- ସତ୍ୟ ମିଶ୍ର
ଦୀର୍ଘ ଦିନପରେ ବଲାଙ୍ଗିର ସରକାରୀ ଅଫିସ କିଛି ବୁଲିବାକୁ ଗଲୁ । ଯାହା ଅନୁଭବ ହେଲା ତାହା ନିମ୍ନ ମତେ ସଂକ୍ଷିପ୍ତ ବର୍ଣ୍ଣନା କରୁଛି ।
୦୧. ଦପ୍ତର ମାନଙ୍କରେ ଅନେକ ନାରୀ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇଛି ।
୦୨. ସେହି ପୁରୁଣାକାଳିଆ, ଫଟା ଆଲମିରା ସଙ୍ଗେ ବୋଝା ବୋଝା ରସି ବନ୍ଧା ଫାଇଲ ଏବେ ବି ଦେଖିବାକୁ ମିଳୁଛି ।
୦୩. ସରକାରୀ ଅଫିସ୍ର ହାଲ ତଥାକଥିତ ସରକାରୀ ପରି, ମାନେ ଅପରିଷ୍କାର । ଏଠି ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ନୁହଁ, ବରଂ ଲାଲ୍ ରଙ୍ଗରେ ରଂଗୀନ୍ ପାନ ଛେପ ଚାରିପଟେ ଶୋଭାପାଉଛି ।
୦୪. ଅବଶ୍ୟ ସରକାରୀ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତନ ହୋଇଥିବା ଭଳି ମନେ ହେଲା, ଯେହେତୁ ଏବେ ପ୍ରାୟ ଯୁବ ଅଧିକାରୀ ଓ କର୍ମଚାରୀ ଏବଂ ତାଙ୍କ କଥା କଥାରେ ଅନ୍ଲାଇନ୍ ତଥା ଡିଜିଟାଲ କଥା.. କିଂତୁ କାମ ବେଳେ ସର୍ଭର ଗୋଲ୍ କହୁଛନ୍ତି ।
୦୫. ଅଫିସର୍ ସ୍ତରରେ ପରିବର୍ତ୍ତନ ଆସିଛି, ତୁରନ୍ତ ଚା’ ନା କଫି ପଚାରି ନେଉଛନ୍ତି ।
ଉପରୋକ୍ତ ବିଷୟକୁ ଅନୁଧ୍ୟାନ କଲା ବେଳେ ଭାରି ଦୁଃଖ ଲାଗିଲା, ଆମେ କାହାକୁ ଫାଇଭ୍-ଟି/ଫାଇଭ୍-ଏସ୍ କହୁଛୁ….! ତାହା କାହିଁକି ପ୍ରତ୍ୟକ୍ଷରେ କାମ କରୁନି?
ଗୋଟିଏ ସାଧାରଣ ସରକାରୀ କାମ ପାଇଁ ଆମ ଭଳି ଲୋକଙ୍କୁ ତିନିରୁ ଚାରି ମାସ ସମୟ ଲାଗିଲାଣି । ତ’ ସାଧାରଣ ଗାଁର ଭାଇ ଭଉଣୀମାନେ ଏ ସହରକୁ ଆସିଲେ ତାଙ୍କ କାମ ତ ବର୍ଷରେ ଗଣା ହେବ । ଅବଶ୍ୟ ଆମେ ଟଙ୍କା ଦେଇ କାମ କରେଇବା ଲୋକ ନୁହଁ, ବରଂ ପ୍ରଚଣ୍ଡ ଚାପ ପକାଇଥାଉ, ଯାହାକୁ ଯେଭଳି ଦରକାର ।
ସରକାରୀ ସ୍ତରରେ ପରିବର୍ତନ ନହେଲେ ସମାଜ ଧିମେଇଯିବା ସୁନିଶ୍ଚିତ ।