Daily Archives

ଧର୍ମପରାୟଣା ମହିଳାଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ସ୍ଥିତ ସହରାପଡା (ୱାର୍ଡ ନମ୍ବର ୫)ରେ ରହୁଥିବା ଧର୍ମପରାୟଣା ମହିଳା ଶ୍ରୀମତୀ ଦମୟନ୍ତୀ ଅଦାବର (୮୩)ଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପରିଚିତ ମହଲ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା
Read More...

ଜୟପାଟଣା ଇନ୍ଦ୍ରାବତୀ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ବିକାଶ ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଇନ୍ଦ୍ରାବତୀ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଏନ୍‌ଏସ୍‌ଏସ୍‌ ଆନୁକୁଲ୍ୟରେ ତ୍ରିଦିବସୀୟ ଯୁବ ନେତୃତ୍ୱ ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ୧୩ଟି ମହାବିଦ୍ୟାଳୟରୁ ୧୦୦ରୁ ଅଧିକ ଶିବିରାର୍ଥୀ ଯୋଗ ଦେଇ ବିଭିନ୍ନ
Read More...

ବିଦେଶୀ ମଦ ଚୋରି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ବୋଡେନ ପୋଲିସ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବୋଡ଼େନ ବସ୍‌ ଷ୍ଟାଣ୍ଡ ପାଖ ବିଦେଶୀ ମଦ ଦୋକାନରୁ ବିଦେଶୀ ମଦ ଚୋରି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ବୋଡେନ ପୋଲିସ ପକ୍ଷରୁ କୋର୍ଟ ଚଲାଣ କରାଯାଇଛି । ସୂଚନାନୁସାରେ ୧ ତାରିଖ ରାତ୍ରୀରେ ବୋଡ଼େନ ବସ୍‌
Read More...

ଜଳବନ୍ଦୀରେ ଏବେ ସଂକ୍ରମିତ ଗାଁ ଟିଙ୍ଗୋପଖାନ : ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଲା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଟିଙ୍ଗୋପଖାନ ଗ୍ରାମରେ ଗତ ୩ ଦିନ ଧରି ଗାଁରେ ଝାଡ଼ାବାନ୍ତି ଲାଗି ରହିଥିବା ବେଳେ ଅଦ୍ୟାବଧି ୩୧ଜଣ ସଂକ୍ରମିତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ ୫ ଜଣଙ୍କୁ
Read More...

ହିରୋସୀମା ଓ ନାଗାସାକୀ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ତୁମକେଲା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ହିରୋସୀମା ଓ ନାଗାସାକୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ
Read More...

ଯୁବ କଳାକାରଙ୍କ ଅକାଳ ବିୟୋଗରେ ଶୋକରଛାୟା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମର ଅଜୟ କୁମାର ପଲେଇ(୪୮)ଙ୍କ ଶାରୀରିକ ଅସୁସ୍ଥତା ହେତୁ ତାଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କର ଏହି ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ପିଲା ଦିନରୁ ରାମଲୀଳାରେ ହନୁମାନ
Read More...

ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ କଂହେଇବୀରା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନୂଆଁଗଡ଼ ଲକ୍ଷ୍ମୀନାରାୟଣ ସରକାରୀ ବିଦ୍ୟାଳୟ ଠାରେ ଅନୁଷ୍ଠାନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟ
Read More...

୨୨ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣରରେ ଅନିୟମିତତା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠର ବିଗତ ୨ ବର୍ଷ ମଧ୍ୟରେ ୫ଟି ଜରିଆରେ ୨୨ କୋଟି ୭୮ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ରୂପାନ୍ତରଣ କାର୍ଯ୍ୟକ୍ରମ
Read More...

ଗୁଡେଭେଲା ବ୍ଲକସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୁଡେଭେଲା ବ୍ଲକସ୍ତରୀୟ କୁଇଜ୍ ପ୍ରତିଯୋଗିତା ୬ ଅଗଷ୍ଟ ପୂର୍ବାହ୍ନ ୧୦ଟା ସମୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜାମୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ଗୁଡଭେଲା
Read More...

ଖୋଲାନ-ଲିମପଡ଼ା ବ୍ରିଜ୍‌ ପାଖରେ ରାସ୍ତା ଅବରୋଧ କଲେ ଜମି ହରାଇଥିବା ପରିବାରର ସଦସ୍ୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଖୋଲାନ-ଲିମପଡ଼ାକୁ ଯୋଗାଯୋଗ କରୁଥିବା ବ୍ରିଜ୍‌ ପାଖରେ ଜମି ହରାଇଥିବା ପରିବାରର ସଦସ୍ୟ ମାନେ ବ୍ରିଜ୍‌ ପୂର୍ବରୁ ରାସ୍ତା କାଟି କଣ୍ଟା ବାଡ ପକାଇ ଦେଇଥିଲେ । ଏହାଦ୍ୱାରା କୁସକେଲା ପଞ୍ଚାୟତ ତଥା କଳାହାଣ୍ଡି ଜିଲ୍ଲାକୁ ଯିବା ଲୋକେ
Read More...