ଭୂତିଆରବାହାଲ ଠାରେ ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆର ଆର୍ କଲୋନୀ ଅଙ୍ଗନୱାଡ଼ି କେନ୍ଦ୍ରର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ଵାରା ଉଦ୍‌ଘାଟିତ ଓ ଭିତ୍ତି ପ୍ରସ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ଵାରା ଉଦ୍‌ଘାଟିତ ଓ ଭିତ୍ତି ପ୍ରସ୍ତର ହୋଇଯାଇଛି । ଝଙ୍କାରପାଲି ଆର ଆର୍‌ କଲୋନୀ ଠାରେ ୧୦ ଲକ୍ଷ ବ୍ୟୟରେ ଅଙ୍ଗନୱାଡ଼ି ଓ ଗେଡାବାଞ୍ଜି ଆର ଆର କଲୋନୀ ଠାରେ ୧୦ ଲକ୍ଷ ବ୍ୟୟରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ବିଧାୟକ ଶ୍ରୀ ସିଂହଦେଓଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ସେଠାରେ ବିଧାୟକ ଶ୍ରୀ ସିଂହଦେଓ ବିସ୍ଥାପିତ ଲୋକମାନଙ୍କ ସହିତ ଆଲୋଚନା କରି ତାଙ୍କର ଯାହା ସମସ୍ୟା ରହିଛି ତାକୁ ପୁଣି ଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ । ସେହିପରି ଭୁତିଆର ବାହାଲ ଠାରେ ୩୧ ଲକ୍ଷ ବ୍ୟୟରେ ଏନ.ଆର.ଏଚ.ଏମ ଦ୍ଵାରା ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ କର କୋମଳରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, କୈଳାଶ ମହାନ୍ତି, ଗୋଲାପ ବାଗ, ପ୍ରଦ୍ୟୁମ୍ନ ହୋତା ଓ ଆଶ୍ରିବାଦ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.