Daily Archives

ଶୁଭଙ୍କର ବିଜ୍ଞାନରେ ବ୍ଲକ ଟପ୍ପର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ସହରର ଶୁଭଙ୍କର ପାଣିଗ୍ରାହୀ +୨ ବିଜ୍ଞାନ ବିଭାଗରେ ୮୮.୫ ପ୍ରତିଶତ ନମ୍ବର ରଖି ବ୍ଲକ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ବିଜେପୁର ମହା ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ । ଜୀବ ବିଜ୍ଞାନରେ ଶତ ପ୍ରତିଶତ
Read More...

ଖଇରା ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା : ଡ୍ରାଇଭର ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ୍‌ ଥାନା ଅନ୍ତର୍ଗତ ଖଇଁରା ବିଜୁ ଏକ୍ସପ୍ରେସ ୱେ ନିକଟରେ ଆଜି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି । ସୂଚନାନୁସାରେ ଗତ ରାତ୍ରି ଭୋର ସକାଳ ୪ଟା ସମୟରେ କିଛି ଟ୍ରକ୍ ଆଗ ପଛ ହୋଇ ଦୃତ ଗତିରେ ଆସୁଥିଲେ । ସେଥି ମଧ୍ୟରୁ ଗୋଟିଏ
Read More...

ଚମକିବ ବଲାଙ୍ଗିର ମହାରାଣୀ ସାଗର : ସୂଚନା ଦେଲେ ପୌର ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚମକିବ ବଲାଙ୍ଗିର ମହାରାଣୀ ସାଗର । ଜୋର୍‌ସୋର୍‌ରେ କାମ ଚାଲିଛି । ଆଜି ପରିଦର୍ଶନରେ ଆସି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏ ସଂପର୍କରେ ସୂଚନା ଦେଇଛନ୍ତି । ତେବେ ମୌସୁମୀ ଆସିବା ପୂର୍ବରୁ କାମ ସରିଯିବ ବୋଲି ଆଶା ରଖିଛନ୍ତି ଲିକା । ମହାରାଣୀ ସାଗରର
Read More...

ବିବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ଯାତ୍ରାର ଦେବ ନିମନ୍ତ୍ରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରକୁ ଆସିବେ ମା' ଆଦିଶକ୍ତି ଓ ଦେବ ଦେବ ମହାଦେବ । ବେଦୀରେ ବସିବେ । ମଙ୍ଗଳ ବାଜା ବାଜିବ । ବରବେଶରେ ସଜେଇ ହୋଇ ମାଆ ପାର୍ବତୀଙ୍କୁ ନେବାକୁ ଆସିବେ ଦେବ ଦେବ ମହାଦେବ । ଯିଏ ଏ ସାରା ଜଗତର ସୃଷ୍ଟି କର୍ତ୍ତା ସେମାନଙ୍କୁ ଆଜି ପୁଅ ଝିଅ ରୂପେ ପାଇ ବେଶ ଖୁସି
Read More...

ସଙ୍କଟ ମୋଚନ ଶ୍ରୀ ହନୁମାନ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ସଙ୍କଟ ମୋଚନ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ଶୁକ୍ରବାର ଅଙ୍କୁରାରୋପଣ,
Read More...

ଋଷିକୁଲ୍ୟାରେ ଦ୍ୱିତୀୟ ମୁହାଁଣ ଖୋଲିଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାମୁଦ୍ରିକ ଝଡ଼ 'ରେମାଲ' ରବିବାର ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁ ବା ପୂର୍ବରୁ ସମୁଦ୍ର ଅଶାନ୍ତ ହୋଇ ଉଚ୍ଚ ଲହଡି ସୃଷ୍ଟି ହୋଇଛି । ଯାହାକୁନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମସ୍ଥିତ ମା' ଗଙ୍ଗାଦେବୀ ମନ୍ଦିର
Read More...

ଜିଜ୍ଞାସା କୋଚିଂ ସେଣ୍ଟର ଛାତ୍ରୀ କଲେଜ ଟପ୍ପର

ଭୋଗରାଇ : (କେପିଏନ୍‌ଏସ୍‌) : ଚଳିତ ବର୍ଷ ଯୁକ୍ତ ଦୁଇ କଳା ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୋଗରାଇ ବ୍ଲକ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସୁଭଦ୍ରା ସାହୁ ମୋଟ୍ ୪୮୪ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି । ସୁଭଦ୍ରା ଖରିଦପିପଳ ଗ୍ରାମପଞ୍ଚାୟତ
Read More...

ଲାଲବାହିନୀର ବର୍ବର କାଣ୍ଡ : ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କିଛି ଦିନର ନିରବତା ପରେ ଲାଲବାହିନୀ କନ୍ଧମାଳ ଜିଲ୍ଲାରେ ରକ୍ତମୁଖା ହୋଇଉଠିଛି । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ୍‌ କମିଟି ଯୁବକକୁ ହତ୍ୟା
Read More...

ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ଗଡ଼ନାୟକ(୬୨)ଙ୍କ ମୃତଦେହ ଉଦ୍ଧାର । ନିଜ ବାସଭବନ ତଳୁ ଏହା ଉଦ୍ଧାର କରାଯାଇଛି । ତାଙ୍କର ମୁଣ୍ଡ ଓ ଗୋଡ଼ରେ ଖଣ୍ଡିଆଖାବରା ଦାଗ ରହିଥିବା ଜଣାପଡିଛି । ସେ ଗତକାଲି ରାତିରେ ଛାତ
Read More...

ବାହାନଗାରେ ବିଜେପି ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଚାର

ସୋର : ବାହାନଗାରେ ବିଜେପି ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଚାର । ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀ ବାହାନଗାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ପାଇଁ ପ୍ରଚାର କରିଛନ୍ତି । ରୋଡ୍ ସୋ’ରେ ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ସୋର
Read More...