oum

୨୦୧୯ ଅଗଷ୍ଟ ବନ୍ୟା ଯୋଗୁଁ ଚାଷ ଜମିରେ ବାଲି ପୋତି ହୋଇ ଜମି ନଷ୍ଟ ହେବା ଘଟଣା : ସରକାରୀ ସହାୟତା ଦେବାକୁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କଲେ ଅଏଁଲାପାଲି ଗ୍ରାମବାସୀ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ୨୦୧୯ ଅଗଷ୍ଟ ହୋଇଥିବା ବନ୍ୟାରେ ବର୍ଷା ଯୋଗୁଁ ଚାଷ ଜମି ଉପରେ ପାଣି ମାଡ଼ି ଯିବାରୁ ଚାଷ ଜମି ନଷ୍ଟ ହୋଇଯାଇଛି । ହେଲେ ସରକାରୀ ସହାୟତା ପାଇ ନ ଥିବାରୁ ବାରମ୍ବାର ତହସିଲଦାରଙ୍କ ନିକଟକୁ ଆସି ଅଭିଯୋଗ କରାଯାଉଛି । ତଥାପି କେହି ବି ଶୁଣୁ ନାହାନ୍ତି ବୋଲି ସୋମବାର ଦେଓଗାଁ ତହସିଲ ଅର୍ଜୁନପୁର ଆରଆଇ ସାର୍କିଲର ଅଏଁଲାପାଲି ଗାଁର ଲୋକମାନେ ଆସି ଦେଓଗାଁ ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସୋମାନେ କହିଛନ୍ତି ଯେ, ୨୦୧୯ ଅଗଷ୍ଟ ବନ୍ୟାରେ ତାଙ୍କ ଗାଁର କେତେକ ଚାଷୀଙ୍କ ଚାଷ ଜମିରେ ମାଟି ପୋତି ନ ହୋଇ ସରକାରୀ ସହାୟତା ପାଇଛନ୍ତି । ହେଲେ ପ୍ରକୃତ କ୍ଷତି ହୋଇଥିବା ଚାଷୀମାନେ ପାଇ ନାହାନ୍ତି ବୋଲି ଅଏଁଲାପାଲି ଗାଁର ବନମାଳୀ ବାଗ, ପ୍ରକାଶ ସାହୁ, ଜୟଦେବ ବୁଡ଼େକ, ଭକ୍ତଚରଣ ନାଏକ ପ୍ରମୁଖ ଦାବୀ କରିଥିଲେ । ଦାବୀପତ୍ର ପାଇବା ପରେ ଦେଓଗାଁ ତହସିଲଦାର ନାରାୟଣ ସାହୁ ପ୍ରତିକ୍ରିୟ‌ାରେ କହିଛନ୍ତି ଯେ, ସେ କିଛି ଦିନ ହେଲା ଦାୟିତ୍ବ ନେଇଛନ୍ତି । ଯଦି ଅଭିଯୋଗ କରିଥିବା ଚାଷୀମାନଙ୍କ ସହାୟତା ଆସି ସରକାରଙ୍କ ନିକଟରେ ଅଛି, ତାହା ହେଲେ ତଦନ୍ତ କରି ସେହି ସହାୟତାକୁ ଦେବାର ବ୍ୟବସ୍ଥା କରାଯିବ । ଯଦି ସେହି ସମୟରେ ଅନୁଧ୍ୟାନ କରିଥିବା ଅଧିକାରୀ କି କର୍ମଚାରୀ ଛାଡ଼ି ଦେଇ ଥାଆନ୍ତି, ତେବେ ଆଇନ ଅନୁସାରେ ବିଚାର କରି ସହାୟତା ଯୋଗାଇ ଦିଆଯିବ ବୋଲି ଚାଷୀମାନଙ୍କୁ ଆଶ୍ୱାସନା ଦେଇଥିଲେ ।

Leave A Reply

Your email address will not be published.