pakka

ସ୍ୱର୍ଗତ ହୃଷିକେଶ ମିଶ୍ରଙ୍କ ସ୍ମରଣିକା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଶିଷ୍ଠ ଶିକ୍ଷାବିତ୍‌ ସ୍ୱର୍ଗତ ହୃଷିକେଶ ମିଶ୍ରଙ୍କ ସ୍ମରଣିକା ସୁନାମଧନ୍ୟା ସାହିତ୍ୟିକା ଶ୍ରୀମତୀ ରାସେଶ୍ୱରୀ ମିଶ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଆଜି ବଲାଙ୍ଗିର ଶିବାନନ୍ଦ ଆଶ୍ରମଠାରେ ଅନୁଷ୍ଠିତ ସତସଙ୍ଗ ଓ ସ୍ମରଣିକା ଉନ୍ମୋଚନ ଉତ୍ସବରେ ପ୍ରଫେସର ମଧୁସୂଦନ ପତି ମୁଖ୍ୟବକ୍ତା ଭାବେ ଯୋଗଦାନ କରି ସ୍ୱର୍ଗତ ମିଶ୍ରଙ୍କ କର୍ମମୟ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ତାଙ୍କର ଉଚ୍ଚକୋଟୀର ଶିକ୍ଷାଦାନ ଦ୍ୱାରା ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇ ଆଜି ସମାଜର ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ଅଛନ୍ତି । ସେ ଅବସର ଗ୍ରହଣ କରିବା ପରେ ଆଧ୍ୟାତ୍ମିକ କ୍ଷେତ୍ରରେ ସାଧନା ଜାରି ରଖି ଦିବ୍ୟ ଜୀବନ ସଂଘର ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ ଓ ସମାଜର କଲ୍ୟାଣ ପାଇଁ ଅନେକ ଜନ ହିତକର କାର୍ଯ୍ୟରେ ସାହାଯ୍ୟ ସହଯୋଗ ଜାରି ରଖିଥିଲେ । ଏହି ଉତ୍ସବରେ ଶିକ୍ଷାବିତ୍‌ ପ୍ରାଣବନ୍ଧୁ ନାୟକ ସଭାପତିତ୍ୱ କରିଥିବା ବେଳେ ପ୍ରଭାତ କୁମାର ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସମ୍ପାଦନା ମଣ୍ଡଳୀ ସଦସ୍ୟ ଅଧ୍ୟାପକ ଜୟ କୁମାର ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଶିବାନନ୍ଦ ଆଶ୍ରମର ସଭାପତି ରବିଚନ୍ଦ୍ର ଉଦ୍‌ଗାତା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବଲାଙ୍ଗିର ସହରର ତଥା ଆଖପାଖର ଶତାଧିକ ଶୁଭେଚ୍ଛୁ, ସହକର୍ମୀ, ଛାତ୍ର ଓ ଲେଖକ ଯୋଗଦାନ କରିଥିଲେ ।

2 Comments
  1. Arun Sai says

    I think the name should be Raseswari Mishra instead of Ramrswari Mishra

    1. Koshala Prabaha says

      yes…. changed

Your email address will not be published.

2 × four =