jayashree

ଟିଟିଲାଗଡର ୨୬ତମ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ଠାରେ ୨୬ତମ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଶୀତଳ ଷଷ୍ଠୀ କମିଟିର ଆବାହକ ତଥା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ହାଟପଦା ପଡ଼ାର ପ୍ରହରୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ କିପରି ଧୁମଧାମରେ ଆୟୋଜନ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକ ସରିବା ପରେ ବର ପିତାମାତା ଏବଂ କନ୍ୟା ପିତାମାତା ଥାଳଧରା ବିଧି ଓ ଦାୟିତ୍ୱ ନେଇ ସଙ୍କଳ୍ପ ବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଧବଳେଶ୍ୱର ବାବାଙ୍କ ପିତାମାତା ଭାବେ ଟିଟିଲାଗଡ଼ ସିରଭଟାପଡ଼ା ନିବାସୀ ମହେନ୍ଦ୍ର ରାଉତ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ମେନକା ରାଉତ ଦାୟିତ୍ଵ ନେଇଥିବା ବେଳେ ପାର୍ବତୀଙ୍କ ପିତାମାତା ଭାବେ ଟିଟିଲାଗଡ଼ ହାଟପଦାପଡ଼ା ନିବାସୀ ସୀତାରାମ ବେହେରା ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରେଣୁକା ବେହେରା ଦାୟିତ୍ୱ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରାହ୍ମଣ ଡୋଳାମଣି ମିଶ୍ର ପୂଜାକାର୍ଯ୍ୟ ତୁଳାଇଥିଲେ । ଏହି ଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସଭାପତି ଭାବେ ଶ୍ରୀପତି ସାହୁ, ସମ୍ପାଦକ ସୁଧୀର ଘଡେଇ, ଉପଦେଷ୍ଟା ଭାବରେ ବୈଠକରେ ଶୀତଳ ଷଷ୍ଠୀ କମିଟିର ଉପଦେଷ୍ଟା ଭାବେ ଲାୟନ୍ସ କ୍ଲବର ପୂର୍ବତନ ସଭାପତି ଲିଙ୍ଗରାଜ ସାହୁ, ବିଶିକେଶନ ବେହେରା, ପ୍ରଭାକର ସରାଫ, ବିଷ୍ଣୁ ଦୀପ, ଗୋବିନ୍ଦ ସାହୁ, ସତ୍ୟଜିତ୍ ଷଡଙ୍ଗୀ, ସଞ୍ଜିବ ତ୍ରିପାଠୀ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ସାହୁ, ଧଳାକାହ୍ନୁ ବୁଡେକ, ଅଭି ବାଗ, ମନୋହର ବାଗ, ଦୁର୍ବ ଦୋରା, ସିବୁନ୍ ବାଗ, ସୁରଜ୍ ବେହେରା, ରାଜା ବଗର୍ତ୍ତୀ, ଗୁରିଆ ସୁନାଙ୍କୁ ଚୟନ କରଯାଇଛି । ଏହି ବୈଠକ ସରିବା ପରେ ଉଭୟ ପକ୍ଷ ଥାଳ ଧରା ବିଧି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସହରର ବହୁ ମହିଳା ଓ ପୁରୁଷଙ୍କ ଭିଡ ଜମିଥିଲା ।

Leave A Reply

Your email address will not be published.