ମାସିକ ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦରର ସର୍ବକାଳୀନ ରେକର୍ଡ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଦେଶର ଅର୍ଥନିତୀ କୋଡିଭ୍‌ ମହାମାରୀ ଯୋଗୁଁ ଘଡିସନ୍ଧି ମୁହୁର୍ତ୍ତ ମଧ୍ୟ ଦେଇ ଗତି କରୁଥିବା ବେଳେ, ଚଳିତ ବର୍ଷର ପ୍ରଥମ ମାସ ପାରାଦ୍ୱୀପ ବନ୍ଦର ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଜାନୁଆରୀ ମାସରେ ପାରାଦ୍ୱୀପ ବନ୍ଦର ସମୁଦାୟ ୧୧.୧୭ ନିୟୁତ ମେଟ୍ରିକ ଟନ୍‌ ପଣ୍ୟ କାରବାର ହାସଲ କରି ପାରାଦ୍ୱୀପ ବନ୍ଦର ଇତିହାସରେ ଏକ ସର୍ବକାଳୀନ କିର୍ତ୍ତୀମାନ ବା ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ୨୦୧୯ ମାର୍ଚ୍ଚ ମାସରେ ବନ୍ଦର ସର୍ବୋଚ୍ଚ ୧୦.୫୫ ନିୟୁତ ମେଟ୍ରିକ୍‌ ଟନ୍‌ ପଣ୍ୟ କାରବାର କରିଥିଲା । ସେହିପରି ଲୁହାପଥର ହ୍ୟାଣ୍ଡିଲିଂ ପ୍ଳାଣ୍ଟରେ ୱାଗନ ଟ୍ରିପଲିଂ କ୍ଷେତ୍ରରେ ମଧ୍ୟ ମାସିକ ସର୍ବକାଳୀନ ରେକର୍ଡ ସ୍ଥାପିତ ହୋଇଛି । ପୂର୍ବରୁ ୨୦୧୯ ଏପ୍ରିଲ୍‌ ମାସରେ ୧୬୭ ରେକ୍‌ ଟ୍ରିପଲିଂ ହୋଇଥିବାବେଳେ, ଚଳିତ ମାସରେ ଏହା ୧୭୪ ରେ ପହଞ୍ôଛଛି । ତେବେ ବନ୍ଦରର ଏହି ଐତିହାସିକ ସଫଳତା ନିମନ୍ତେ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ସମସ୍ତ ଅଧିକାରୀ ଓ କର୍ମ·ରୀ, ଯେଉଁମାନେ ସ୍ୱେଚ୍ଛାକୃତ ଭାବେ କଠିନ ପରିଶ୍ରମ କରିଛନ୍ତି ତଥା ସେମାନଙ୍କ ପରିବାରବର୍ଗଙ୍କୁ ସାଧୁବାଦ ଜଣାଇଛନ୍ତି । ଏତଦ୍‌ବ୍ୟତୀତ ଆମଦାନୀ ରପ୍ତାନୀକାରୀ ସଂସ୍ଥା, ବନ୍ଦର ବ୍ୟବହାରକାରୀ ତଥା ସମସ୍ତ ଷ୍ଟେକ୍‌ହୋଲଡର୍ସ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବନ୍ଦରାଧ୍ୟକ୍ଷ ଶ୍ରୀ ବିନୀତ୍‌ କୁମାର । ବିଶେଷକରି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ବିଭାଗ ସ୍ୱାଧିନ ରାଷ୍ଟ୍ରମନ୍ତ୍ରୀ ମନ୍‌ସୁଖ ମାଣ୍ଡଭ୍ୟାଙ୍କ ଲକ୍ଷ୍ୟ ଓ ମାର୍ଗଦର୍ଶନରେ ଏହା ସମ୍ଭବପର ହୋଇଥିବାରୁ ବନ୍ଦର ଅଧ୍ୟକ୍ଷ ତାଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.