Daily Archives

ମହାଶିବରାତ୍ରିରେ ପସିଦ୍ଧ ଶୈବପୀଠ ହରିଶଙ୍କର ଠାରେ ଶ୍ରଦ୍ଧାଳୁଙ୍କ ସମାଗମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ଠାରେ ଆଜି ଶହ ଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ । ହରିଶଙ୍କର
Read More...

ଭାରତୀୟ ବିଦ୍ୟା ନିକେତନର ୧୨ ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳନ

ଅତିଥିଙ୍କ ଆତିଥ୍ୟ ସହ କୁନି କୁନି ଛାତରଛାତ୍ରୀଙ୍କ ନୃତ୍ୟ ପରିବେଷଣ ମନ୍ ମୋହିଲା ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଅନ୍ତର୍ଗତ ପୁଇଁତଲା ବ୍ଲକ ବିଲେଇ ସର୍ଡା ଗ୍ରାମରେ ଥିବା ଭାରତୀୟ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ତେବେ ଭାରତୀୟ ବିଦ୍ୟା
Read More...

ସୁଡାନରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ସୁଡାନର ଓମଡୁରମାନ ସହରରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେନା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଆଜି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । କହିବା ଅନୁସାରେ ସେନା ପକ୍ଷରୁ ଦୁର୍ଘଟଣାରେ
Read More...

ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା

ବ୍ରହ୍ମପୁର : ଟାଉନ ଥାନା ଅଞ୍ଚଳ ବି .ଏସ. ଏନ. ଏଲ. କାର୍ଯ୍ୟାଳୟ ନିକଟରେ ଥିବା ମଦ ଦୋକାନରେ ବେଆଇନ କାରବାର ଚାଲୁଥିବା ଖବର ପାଇ ଅବକାରୀ କର୍ମଚାରୀ ଯାଞ୍ଚ ପାଇଁ ଯାଇଥିଲେ । ଏହି ସମୟରେ ଅବକାରୀ କର୍ମଚାରୀ ସବ୍ୟସାଚୀ ମିଶ୍ରଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏ ନେଇ ଟାଉନ
Read More...

ପିଆଇବି ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିଙ୍କ ମହାକୁମ୍ଭ ଗସ୍ତ କାର୍ଯ୍ୟକ୍ରମ

● ମହାକୁମ୍ଭରେ ଦେଖିଲେ ସନାତନ ଧର୍ମର ଭବ୍ୟତା ଓ ଦିବ୍ୟତାର ଅପୂର୍ବ ସମନ୍ୱୟ● ଡିଜିଟାଲ ମହାକୁମ୍ଭରେ ଆଧୁନିକ ପ୍ରଯୁକ୍ତି ସହିତ ଅଧିକ ଜୀବନ୍ତ ହୋଇଛି ଦେଶର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟ● ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ● ୬୫ କୋଟିରୁ ଅଧିକ
Read More...

ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରୀ । ସେଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀଲିଙ୍ଗରାଜଙ୍କ ପୀଠ । ଏହି ଅବସରରେ ସଂଧ୍ୟାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହିବେ । ପ୍ରଭୁଙ୍କୁ
Read More...

ଏକତରଫା ପ୍ରେମରୁ ଗଳାକାଟି ମାରିଥିଲା ଏବେ ଧରାପଡ଼ିବାରୁ ବିଷ ପିଇଦେଲା ପାଗଳ ପ୍ରେମିକ

ବାଲେଶ୍ୱର : ଏକତରଫା ପ୍ରେମରୁ ସୋରରେ ଯୁବତୀଙ୍କୁ ହତ୍ୟା ଘଟଣା । ୩ ଦିନ ପରେ ଅଭିଯୁକ୍ତ ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର । ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ଲିଙ୍ଗପଡାର ସମ୍ପୃକ୍ତ ଯୁବତୀଙ୍କୁ ଏକତରଫା ଭାବେ ଭଲ ପାଉଥିଲା । ସେ ରାଜି ନହେବାରୁ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲା
Read More...

ହାତୀ ଆକ୍ରମଣରେ ଘୁଷୁରାମୁଣ୍ଡା ଗ୍ରାମର ପାରାଗାର୍ଡ ଓଙ୍କାରୀ ବାଗଙ୍କ ମୃତ୍ୟୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦୀର୍ଘ ଦିନରୁ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳୁଛି । ମଙ୍ଗଳବାର ଅପରାହ୍ନରେ ୩୫ଟିକିଆ ହାତୀପଲ ଏହି ରେଞ୍ଜ ଜଏଁତରା ସେକ୍ସନ ଗୋବିନ୍ଦପୁର ତିଖାଲୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ବେଳେ ଏକ ଦନ୍ତା
Read More...

ଦୁର୍ଘଟଣାରେ ସାଂସଦ ମହୁଆ ମାଝୀ ଗୁରୁତର, ପ୍ରୟାଗରାଜରୁ ଫେରୁଥିବାବେଳେ ଅଘଟଣ

ରାଞ୍ଚି : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଝୀ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମହାକୁମ୍ଭରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜାତୀୟ ରାଜପଥ ରେ ଏହି ଘଟଣା ଘଟିଥିଲା । ରାଜ୍ୟସଭା ସାଂସଦ ମହୁଆ ମାଝୀ
Read More...

ମହାଶିବରାତ୍ରୀ ପାଇଁ ଶୈବାଳୟରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ

ବଲାଙ୍ଗିର : ଆଜି ଜାଗର ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ବଲାଙ୍ଗୀରର ହରିଶଙ୍କର, ଓ ଧବଳେଶ୍ୱରରୁ କପିଳାସ ପୀଠ । ସଜେଇ ହୋଇଛି ସବୁ ଶୈବାଳୟ ମନ୍ଦିର । ଶ୍ରଦ୍ଧାଳୁଙ୍କ
Read More...