jayashree

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

  • ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦକୁ ସ୍ୱାଗତ : ଧନ୍ୟବାଦ ମୁଖ୍ୟମନ୍ତ୍ରୀ ସମାବେଶ ପାଇଁ ନିଷ୍ପତି, ସମାନ ନାଗରିକ ସଂହିତାକୁ ବିରୋଧ, ମଣିପୁର ଆଦିବାସୀ ମହିଳା ନିର୍ଯ୍ୟାତନା ଘଟଣାର ତିବ୍ର ନିନ୍ଦା ସହ ଆନ୍ଦୋଳନ ପ୍ରସ୍ତାବ ଗୃହିତ
  • ସଂଘର ପରିବର୍ଦ୍ଧିତ କର୍ମକର୍ତା ଘୋଷଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହାସଭାରେ ଓଡିଶା ସରକାର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ବଲାଙ୍ଗିର ଜିଲ୍ଲାକୁ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ପାଇଁ ଏକ ବିଶାଳ ଆଦିବାସୀ ସମାବେଶ କରିବାକୁ ନିଷ୍ପତି ନିଆଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ଆଦିବାସୀମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜମି ଜଳ ଜଙ୍ଗଳ, ଜୀବନ ଜୀବିକାର ବିକାଶ ହେବା ସହିତ ଆଦିବାସୀ ସଂସ୍କୃତି ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତ, ଐତିହ୍ୟ, ପୂଜାପୀଠ ସ୍ଥଳି ଗୁଡିକର ସୁରକ୍ଷା, ସଂରକ୍ଷଣ ପୁନଃରୁଦ୍ଧାର ହେବ । ଆଦିବାସୀମାନଙ୍କ ଜାନୀ ଯାତ୍ରା, ପର୍ବପର୍ବାଣୀ, ଚାଲିଚଳଣୀ ପ୍ରଥ ପରମ୍ପରା, ରୀତିନୀତି, ଭାଷା ଧର୍ମ, ମ୍ୟୁଜିୟମ, କଲ୍ୟାଣ ମଣ୍ଡପ, ସାମାଜିକ ଭବନ, ଗୋଷ୍ଠୀ ଗୃହ, ଲାଇବ୍ରେରୀ ହଲ, ପାରମ୍ପରିକ ବଜାର ହାଟ, ବନଜାତ ଦ୍ରବ୍ୟ ସଂଗ୍ରହ ବିକ୍ରୟ ଆଦି ପାଇଁ ସୁବିଧା ହେବ ଯାହାକି ଆଦିବାସୀଙ୍କ ସାମାଜିକ ଅର୍ଥନୈତିକ ଉନ୍ନତି ହେବ । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦିବାସୀ ସମାଜ କୃତଜ୍ଞତା ଜଣାଇଥିଲେ । ଭାରତୀୟ ଆଇନ ଆୟୁକ୍ତ ଜରିଆରେ କେନ୍ଦ୍ର ସରକାର ସମାନ ନାଗରିକ ସଂହିତାକୁ ଲାଗୁ କରିବା ପାଇଁ ଷଡଯନ୍ତ୍ର କରୁଛି । ଏହି ୟୁନିଫର୍ମ ସିଭିଲ କୋଡ ଲାଗୁ ହେଲେ ଆଦିବାସୀମାନଙ୍କ ପ୍ରଥା ପରମ୍ପରା ସଂସ୍କୃତି, ପ୍ରଥାଗତ ଆଇନ, ବିବାହ, ମୃତାହ କାର୍ଯ୍ୟ, ଜନ୍ମ କର୍ମୀ, ଛାଡପତ୍ର, ପୌଷ୍ୟ ପୁତ୍ର ଗ୍ରହଣ, ସମ୍ପତି ଅଧିକାର ଉପରେ ଥିବା ସ୍ୱତନ୍ତ୍ରତା ଲୋପ ପାଇଯିବ ବୋଲି ଆଦିବାସୀମାନେ ଆଶା ଆଶଙ୍କା କରି ସମାନ ନାଗରିକ କୋଡ ବିରୁଦ୍ଧରେ ତଥା କେନ୍ଦ୍ର ବିଜେପି ସରକାର ବିରୁଦ୍ଧରେ ଆନ୍ଦୋଳନ କରିବାକୁ ପ୍ରସ୍ତାବ ଗୃହିତ କରିଥିଲେ । ମଣିପୁରରେ ଆଦିବାସୀ ମହିଳାମାନଙ୍କ ପ୍ରତି କରାଯାଇଥିବା ବର୍ବର ଆକ୍ରମଣ ଏହାର ପ୍ରତିବାଦରେ ଦୋଷିମାନଙ୍କୁ ଫାସି ଦେବା ଦାବୀରେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାକୁ ସ୍ଥିରିକୃତ କରାଗଲା । ଅଗଷ୍ଟ ୯ରେ ହେବାକୁ ଥିବା ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ବିଶାଳ ଆଦିବାସୀ ମେଲି କରିବାକୁ ଧାର୍ଯ୍ୟ କରାଯାଇଛି । ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର, ସ୍ୱତ୍ୱ ପ୍ରଦାନ, ଅଣଆଦିବାସୀଙ୍କ ଅକ୍ତିଆରରେ ଥିବା ଆଦିବାସୀ ଜମି ଫେରସ୍ତ, ନକଲି ଆଦିବାସୀ ଦୋରା, କୁଲି, କନ୍ଧଗଉଡ, ବଞ୍ଜାରାମାନଙ୍କ ଜାଲ ଜାତି ପ୍ରମାଣପତ୍ର ରଦ୍ଦ, ମୋ’ଘର ଯୋଜନାରେ ସବୁ ଆଦିବାସୀମାନଙ୍କୁ ଗୃହ ଋଣ ମଞ୍ଜୁର କରିବା ଦାବୀରେ ଲଢେଇ ଦୋରଦାର କରିବାକୁ ସ୍ଥିର କରାଯାଇଛି । ସଂଘର କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଉନ୍ନୟନ (ଆଦିବାସୀ) ପରିଷଦର କାର୍ଯ୍ୟର ସଠିକ ପରିଚାଳନା ପାଇଁ ସଙ୍ଗଠନର କର୍ମକର୍ତା ପରିବର୍ଦ୍ଧିତ କରାଯାଇଛି । ସଂଘର ପରିବର୍ଦ୍ଧିତ ପରିଚାଳନା କମିଟି, କାର୍ଯ୍ୟକାରିଣୀ କମିଟି ଓ କର୍ମକର୍ତା ଭାବରେ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ମହାସଚିବ ନିରଞ୍ଜନ ବିଶି, କାର୍ଯ୍ୟକାରୀ ସଭାପତି ବନଲତା ମାଝି, ଉପସଭାପତି ବିଶିକେଶନ ଜାନୀ, ସାଧାରଣ ସଂପାଦକ ହେମେନ୍ଦ୍ର ନାଥ ହାଂସଦା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ତୁମୁନିଆ, ସଂଗଠକ ଥବୀର ପୁଝାରୀ, ସହ ସଂପାଦକ ମଧୁ ବିଶ୍ୱାଲ, ବ୍ଲକ ସଭାପତି ବଳଦେବ ଭୋଇ ଆଗଲପୁର, ଦଶରଥ ଛତ୍ରିଆ ଲୋଇସିଂହା, ନିମାଇଁ ଝାଙ୍କର ସଦର ବ୍ଲକ, ସୁଦାମ ଚରଣ ଭୋଇ ଦେଓଗାଁ, ସନ୍ତୋଷ ପୁଟା ସଇଁନ୍ତଲା, ପଦ୍ମନ ପ୍ରଧାନୀ ଟିଟିଲାଗଡ, ରାଜୀବ କୁଅଁର ମୁରିବାହାଲ, ଚୌବନ କିଶୋର ମାଝି ତୁରେକେଲା, ରସିକ ଧରୁଆ ବେଲପଡା, ଚନ୍ଦ୍ର ବରିହା ଖପ୍ରାଖୋଲ, ମନରଞ୍ଜନ ଭୋଇ ବଙ୍ଗୋମୁଣ୍ଡା, ଦିବାକର ଭୋଇ ପୁଇଁନ୍ତଲା, ଭୂବନ କୁଅଁର କାର୍ଯ୍ୟକାରୀ ସଭାପତି ପାଟଣାଗଡ, ସମ୍ପତି ମାଝି ଗୁଡଭେଲା, ନିତ୍ୟାନନ୍ଦ ମାଝି ଏନ୍‌ଏସି ସଭାପତି ଟିଟିଲାଗଡ, ଚନ୍ଦ୍ରମଣି ଶବର ସଭାପତି ପାଟଣାଗଡ ଏନ୍‌ଏସି, ଚୁମନ ମାଝି ତୁଷୁରା ଏନ୍‌ଏସି, ପାଳା ଭୋଇ, ସୁରଥ ଧରୁଆ, ସାରଥୀ ବାଗ, ଟଙ୍କଧର ଧରୁଆ, ଗୋପାଳ ପ୍ରଧାନ, ଅଶ୍ୱିନୀ ରାଏ, ଭୂବନ ମାଝି, ନାରାୟଣ କିଶାନ, ପ୍ରିତିସିଂ ମାଝି, ଉପସଭାପତି ଲକ୍ଷ୍ମୀ ଶବର, ଘାସିରାମ ମାଝି, ଯଦୁମଣି ବରିହା, ଜଳ ଧରୁଆ, ଖେଳନ୍ତି ସମରଥ, ଟିକେମଣି ମିର୍ଦ୍ଧା, ଧୁବଳେଶ୍ୱର ଭୋଇ, ବିକାଶ ଭୋଇ, ଗିରିଧାରୀ ଭୋଇ, ବିଜୟ ମାଝି, ଚୈତନ୍ୟ ମାଝି, ଅଲେଖ ବେଣ୍ଟକାର ସହିତ ପଂଚାୟତସ୍ତରୀୟ କମିଟି ଚୟନ କରାଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ବ୍ରଜ କିଶୋର ସିଂଭୋଇଙ୍କ ଦେହାନ୍ତ ପରେ ସଂଘର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ ଜିଲ୍ଲା ସଭାପତିଙ୍କ ସମସ୍ତ ଦାୟିତ୍ୱ ଓ କର୍ତବ୍ୟ ସୁଚାରୁ ଭାବରେ ସମ୍ପାଦନ କରି ଆସୁଥିଲେ । ଜିଲ୍ଲା ସଭାପତିଙ୍କ ଅନୁପସ୍ଥିତିରେ ମଧ୍ୟ ଶ୍ୟାମ ସୁନ୍ଦର ଭୋଇ ସଂଘର ନିୟମ ଅନୁସାରେ କାର୍ଯ୍ୟକାରିଣୀ ବୈଠକରେ ସର୍ବ ସମ୍ମତିକ୍ରମେ ଶ୍ୟାମ ସୁନ୍ଦର ଭୋଇଙ୍କୁ ଜିଲ୍ଲା ସଭାପତି ଭାବରେ ତା.୩୦.୦୬.୨୦୨୫ ପର୍ଯ୍ୟନ୍ତ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲାର ୩,୪୨,୧୬୪ ଆଦିବାସୀ ଲୋକଙ୍କ ସାମୂହିକ ସ୍ୱାର୍ଥ ସୁରକ୍ଷା ପାଇଁ ନିସ୍ୱାର୍ଥପର ଏବଂ ସ୍ୱେଚ୍ଛାକୃତ ଭାବରେ ସମର୍ପଣ ମନୋଭାବ ନେଇ କାର୍ଯ୍ୟ କରି ଆସୁଅଛି । ପ୍ରତ୍ୟେକ ପଂଚାୟତରେ ଏବଂ ପ୍ରତ୍ୟେକ ବ୍ଲକରେ ସଂଘର ଶାଖା ସଂଗଠନ ଅଛି । ସଂଘର ପଂଚାୟତସ୍ତରୀୟ, ବ୍ଲକସ୍ତରୀୟ, ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଅଛନ୍ତି । ଆଦିବାସୀମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ତଥା ଜମି, ଜଳ, ଜଙ୍ଗଲ ଓ ଜୀବନ ଜୀବିକାର ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ସାଂସ୍କୃତିକ, ସାମାଜିକ ଅର୍ଥନୈତିକ ବିକାଶ, ନୃତ୍ୟ, ବାଦ୍ୟ, ସଙ୍ଗୀତ, ଭାଷା, ଐତିହ୍ୟ ରୁଢି ପ୍ରଥାଗତ ଆଇନ, ପ୍ରଥା ପରମ୍ପରା, ରୀତିନୀତି, ଦେବାଦେବୀ ପୂଜା ପଦ୍ଧତିର ସଂରକ୍ଷଣ ପାଇଁ ଆଦିବାସୀ ଭାଇ ଭଉଣୀମାନେ ନିଜ ନିଜ ନେତୃତ୍ୱରେ ନିଜ ଗାଁ, ପଂଚାୟତ ଓ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ୨୦୦୬ ମସିହାରୁ ଆଜି ପର୍ଯ୍ୟନ୍ତ ଜାରି ରଖିଛନ୍ତି । ଆଦିବାସୀ ସଂଘ ହେଉଛି ଏକ ସାମୂହିକ ସାମାଜିକ ଅନୁଷ୍ଠାନ । ସମ୍ବିଧାନ ପ୍ରଦତ୍ତ ଅଧିକାର ହାସଲ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଆଦିବାସୀ ସଂଘ ଦୀର୍ଘ ୧୭ ବର୍ଷ ହେଲା ଲଢେଇ କରି ଆସୁଅଛି । ଆଗାମୀ ଦିନରେ ମଧ୍ୟ ଆଦିବାସୀ ସଂଘ ଗ୍ରାମ୍ୟସ୍ତରୀୟ, ପଂଚାୟତସ୍ତରୀୟ, ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଆଦିବାସୀ ସମାଜର ଭାଇ ଭଉଣୀଙ୍କ ସହଯୋଗରେ ସାମୂହିକ ସ୍ୱାର୍ଥ ସୁରକ୍ଷା ପାଇଁ ଆନ୍ଦୋଳନ, ଲଢେଇ, ଧାରଣ, ଧର୍ମଘଟ, ପ୍ରତିବାଦ ଆଦି ଶାନ୍ତିପୂର୍ଣ୍ଣ ଭାବରେ ପୂର୍ବ ପରି ଜାରି ରଖିବ । ଅଧିକ ବୟସ୍କ ସଂଘର ଜିଲ୍ଲାଧିକାର୍ଯ୍ୟ ଶାରିରୀକ ଅକ୍ଷମତା ଏବଂ ଦୀର୍ଘ ବର୍ଷ ଧରି ସଂଘ କାର୍ଯ୍ୟକ୍ରମରେ ଅନୁପସ୍ଥିତ ହେବାରୁ ଘିମାନନ୍ଦ ଭୋଇ, ଶରତ ଚନ୍ଦ୍ର ସିଂଭୋଇ, ଦୁଃଖିଶ୍ୟାମ ଭୋଇ, ବସନ୍ତ ମାଝି, ଅଷ୍ଟରତ୍ନ ବରିହା, କାହ୍ନୁ ଚରଣ ପ୍ରଧାନ, ସତ୍ୟନାରାୟଣ ଭୋଇ, ଘନଶ୍ୟାମ ପ୍ରଧାନୀଙ୍କୁ ସଂଘରୁ ଅବ୍ୟାହତି ଦିଆଯାଇଛି ।

ଏହି ବ୍ୟକ୍ତିମାନେ ଆଦିବାସୀ ସଂଘ ବ୍ଲକ ଶାଖାର ସଭାପତି ପଦବୀରେ ଥିବା ବେଳେ ବାର୍ଷିକ ଆୟବ୍ୟୟର ହିସାବ ଜିଲ୍ଲା କୋଷାଧ୍ୟକ୍ଷଙ୍କଠାରେ ଦେଇ ନାହାନ୍ତି ଏବଂ ବ୍ଲକସ୍ତରୀୟ ବୈଠକ ସଭା ସମିତି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିବାରୁ ବାର୍ଷିକ ବିବରଣୀ ଜିଲ୍ଲା କମିଟିଠାରେ ଦାଖଲ କରି ନାହାନ୍ତି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତା ବିରୁଦ୍ଧରେ ପୂର୍ବରୁ ସତ୍ୟନାରାୟଣ ଭୋଇ ମୁଖ୍ୟ ଉପଦେଷ୍ଟା କେତେ ଜଣ ବ୍ୟକ୍ତିଙ୍କ ଜରିଆରେ ଏଭଳିଆ ଅଭିଯୋଗ ବଲାଙ୍ଗିର ଏଡିଏମ୍‌ ମହୋଦୟଙ୍କଠାରେ କରିଥିଲେ । ମାନ୍ୟବର ଏସ୍‌ଡିଜିଏମ୍‌ ବଲାଙ୍ଗିର ଅଦାଲତରେ ମଧ୍ୟ ମାମଲା ଦାୟର କରିଥିଲେ । କିନ୍ତୁ ଉକ୍ତ ମାମଲାରେ ସେ ପରାସ୍ତ ହୋଇଥିଲେ । ଗତ ତା.୧୬.୦୭.୨୦୨୩ରେ ପୁଣି ସେଭଳିଆ ଘଟଣାର ପୁନରାବୃତି କରିଛନ୍ତି । ଆଦିବାସୀ ସମାଜ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ହରିଶଙ୍କରଠାରେ ୭/୮ ଜଣ ବ୍ୟକ୍ତିଙ୍କଠାରୁ ସାଧା କାଗଜରେ ଦସ୍ତଖତ କରାଇଥିଲେ ସତ୍ୟ ଭୋଇ । ଆରମ୍ଭରୁ ଶ୍ରୀ ଭୋଇ ନିଜର ସ୍ୱାର୍ଥ ସାଧନ ପାଇଁ ମିଥ୍ୟା, ମନଗଢା, ଭିତ୍ତିହୀନ ଅଭିଯୋଗ କରିବାରେ ଅଭ୍ୟସ୍ତ । ତେଣୁ ତା.୧୬.୦୭.୨୩ ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ନାମରେ କରିଥିବା ସମସ୍ତ ଅଭିଯୋଗଗୁଡିକୁ ଆଜି କାର୍ଯ୍ୟକାରିଣୀ ବୈଠକ ଖଣ୍ଡନ କରୁଅଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିରର କୌଣସି ଦ୍ୱିତୀୟ ସଂଗଠନ ନାହିଁ କିମ୍ବା ଆତ୍ମ ଘୋଷିତ ଦ୍ୱିତୀୟ ଜିଲ୍ଲା ସଭାପତିଙ୍କୁ ମାନ୍ୟତା ଦିଆଯିବ ନାହିଁ ବୋଲି ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୃହିତ କରାଯାଇଛି । ସଭାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ସାଧାରଣ ସଂପାଦକ ବାଳକୃଷ୍ଣ ଶବର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ବନଲତା ମାଝି, ବିଶି କେଶନ ମାଝି, ହେମେନ୍ଦ୍ର ନାଥ ହାଁସଦା, ପ୍ରଫୁଲ୍ଲ ତୁମନିଆ, ବଳଦେବ ଭୋଇ, ପଦ୍ମନ ପ୍ରଧାନୀ, ସୁଦାମ ଚରଣ ଭୋଇ, ନିମାଇଁ ଝାଙ୍କର, ସନ୍ତୋଷ ପୁଟା, ରାଜୀବ କୁଅଁର, ଦଶରଥ ଛତ୍ରିଆ, ଚଉବନ ମାଝି, ରସିକ ଧରୁଆ, ଚନ୍ଦ୍ର ବରିହା, ଦିବାକର ଭୋଇ, ମନୋରଂଜନ ଭୋଇ, ସମ୍ପତ୍ତି ମାଝି, ନିତ୍ୟାନନ୍ଦ ମାଝି, ମଧୁ ବିଶ୍ୱାଳ, ଚୁମନ ମାଝି, ପାଲା ଭୋଇ, ଅଚ୍ୟୁତ ଧରୁଆ, ସୁରଥ ଧରୁଆ, ଭୁବନେଶ୍ୱର ଧରୁଆ, ଧରମ ସିଂ ଧରୁଆ, ଗୋପାଳ ପ୍ରଧାନ, ନରୋତ୍ତମ ମାଝି, ଖେଳନ୍ତି ସମରଥ, ଟଙ୍କଧର ଧରୁଆ, ଚୈତନ୍ୟ ମାଝି, ଥବୀର ପୁଝାରୀ, ଘାସିରାମ ମାଝି, ଭୁବନ ମାଝି, ଇନ୍ଦ୍ରମଣି ମାଝି ପ୍ରମୁଖ ୧୪ଟି ବ୍ଲକର କର୍ମକର୍ତ୍ତାଙ୍କ ସହିତ ସମସ୍ତ ପଂଚାୟତସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.