oum

ଅସହାୟ ବୃ‌ଦ୍ଧା‌ଙ୍କୁ ମିଳୁନି କୌଣସି ସରକାରୀ ସହାୟତା

jsm

ତୁରେକେଲା, (କୈଳାଶ ସଗ୍ରିଆ) : ଖଗସା ଗ୍ରା:ପ: ଅନ୍ତର୍ଗତ ଖଗସା ଗାଁର ଚମ୍ପା ପୁଟେଲ (୭୩) ଅବିବାହିତା ଜଣେ ବୃଦ୍ଧା । ମା’ ବାପା, ଭାଇ କେହି ନାହିଁ । ଚମ୍ପା ପୁଟେଲ ନିଜ ଭେଣେଇ ଘରେ ରହି କୁଲି ମଜୁରୀ କରି ପେଟ ପୋଷୁଛ‌ନ୍ତି । ସୂଚନା ଅନୁସାରେ ତାଙ୍କର ପଡିପତ୍ର ବି ନାହିଁ । ଭତ୍ତା ପାଇବାରୁ ବଞ୍ଚିତ ମଧ୍ୟ । ଏନେଇ ସରପଞ୍ଚଙ୍କୁ ଅନେକ ଥର ଜଣାଇବା ପରେ ବି ଚମ୍ପା ଏପର୍ୟ୍ୟନ୍ତ କୌଣସି ପ୍ରକାରର ସରକାରଙ୍କ ତରଫରୁ ସହଯୋଗ ପାଇ ନାହାନ୍ତି । ଗାଁ ଲୋକେ ଦାବୀ କରିଛନ୍ତି ତାଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ । ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ ।

Leave A Reply

Your email address will not be published.