୨୦୨୨-୨୩ ରବି ଋତୁ ନିମନ୍ତେ କେନ୍ଦ୍ର ସରକାରଙ୍କ ଡାଲିଜାତୀୟ ଏବଂ ତୈଳବୀଜ ମିନିକିଟ୍ ବିତରଣ ମାଧ୍ୟମରେ ଡାଲିଜାତୀୟ ଏବଂ ତୈଳବୀଜର ଉତ୍ପାଦନ ବୃଦ୍ଧି ନିମନ୍ତେ ସମୟୋଚିତ ପଦକ୍ଷେପ ଗ୍ରହଣ
- ୨୦୨୨ ଖରିଫ ଋତୁରେ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଭଳି ରାଜମ୍ରନଙ୍କ ଏବଂ ମଧ୍ୟ ପ୍ରଦେଶ ତଥା ପଶ୍ଚିମ ବଙ୍ଗଳାର କେତେକାଂଶ ଭଳି ନିମ୍ନ / କମ୍ ବର୍ଷାଯୁକ୍ତ କ୍ଷେତ୍ରମାନଙ୍କରେ ଏହି କିଟ୍ ବିତରଣ କରାଯିବ ।
ନୂଆଦିଲ୍ଲୀ, (ପିଆଇବି) : ବିହନବୁଣା ନିଜସ୍ୱ ଭାବେ ଏକ ସଂପୂର୍ଣ୍ଣ ପ୍ରାଦ୍ଦ୍ୟୋଗିକୀର ସ୍ୱରୂପ ଅଟେ । ଏଥିରେ ଫସଲମାନଙ୍କର ଉତ୍ପାଦକତା ହାରାହାରି ୨୦- ୨୫ ପ୍ରତିଶତ ବୃଦ୍ଧି କରାଯିବାର କ୍ଷମତା ରହିଛି । କୃଷିକାର୍ଯ୍ୟ ନିମନ୍ତେ ଉତ୍ତମ ବିହନର ଉପଲବ୍ଧତା ଫଳରେ ଉତ୍ପାଦନ ଏବଂ ଉତ୍ପାଦକତାରେ ବୃଦ୍ଧି ଘଟିଥାଏ । ଏହା ଫଳରେ କୃଷକମାନଙ୍କ ନିମନ୍ତେ ଅଧିକ ଉପାର୍ଜନ ବ୍ୟତୀତ କୃଷିର ଇକୋ ସିଷ୍ଟମ ଏବଂ ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ ସାମଗ୍ରିକ ଭାବେ ସୁଫଳ ପ୍ରାପ୍ତ ହୋଇଥାଏ । କେତେକ ରାଜ୍ୟରେ ଅନିଶ୍ଚିତ ତଥା ସ୍ୱଳ୍ପ ବୃଷ୍ଟିପାତ କାରଣରୁ ରବି ଫସଲମାନଙ୍କରେ ଏବଂ ବିଶେଷ କରି ଡାଲିଜାତୀୟ ଶସ୍ୟ ତଥା ତୈଳବୀଜର ଶୀଘ୍ର ବିହନ ବୁଣିବାର ଆବଶ୍ୟକତା ପଡ଼ୁଛି । ସେଥି ନିମନ୍ତେ ୨୦୨୨-୨୩ ରବି ଋତୁ ନିମନ୍ତେ ସରକାର ଡାଲିଜାତୀୟ ଶସ୍ୟ ଏବଂ ତୈଳବୀଜର ନିୟମିତ ବିତରଣ ବ୍ୟତିରେକ ଅନ୍ୟାନ୍ୟ ବିଭିନ୍ନ ରାଜ୍ୟମାନଙ୍କର ସ୍ୱଳ୍ପ ମୌସୁମୀ ବର୍ଷା ଅନୁଭୂତ ହେଉଥିବା କ୍ଷେତ୍ରମାନଙ୍କୁ ଦୃଷ୍ଟିରେ ରଖି ଡାଲିଜାତୀୟ ଶସ୍ୟ ଓ ତୈଳବୀଜର ବିହନର ମିନିକିଟ୍ ଉପଲବ୍ଧ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ରାଷ୍ଟ୍ରୀୟ ବିହନ ନିଗମ (ଏନଏସସି), ନାଫେଡ ଆଦି କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ୱାରା ଏହିଭଳି ମିନିକିଟ୍ ଯୋଗାଇ ଦିଆଯାଉଛି ଏବଂ ଏହା ସମ୍ପୃର୍ଣ୍ଣ ରୂପେ ଭାରତ ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମିଶନ ମାଧ୍ୟମରେ ବିତ୍ତ- ପୋଷିତ ବ୍ୟବସ୍ଥା ଅଟେ । ସରକାର କୃଷକମାନଙ୍କ ନିମନ୍ତେ ନିକଟରେ ଜାରି କରିଥିବା ଅଧିକ ଉତ୍ପାଦନକ୍ଷମ ବିହନର ବିତରଣ ନିମନ୍ତେ ବ୍ୟାପକ ଭାବେ ବିହନ ମିନିକିଟ୍ କାର୍ଯ୍ୟକ୍ରମକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏହା ନିମ୍ନଲିଖିତ ଉଦ୍ଦେଶ୍ୟ ସାଧନ କରିବ:
● ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି ନିମନ୍ତେ କୃଷକମାନଙ୍କ ମଧ୍ୟରେ ନବୀନତମ ଫସଲ କିଷମକୁ ଲୋକପ୍ରିୟ କରିବା
● ୨୦୨୨ ଖରିଫ ଋତୁରେ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଭଳି ରାଜ୍ୟ, ମଧ୍ୟ ପ୍ରଦେଶ ଏବଂ ପଶ୍ଚିମ ବଙ୍ଗଳାର ସେହିସବୁ ଅଂଶ ଯେଉଁଠାରେ ଡାଲିଜାତୀୟ ଶସ୍ୟ ଏବଂ ତୈଳବୀଜ କରାଯାଉଛି ଯେଉଁଠାରେ ସ୍ୱଳ୍ପ ବୃଷ୍ଟି/ କମ୍ ବର୍ଷା ହେଉଛି ।
● ମହାରାଷ୍ଟ୍ରର ବିଦର୍ଭ କ୍ଷେତ୍ରରେ ରେପସିଡ୍ ଏବଂ ସୋରିଷ ( ଆର ଏଣ୍ଡ୍ ଏମ)ର ଅଣପାରମ୍ପରିକ କ୍ଷେତ୍ରକୁ ଏହା କଭର କରିବ ।
● ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଏବଂ କର୍ଣ୍ଣାଟକ ଭଳି ଦାକ୍ଷିଣାତ୍ୟ ରାଜ୍ୟ ନିମନ୍ତେ ଚିନାବାଦାମ ଭାବେ ପ୍ରମୁଖ ରବି ତୈଳବୀଜ ଏବଂ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ଅଳସୀ ଭଳି ଛୋଟ ତୈଳବୀତ ଏବଂ ମହାରାଷ୍ଟ୍ର,କର୍ଣ୍ଣାଟକ ଓ ତେଲଙ୍ଗାନାରେ କୁସୁମ ବିତରଣ କରାଯିବ ।
ସରକାର ୨୦୨୨-୨୩ ବର୍ଷରେ ଡାଲିଜାତୀୟ ଶସ୍ୟ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ, ୧୧ଟି ରାଜ୍ୟ ନିମନ୍ତେ ମସୁର ଓ ହରଡ଼ର ୪.୫୪ ଲକ୍ଷ ବିହନ ମିନିକିଟ୍ ଏବଂ ମସୁରର ୪.୦୪ ଲକ୍ଷ ବିହନ ମିନିକିଟ୍ ଆବଣ୍ଟିତ କରାଯାଇଛି । ଏହାର ଉଦ୍ଦେଶ୍ୟ ବିଶେଷ ଭାବେ କମ୍ ବୃଷ୍ଟିପାତ ହେଉଥିବା କ୍ଷେତ୍ରମାନଙ୍କରେ ଶୀଘ୍ର ବିହନବୁଣା ଠାରୁ ନେଇ ଉତ୍ତର ପ୍ରଦେଶ (୧,୧୧,୫୬୩ ନଗ), ଝାଡ଼ଖଣ୍ଡ ( ୧୨,୫୦୦ ନଗ) ଏବଂ ବିହାର (୧୨,୫୦୦ ନଗ) ବିତରଣ କରାଯିବ । ଏହା ଏହି ତିନି ରାଜ୍ୟର କମ୍ ବୃଷ୍ଟିପାତ କ୍ଷେତ୍ର ନିମନ୍ତେ ମୋଟ ଆବଣ୍ଟନର ୩୩.୮ ପ୍ରତିଶତ ଏବଂ ବିଗତ ବର୍ଷ ତୁଳନାରେ ୩୯.୪ ପ୍ରତିଶତ ଅଧିକ ।
ସରକାର ୨୦୨୨- ୨୩ ବର୍ଷ ପର୍ଯ୍ୟନ୍ତ ଏକ ବିଶେଷ କାର୍ଯ୍ୟକ୍ରମ (ଟିଏମୟୁ ୩୭୦) ‘ଟୁର ମସୁର ହରଡ଼- ୩୭୦’ ମଧ୍ୟ ଲାଗୁ କରୁଛନ୍ତି ଯାହା ମାଧ୍ୟମରେ ମସୁର ଭଳି ୧୨୦ଟି ଜିଲ୍ଲା ଏବଂ ହରଡ ଅଧୀନରେ ୧୫୦ଟି ଜିଲ୍ଲାରେ ଅଧିକତମ କଭର ପ୍ରଦାନ କରିବା ଲକ୍ଷ୍ୟରେ ଏହିସବୁ ଲକ୍ଷିତ ଜିଲ୍ଲାରେ ଡାଲିଜାତୀୟ ଫସଲର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ତୈଳବୀଜ ଚାଷ ଓ ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ହାରାହାରି ୮.୩ ଲକ୍ଷ ବିହାନ ମିନିକିଟ୍ ବିତରଣ କରାଯାଉଛି । ବିଭିନ୍ନ ଫସଲମାନଙ୍କ ପାଇଁ ୩୯.୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେଥିରେ ସୋରିଷ (୧୦.୯୩କୋଟି ଟଙ୍କା ମୂଲ୍ୟର ୫୭୫୦୦୦ ମିନିକିଟ୍), ଚିନାବାଦାମ (୧୬.୦୭ କୋଟି ଟଙ୍କା ମୂଲ୍ୟର ୭୦୫୦୦ ମିନିକିଟ୍), ସୋୟାବିନ (୧୧.୦୦ କୋଟି ଟଙ୍କା ମୂଲ୍ୟର ୧୨୫୦୦୦ ମିନିକିଟ୍), କୁସୁମ (୦.୬୫ କୋଟି ଟଙ୍କା ମୂଲ୍ୟର ୩୨୫୦୦ ମିନିକିଟ୍) ଏବଂ ଅଳସୀ (୦.୫୭ କୋଟି ଟଙ୍କା ମୂଲ୍ୟର ୨୬୦୦୦ ମିନିକିଟ୍) ସାମିଲ ଯାହାକି କୃଷକମାନଙ୍କୁ ସଂପୂର୍ଣ୍ଣ ରୂପେ ମାଗଣାରେ ବିତରଣ କରାଯାଉଛି । ସରକାର ୨୦୨୧-୨୨ ରବି ଋତୁରେ ବିଶେଷ କରି ସୋରିଷ ମିଶନ୍ ଲାଗୁ କରିଥିଲେ । ଏହାର ପରିଣାମ ସ୍ୱରୂପ ଏହାର କ୍ଷେତ୍ରୀୟ ଭାବେ ୨୦ ପ୍ରତିଶତ ଏବଂ ଉତ୍ପାଦନରେ ୧୫ ପ୍ରତିଶତ ବୃଦ୍ଧି ଘଟିଥିଲା । ଚଳିତ ବର୍ଷ (୨-୨୨-୨୩) ବିଶେଷ କାର୍ଯ୍ୟକ୍ରମ ଅଧୀନରେ ୧୮ଟି ରାଜ୍ୟର ୩୦୧ଟି ଜିଲ୍ଲାରେ ରେପସିଡ୍ ଏବଂ ସୋରିଷର ୨୬୫୩୧୮୩ ବିହନ ମିନିକିଟ୍ ବିତରଣ ନିମନ୍ତେ ୫୦.୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ବର୍ଷ ୨୦୧୪-୧୫ଠାରୁ ତୈଳବୀଜ ଏବଂ ଡାଲିଜାତୀୟ ଶସ୍ୟର ଉତ୍ପାଦନକୁ ବୃଦ୍ଧି କରିବା ନିମନ୍ତେ ନୂତନ ଭାବେ ଧ୍ୟାନ ଦିଆଯାଇ ଆସୁଛି । ଏଭଳି ପ୍ରୟାସର ଉତ୍ତମ ପରିଣାମ ମଧ୍ୟ ମିଳିପାରିଛି । ୨୦୧୪-୧୫ ବର୍ଷରେ ତୈଳବୀଜ ଉତ୍ପାଦନ ୨୭.୫୧ ନିୟୁତ ଟନ୍ ହୋଇଥିବାବେଳେ ତାହା ବୃଦ୍ଧି ପାଇ ୨୦୨୧-୨୨ ବର୍ଷରେ ୩୭.୭୦ ନିୟୁତ ଟନ୍ (ଚତୁର୍ଥ ଅଗ୍ରୀମ ଅନୁମାନ) ହୋଇଛି । ଡାଲିଜାତୀୟ ଶସ୍ୟ ଉତ୍ପାଦନରେ ମଧ୍ୟ ସେହିଭଳି ବୃଦ୍ଧିର ସୂଚନା ଦେଖିବାକୁ ମିଳିଛି । ବିହନ ମିନିକିଟ୍ କାର୍ଯ୍ୟକ୍ରମ କୃଷକମାନଙ୍କ କ୍ଷେତ୍ରରେ ବିହନର ନୂତନ କିଷମ ଉପଲବ୍ଧ କରାଯିବାର ଏକ ପ୍ରମୁଖ ସାଧନ ପାଲଟିଛି ଏବଂ ସାଧାରଣ ବିହନ ସ୍ଥାନରେ ଉନ୍ନତ ମାନର ବିହନ ବ୍ୟବହାର ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଛି ।
ବିଗତ ୩ ବର୍ଷରେ ଡାଲିଜାତୀୟ ଶସ୍ୟ ଏବଂ ତୈଳବୀତର ଉତ୍ପାଦକତାରେ ମଧ୍ୟ ବେଶ୍ ବୃଦ୍ଧି ପରିଲକ୍ଷିତ ହୋଇଛି । ଡାଲିଜାତୀୟ ଶସ୍ୟ କ୍ଷେତ୍ରରେ ଉତ୍ପାଦକତା ୭୨୭ କିଲୋଗ୍ରାମ/ହେକ୍ଟର (୨୦୧୮-୧୯)ରୁ ବୃଦ୍ଧି ପାଇ ୯୮୦ କିଲୋଗ୍ରାମ/ ହେକ୍ଟରପିଛା (ଚତୁର୍ଥ ଅଗ୍ରୀମ ଅନୁମାନ, ୨୦୨୧-୨୨) ଅର୍ଥାତ, ୩୪.୮ ପ୍ରତିଶତ ବୃଦ୍ଧି ଘଟଛି । ଏହିଭଳି ଭାବେ ତୈଳବୀଜ ଫସଲରେ ଉତ୍ପାଦକତା ୧୨୭୧ କିଲୋଗ୍ରାମ/ ହେକ୍ଟରପିଛା (୨୦୧୮-୧୯)ରୁ ବୃଦ୍ଧି ପାଇ ୧୨୯୨ କିଲୋଗ୍ରାମ/ ହେକ୍ଟର ପିଛା (ଚତୁର୍ଥ ଅଗ୍ରୀମ ଅନୁମାନ, ୨୦୨୧-୨୨) ହୋଇଛି ।
ସରକାରଙ୍କ ପ୍ରାଥମିକତା ତୈଳବୀତ ଏବଂ ଡାଲିଜାତୀୟ ଶସ୍ୟର ଉତ୍ପାଦନ ବୃଦ୍ଧି କରିବା ଏବଂ ଏହିଭଳି ଭାବେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ସାଧିତ କରିବା ଅଟେ । ଏହି ରଣନୀତିର ଳକ୍ଷ୍ୟ ଏହିସବୁ ଫସଲଗୁଡ଼ିକର କ୍ଷେତରେ ଚାଷ ବୃଦ୍ଧି କରିବା, ଅଧିକ ଉତ୍ପାଦନକ୍ଷମ କିଷମ ମାଧ୍ୟମରେ ଉତ୍ପାଦକତା ବୃଦ୍ଧି କରିବା, ଏମଏସପି ସମର୍ଥନ ଏବଂ କ୍ରୟ ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରିବା ଅଟେ ।