(ଲାଲକିଲ୍ଲା, ୨୦୧୪)
ସ୍ୱଦେଶୀ ଏବଂ ଭୋକାଲ୍ ଫର୍ ଲୋକାଲକୁ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦେଶକୁ କରିଥିବା ଆହ୍ବାନ ଏବେ ସାଧାରଣ ଲୋକଙ୍କ ମନରେ ପ୍ରତିଧ୍ୱନିତ ହେଉଛି।
एक ही मंत्र ‘Vocal for Local’, एक ही रास्ता ‘आत्मनिर्भर भारत’, एक ही लक्ष्य ‘विकसित भारत’
ଗୋଟିଏ ମନ୍ତ୍ର ‘ଭୋକାଲ ଫର୍ ଲୋକାଲ’, ଗୋଟିଏ ରାସ୍ତା ‘ଆତ୍ମନିର୍ଭର ଭାରତ’, ଗୋଟିଏ ଲକ୍ଷ୍ୟ ‘ବିକଶିତ ଭାରତ’
(ମନ କୀ ବାତ, ଅଗଷ୍ଟ, 2025)
ଶିକ୍ଷା ପ୍ରଥମ
ଶ୍ରୀ ମୋଦୀଙ୍କ ଭାଷଣରେ ଶିକ୍ଷା ଏକ ସ୍ଥାୟୀ ଆଭିମୁଖ୍ୟ ରୂପେ ରହିଆସିଛି, ଯାହାକୁ ଦାରିଦ୍ର୍ୟ ବିରୁଦ୍ଧରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଭାବରେ ବର୍ଣ୍ଣନା କରାଯାଇଛି। ମୁଖ୍ୟମନ୍ତ୍ରୀ ଭାବରେ, ସେ ସାକ୍ଷରତା ଅଭିଯାନକୁ ସମର୍ଥନ କରିଥିଲେ, ବିଶେଷକରି ମହିଳା ଏବଂ ଗ୍ରାମାଞ୍ଚଳ ପିଲାମାନଙ୍କ ପାଇଁ ଏହାକୁ ମର୍ଯ୍ୟାଦା ଏବଂ ସଶକ୍ତିକରଣର ମୂଳଦୁଆ ଭାବରେ ପ୍ରସ୍ତୁତ କରିଥିଲେ।
“गरीबी के सामने लड़ने का उत्तम हथियार शिक्षा है।”
‘‘ଦାରିଦ୍ର୍ୟ ବିରୋଧରେ ଲଢ଼ିବାର ଭଲ ଉପକରଣ ହେଉଛି ଶିକ୍ଷା।’’
(ଜାମନଗର, 2010)
ପ୍ରଧାନମନ୍ତ୍ରୀ ଭାବରେ, ଏହି ଦୃଢ଼ ସଂକଳ୍ପ ଜାତୀୟ ଶିକ୍ଷା ନୀତି(ଏନଇପି) 2020 ଭଳି ଐତିହାସିକ ପଦକ୍ଷେପ ନେଇଥିଲା। ସେ ଛାତ୍ରଛାତ୍ରୀମାନଙ୍କୁ ଭାରତର ଭବିଷ୍ୟତର ସ୍ଥପତି ଭାବରେ ବର୍ଣ୍ଣନା କରିଥିଲେ, ଶ୍ରେଣୀଗୃହଗୁଡ଼ିକୁ ଏକ ନୂତନ ଭାରତର ଇନକ୍ୟୁବେଟର ଭାବରେ ଗଠନ କରିଥିଲେ। ତାଙ୍କର ଭାଷଣ ଶିକ୍ଷାକୁ କେବଳ ଏକ କଲ୍ୟାଣକାରୀ ପଦକ୍ଷେପ ଭାବରେ ନୁହେଁ, ବରଂ ଏକ ରାଷ୍ଟ୍ର ନିର୍ମାଣ ଭାବରେ ସ୍ଥାନିତ କରିଥିଲା।
“आज का विद्यार्थी ही 2047 के भारत का निर्माता है।”
‘‘ଆଜିର ବିଦ୍ୟାର୍ଥୀ ହିଁ 2047ର ଭାରତର ନିର୍ମାତା।’’
(ଏନଇପି ଶୁଭାରମ୍ଭ, 2020)
ମହିଳା-ନେତୃତ୍ୱାଧୀନ ବିକାଶ
ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ଶାସନରେ ମହିଳାଙ୍କ ସମାନ ଅଂଶଗ୍ରହଣକୁ ସମର୍ଥନ କରିଥିଲେ। ସ୍ଥାନୀୟ ସ୍ୱାୟତ୍ତଶାସନରେ ମହିଳାମାନଙ୍କ ପାଇଁ 50% ସଂରକ୍ଷଣ ପ୍ରଦାନ କରିବା ଲାଗି ଗୁଜରାଟର ଅଗ୍ରଣୀ ନିଷ୍ପତ୍ତି ନାରୀ ଶକ୍ତିରେ ତାଙ୍କ ବିଶ୍ୱାସର ଏକ ପ୍ରାରମ୍ଭିକ ଉଦାହରଣ ହୋଇଥିଲା।
“महिलाओं को स्थानीय स्वराज में 50% आरक्षण… पुरुषों जितना ही अधिकार महिलाओं का भी।”
(Vadodara, 2010)
‘‘ମହିଳାମାନଙ୍କୁ ସ୍ୱାୟତ୍ତ ଶାସନରେ 50% ସଂରକ୍ଷଣ… ପୁରୁଷଙ୍କ ଭଳି ମହିଳାମାନଙ୍କୁ ମଧ୍ୟ ଅଧିକାର।’’
(ଭଦୋଦରା, 2010)
ଜାତୀୟ ସ୍ତରରେ ସେ ଏହି ଧାରାକୁ ଆହୁରି ଆଗକୁ ବଢ଼ାଇଥିଲେ। ବେଟି ବଚାଓ ବେଟି ପଢ଼ାଓ ଉପରେ ତାଙ୍କର ଭାଷଣ ଏବଂ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ସମୟରେ ସେ ମହିଳାମାନଙ୍କୁ ହିତାଧିକାରୀ ଭାବରେ ନୁହେଁ, ବରଂ ବିକାଶର ନେତା ରୂପେ ଉଲ୍ଲେଖ କରିଥିଲେ।
“नारी शक्ति हमारे हर प्रयास की अग्रदूत है।”
(ସଂସଦ, 2023)
ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ
ପ୍ରଯୁକ୍ତିବିଦ୍ୟା ଉପରେ ଶ୍ରୀ ମୋଦୀଙ୍କ ବକ୍ତବ୍ୟ ଭବିଷ୍ୟତବାଦ ଏବଂ ସରଳତା ଉଭୟକୁ ପ୍ରତିଫଳିତ କରେ। ମୁଖ୍ୟମନ୍ତ୍ରୀ ଭାବରେ, ସେ ଭାରତର ଭବିଷ୍ୟତ ପାଇଁ ‘ଆଇଟି’ : ଭାରତୀୟ ପ୍ରତିଭା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (Indian Talent plus Information Technology)କୁ ଏକ ସୂତ୍ର ଭାବରେ ପ୍ରସ୍ତୁତ କରିଥିଲେ । ଗୁଜରାଟରେ ବିଶ୍ୱର ପ୍ରଥମ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସୃଷ୍ଟି ତାଙ୍କ ପ୍ରଯୁକ୍ତିବିଦ୍ୟା-ନେତୃତ୍ୱାଧୀନ ଶାସନର ଏକ ପ୍ରାରମ୍ଭିକ ପ୍ରତୀକ ହୋଇଛି।
“I.T. + I.T. = I.T. — Indian Talent + Information Technology = India Tomorrow.”
(2010)
ପ୍ରଧାନମନ୍ତ୍ରୀ ଭାବରେ, ସେ ଏହି କଥାକୁ ବିଶ୍ୱସ୍ତରରେ ମଧ୍ୟ ଆଗକୁ ନେଇଥିଲେ, ଏଆଇ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ମହାକାଶ ଅନୁସନ୍ଧାନରେ ଭାରତର ଭୂମିକାକୁ ଗୁରୁତ୍ୱ ଦେଇଥିଲେ। ତାଙ୍କର ଅଭିଭାଷଣ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ଜାତୀୟ ଗୌରବ ଏବଂ ବ୍ୟବହାରିକ ଶାସନ ସହିତ ଯୋଡ଼ିଥିଲା।
“आज का भारत AI, क्वांटम और स्पेस टेक्नोलॉजी में विश्व का नेतृत्व करेगा।”
(‘‘ଆଜିର ଭାରତ ଏଆଇ, କ୍ୱାଣ୍ଟମ ଏବଂ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ବ ନେବ’’)
(ଇଣ୍ଡିଆ ଏଆଇ ମିଶନ, 2024)
ଗଣତନ୍ତ୍ର ଏବଂ ରାଷ୍ଟ୍ରବାଦ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ, ଗଣତନ୍ତ୍ର ଏକ ଉଧାର ଅଣାଯାଇଥିବା ପାଶ୍ଚାତ୍ୟ ଧାରଣା ନୁହେଁ ବରଂ ଭାରତର ସଭ୍ୟତା ଶକ୍ତି। ମୁଖ୍ୟମନ୍ତ୍ରୀ ଭାବରେ, ସେ ପ୍ରାୟତଃ ଚେତାବନୀ ଦେଉଥିଲେ ଯେ ସ୍ୱାଧୀନତା ପାଇଁ ସତର୍କତା ଆବଶ୍ୟକ ଏବଂ ଭୁଲ ସଂଶୋଧନ କରିବାର କ୍ଷମତାରେ ଗଣତନ୍ତ୍ରର ଶକ୍ତି ନିହିତ ରହିଛି ।
“‘Eternal vigilance is the price of liberty’… ये घटनाएँ हमें याद दिलाती हैं कि अधिकार छिन जाएँ तो क्या होता है।”
(2010)
‘‘ସ୍ୱାଧୀନତା ପାଇଁ ନିରନ୍ତର ସତର୍କତାର ମୂଲ୍ୟ ଦେବାକୁ ପଡ଼ିବ… ଅଧିକାର ଛଡ଼େଇ ନେଲେ କ’ଣ ହୋଇଥାଏ ତାହା ଏହିସବୁ ଘଟଣା ଆମକୁ ସ୍ମରଣ କରାଇ ଦେଇଥାଏ’’ (୨୦୧୦)
ପ୍ରଧାନମନ୍ତ୍ରୀ ଭାବରେ, ସେ ଏହି ବାର୍ତ୍ତାକୁ ବିଶ୍ୱସ୍ତରରେ ପ୍ରସାରିତ କରିଥିଲେ, ଜାତିସଂଘରେ ଘୋଷଣା କରିଥିଲେ ଯେ ଭାରତରେ ଗଣତନ୍ତ୍ର ଏକ ବ୍ୟବସ୍ଥା ନୁହେଁ ବରଂ ଜୀବନଶୈଳୀ। ତାଙ୍କର ଭାଷଣରେ ଗଣତନ୍ତ୍ରକୁ ଭାରତର ନୈତିକ ଦିଗଦର୍ଶକ ଏବଂ ଏହାର ସର୍ବୋତ୍ତମ ରପ୍ତାନି ଭାବରେ ଉପସ୍ଥାପନ କରାଯାଇଥିଲା।
“भारत में लोकतंत्र एक प्रणाली नहीं, यह जीवन शैली है।”
‘‘ଭାରତରେ ଗଣତନ୍ତ୍ର ଏକ ବ୍ୟବସ୍ଥା ନୁହେଁ ବରଂ ଜୀବନଶୈଳୀ।’’
(ମିଳିତ ଜାତିସଂଘ, 2014)
ସୁରକ୍ଷା ଏବଂ ସଂକଳ୍ପ
ଭାରତରେ କେବଳ ହାତଗଣତି ନେତା ଶ୍ରୀ ମୋଦୀଙ୍କ ପରି ସିଧାସଳଖ ଜାତୀୟ ସୁରକ୍ଷା ବିଷୟରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ, ସେ ଆତଙ୍କବାଦ ଆଗରେ ପଛକୁ ହଟିବାକୁ ମନା କରିଥିଲେ ଏବଂ ଏକ ସାଲିସବିହୀନ ଲଢ଼େଇର ପ୍ରତିଶ୍ରୁତି ଦେଇଥିଲେ।
“मैं आतंकवाद के विरुद्ध अपनी लड़ाई छोड़ने वाला नहीं हूँ।”
‘‘ମୁଁ ଆତଙ୍କବାଦ ବିରୋଧରେ ନିଜ ଲଢ଼େଇରେ ପଛକୁ ହଟିବି ନାହିଁ।’’
(ରାଜକୋଟ, 2010)
ପ୍ରଧାନମନ୍ତ୍ରୀ ଭାବରେ, ସେ ଏହି ସଂକଳ୍ପକୁ ଏକ ଜାତୀୟ ସିଦ୍ଧାନ୍ତ ରୂପେ ଆହୁରି ଶାଣୀତ କରିଥିଲେ, ଯାହା ବାଲାକୋଟ ଆକ୍ରମଣ ପରେ ତାଙ୍କର ସ୍ପଷ୍ଟ ବାର୍ତ୍ତା ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ତାଙ୍କ ଶବ୍ଦରେ ପ୍ରତିରୋଧ ଏବଂ ଆହ୍ୱାନ ଉଭୟ ଥିଲା, ଯାହା ଏକ ଶକ୍ତିଶାଳୀ ସୁରକ୍ଷା ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଥିଲା।
“घर में घुस कर मारेंगे।”
‘‘ଘରେ ପଶି ମାରିବୁ।’’
(2019)
ଅପରେସନ ସିନ୍ଦୂର ପରେ, ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଦେଶରେ ଦେଶପ୍ରେମର ଏକ ଲହର ସୃଷ୍ଟି କରିଥିଲା ଯାହା ଆତଙ୍କବାଦ ବିରୋଧରେ ଲଢ଼ିବା କ୍ଷେତ୍ରରେ ଭାରତ ପାଇଁ ନୂତନ ସ୍ୱାଭାବିକତାକୁ ପରିଭାଷିତ କରିଥିଲା।
“ऑपरेशन सिंदूर ने आतंक के खिलाफ लड़ाई में एक नई लकीर खींच दी है, एक नया पैमाना, न्यू नॉर्मल तय कर दिया है”
“हम आतंक की सरपरस्त सरकार और आतंक के आकाओं को अलग-अलग नहीं देखेंगे”
“पानी और खून भी एक साथ नहीं बह सकता”
‘‘ଅପରେସନ୍ ସିନ୍ଦୁର ଆତଙ୍କବାଦ ବିରୋଧରେ ଲଢ଼େଇରେ ଏକ ନୂତନ ସୀମାରେଖା ଟାଣିଛି, ଏକ ନୂତନ ମାନଦଣ୍ଡ, ଏକ ନୂତନ ସ୍ୱାଭାବିକତା ସ୍ଥାପନ କରିଛି।’’
‘‘ଆମେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ସରକାର ଏବଂ ଆତଙ୍କବାଦର ଷଡ଼ଯନ୍ତ୍ରକାରୀମାନଙ୍କୁ ପୃଥକ ସଂସ୍ଥା ଭାବରେ ଦେଖିବୁ ନାହିଁ।”
‘‘ପାଣି ଏବଂ ରକ୍ତ ମଧ୍ୟ ଏକାଠି ପ୍ରବାହିତ ହୋଇପାରିବ ନାହିଁ।’’
(ମେ 2025)
ସଂସ୍କୃତିକୁ ନେଇ ଆତ୍ମବିଶ୍ୱାସ
ଶ୍ରୀ ମୋଦୀ ଭାରତର ସାଂସ୍କୃତିକ ଐତିହ୍ୟର ଆଧୁନିକ ଶକ୍ତିର ମୂଳଦୁଆ ଭାବରେ ପୁନଃପରିଭାଷିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ରୂପେ ସେ ସେ ପରମ୍ପରାକୁ ଆଧୁନିକ ଚିନ୍ତାଧାରା ସହିତ ମିଶ୍ରଣ କରିଥିବା ରାଧାକୃଷ୍ଣନଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ପ୍ରଶଂସା କରିଥିଲେ।
“राधाकृष्णन जी ने भारत की संस्कृति के सार को समझ कर आधुनिक स्वरूप में विश्व के समक्ष रखा।”
‘‘ରାଧାକୃଷ୍ଣନ ଜୀ ଭାରତୀୟ ସଂସ୍କୃତିର ସାରକୁ ବୁଝିପାରିଥିଲେ ଏବଂ ଏହାକୁ ଆଧୁନିକ ରୂପରେ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ।’’
(ଗାନ୍ଧୀନଗର, 2010)
ପ୍ରଧାନମନ୍ତ୍ରୀ ଭାବରେ, ଏହି ବିଚାର ଭାରତର ଜି-20 ଅଧ୍ୟକ୍ଷତା ସହିତ ବିଶ୍ୱ ସ୍ତରରେ ପହଞ୍ଚିଥିଲା। ଏଠାରେ ସେ ବସୁଧୈବ କୁଟୁମ୍ବକମକୁ ବିଶ୍ୱ ବିଷୟବସ୍ତୁ ଭାବରେ ଉପସ୍ଥାପନ କରିଥିଲେ। ସେ ସଂସ୍କୃତିକୁ ରକ୍ଷାତ୍ମକ ଭାବରେ ନୁହେଁ ବରଂ ଭାରତର କୋମଳ ଶକ୍ତି ବା ସଫ୍ଟ ପାୱାର ଭାବରେ ବ୍ୟବହାର କରିଥିଲେ।
“भारत की संस्कृति में ‘वसुधैव कुटुम्बकम्’ का मंत्र है—यही हमारी G20 की आत्मा बनी।”
‘‘ଭାରତୀୟ ସଂସ୍କୃତିରେ ‘ବସୁଧୈବ କୁଟୁମ୍ବକମ୍’ର ମନ୍ତ୍ର ଅଛି – ଏହା ଆମର G20ର ଆତ୍ମା ପାଲଟିଛି।’’
(ଜି20 ଶିଖର ସମ୍ମିଳନୀ, 2023)
ମର୍ଯ୍ୟାଦା ସହିତ ବିକାଶ
ଗୁଜରାଟରେ, ଶ୍ରୀ ମୋଦୀ ପ୍ରାୟତଃ ଲୋକମାନଙ୍କୁ ମନେ ପକାଇ ଦେଉଥିଲେ ଯେ ବିକାଶ ସିମେଣ୍ଟ ଏବଂ ଇସ୍ପାତ ଆଧାରିତ ନୁହେଁ ବରଂ ଜୀବନକୁ ପରିବର୍ତ୍ତନ କରିବା ଲାଗି ଜଳ ସଂରକ୍ଷଣ, ବାସଗୃହ ଏବଂ ଜୀବନର ଗୁଣବତ୍ତା ଉପରେ ଆଧାରିତ ।
“મારા મન વિકાસ ઈંટ-ચૂનોની ઈમારત નથી… सामान्य मानवी की quality of life change है।”
(2010)
ପ୍ରଧାନମନ୍ତ୍ରୀ ଭାବରେ, ସେ ଏହାକୁ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ମନ୍ତ୍ରରେ ପ୍ରତିଫଳିତ କରିଥିଲେ। ତାଙ୍କର ଭାଷଣ ଆର୍ଥିକ ଅଭିବୃଦ୍ଧିର କେନ୍ଦ୍ରରେ ଗରିବଙ୍କ ମର୍ଯ୍ୟାଦାକୁ ସ୍ଥାନିତ କରିଥାଏ।
“सबका साथ, सबका विकास, सबका विश्वास और सबका प्रयास—यही हमारे विकास का सूत्र है।”
‘‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ – ଏହା ହିଁ ଆମ ବିକାଶର ସୂତ୍ର।’’
(ସଂସଦ, 2019)
ଏକତା ଏବଂ ସାମାଜିକ ସମନ୍ୱୟ
ଶ୍ରୀ ମୋଦୀ ନିରନ୍ତର ଭାବରେ ଗୁରୁତ୍ୱ ଦେଇଆସୁଛନ୍ତି ଯେ ଭାରତର ବିବିଧତା ଏହାର ଶକ୍ତି। ମୁଖ୍ୟମନ୍ତ୍ରୀ ଭାବରେ, ସେ ଜାତି ଏବଂ ସମ୍ପ୍ରଦାୟ ବିଭାଜନରୁ ଉର୍ଦ୍ଧ୍ୱକୁ ଗତି କରୁଥିବା ଏକ ସମାଜ, ସମରସ ଗୁଜରାଟ ପାଇଁ ଆହ୍ୱାନ କରିଥିଲେ।
“समरस गुजरात का मंत्र लेकर हमें आगे बढ़ना है।”
‘‘ସମରସ ଗୁଜରାଟର ମନ୍ତ୍ର ନେଇ ଆମକୁ ଆଗକୁ ବଢ଼ିବାକୁ ହେବ’’
ପ୍ରଧାନମନ୍ତ୍ରୀ ଭାବରେ, ସେ ଏହି ଚିନ୍ତାଧାରାକୁ ସମଗ୍ର ଦେଶକୁ ପ୍ରସାରିତ କରିଛନ୍ତି, ପ୍ରାୟତଃ ଖାଦ୍ୟଠାରୁ ପର୍ବପର୍ବାଣୀ ପର୍ଯ୍ୟନ୍ତ ଭାରତର ସାଂସ୍କୃତିକ ବହୁଳତାକୁ ଏକତାର ମୂଳଦୁଆ ଭାବରେ ସେ ସମ୍ମାନ କରି ଆସିଛନ୍ତି।
“भारत की विविधता ही भारत की एकता का सबसे बड़ा आधार है।”
‘‘ଭାରତର ବିବିଧତା ହିଁ ଭାରତର ଏକତାର ସବୁଠୁ ବଡ଼ ଆଧାର।’’
(ଲାଲକିଲ୍ଲା, 2022)
Some Other Speech Excerpts and Slogans
Signature Slogan Pre PM Tenure
Vikas hi Samadhan hai
• Translation: Development is the only solution.
• Used heavily during his SRCC speech in 2013 and Gujarat campaigns.
• Ideal for threading economic urgency with cultural pride
Triple IT IT + IT = IT: Indian Talent + Information Technology = India Tomorrow
21 March 2013
Speaking at the Google Big Tent event via Google+ Hangout, Chief Minister Narendra Modi coined the formula “IT + IT = I” to signify the transformative potential of Indian Talent and Information Technology in building India’s future. He highlighted Gujarat’s pioneering use of digital tools—from holographic speeches to e-voting and citizen service platforms—showcasing the state’s leadership in tech-driven governance.
[Speech link] https://deshgujarat.com/2013/03/21/it-it-it-narendra-modi-at-google-big-tent/
“पाकिस्तान जिस भाषा में समझे, समझाना चाहिए।”
Rally Against Terrorism, Mumbai (17 July 2006)
Translation: “Pakistan must be spoken to in the language it understands.”
Context: A fiery declaration of India’s right to respond decisively to cross-border terrorism.
Video Link: https://www.youtube.com/watch?v=SZQwy91riOo&ab_channel=BharatiyaJanataParty
देश को एक्ट नहीं, एक्शन चाहिए
Network 18 Think India Dialogue (25 May 2012)
Quote Translation: “We do not need acts, we need action. Government alone won’t bring change—it is the people who will.”
Context: Articulated his governance philosophy of participatory development and accountability.
Video Link :
https://www.youtube.com/watch?v=GAyhWgthmpg&lc=Ugg50EthezvcE3gCoAEC&ab_channel=NarendraModi
शताब्दियों से हमारे देश में माँ का स्थान, नारी का स्थान सर्वोपरि माना गया है।
29th Annual Session of FICCI Ladies Organization at New Delhi (8-04-2013)
Hum Vaade Nahi, Irade Lekar Aye Hain
20 दिसंबर 2013, Vijay Shankhnaad Rally Varanashi
YouTube Link:
https://www.youtube.com/watch?v=TQ1xFfm8kCw&ab_channel=AajTak
Main Desh Ko Nahi Jhukne Doonga
Oct 2013 BJP National Council Meet, Delhi
Feb 21, 2014
https://www.youtube.com/watch?v=HZpb6f3pgw4&ab_channel=NarendraModi
Context: Asserted strong leadership and national pride; became a rallying cry for anti-corruption and sovereignty
Vikas Bhi, Imaan Bhi, Gareebon ka Samman Bhi
5 फ़रवरी 2014, Kolkata
https://www.youtube.com/watch?v=58mfTVi7FXo&ab_channel=BharatiyaJanataParty
Shasak Nahi, Sevak
19 जनवरी 2014
https://www.youtube.com/watch?v=Ck_KTfqDMaA&ab_channel=BharatiyaJanataParty